ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ମିଳିଲା ଭେଟି। କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ଭୋଗୀଙ୍କ ବଢ଼ିଲା ମହଙ୍ଗା ଭତ୍ତା। ମହଙ୍ଗା ଭତ୍ତା ୩ ପ୍ରତିଶତ ବଢ଼ାଇବା ନେଇ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। କ୍ୟାବିନେଟରେ ଡିଏ’ ବୃଦ୍ଧିକୁ ନେଇ ଏକ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି।
ଏହାଦ୍ୱାରା ଏକ କୋଟିରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଉପକୃତ ହୋଇପାରିବେ। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଜୁଲାଇରେ ସରକାର ମହଙ୍ଗା ଭତ୍ତା (DA) କୁ ୧୧ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିଥିଲେ। ଏହାପୂର୍ବରୁ ଡିଏକୁ ୧୭ ପ୍ରତିଶତ ହାରରେ ଦିଆଯାଉଥିଲା।
DA ରେ ଆହୁରି ୩ ପ୍ରତିଶତ ବଢ଼ିବା ଦ୍ୱାରା ମହଙ୍ଗା ଭତ୍ତା (DA) ୩୧ ପ୍ରତିଶତକୁ ବୃଦ୍ଧି ହୋଇଛି। ୧ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ ଏହାର ପ୍ରତ୍ୟକ୍ଷ ଲାଭ ପାଇବେ। କେନ୍ଦ୍ରୀୟ କର୍ମଚାରୀମାନେ ସେମାନଙ୍କର ବେସିକ୍ ପେ’ର ୩୧ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ।
ମହଙ୍ଗା ଭତ୍ତା ବୃଦ୍ଧି ହେବା ସହିତ ଅନ୍ୟାନ୍ୟ ଭତ୍ତା ମଧ୍ୟ ବୃଦ୍ଧି ପାଇବ। ଏଥିରେ ଟିଏ ଏବଂ ସିଏ ମଧ୍ୟ ସାମିଲ ଅଛି। ଏଥି ସହିତ ଅବସର ପାଇଁ ପ୍ରୋଭିଡେଣ୍ଟ ପଣ୍ଡ ଏବଂ ଗ୍ରାଚ୍ୟୁଟିରେ ବୃଦ୍ଧି ହେବ।
ସପ୍ତମ ବେତନ ଆୟୋଗର ସୁପାରିଶ ଅନୁଯାୟୀ, କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫରେ ବର୍ଷକୁ ଦୁଇଥର ଜାନୁଆରୀ ଏବଂ ଜୁଲାଇରେ ସଂଶୋଧିତ ହୁଏ। କିନ୍ତୁ କରୋନା ଯୋଗୁଁ ଗତ ତିନୋଟି କିସ୍ତିରେ କୌଣସି ପରିବର୍ତ୍ତନ ହୋଇନଥିଲା। ତେଣୁ ସରକାର ଜୁଲାଇ ମାସରେ ଏହି ହାରକୁ ୧୧% ବୃଦ୍ଧି କରିଥିଲେ।
The post କେନ୍ଦ୍ରୀୟ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା appeared first on Odisha Reporter.
from Odisha Reporter https://ift.tt/3nbP6YF
No comments:
Post a Comment