ରାମ ମନ୍ଦିରରୁ ଚୋରି, ନେଇ ଗଲେ ୩ଟି ମୂଲ୍ୟବାନ ରୁପା ମୁକୁଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 10, 2021

ରାମ ମନ୍ଦିରରୁ ଚୋରି, ନେଇ ଗଲେ ୩ଟି ମୂଲ୍ୟବାନ ରୁପା ମୁକୁଟ

ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦୈସିଂ ପଞ୍ଚାୟତରେ ସାଳନ୍ଦୀ ନଦୀ କୂଳରେ ଥିବା ରାମ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି। ମନ୍ଦିରର ତାଲା ଭାଙ୍ଗି ଚୋରି କରିଛନ୍ତି ଦୁର୍ବୃତ୍ତ।

ଭଗବାନ ଶ୍ରୀରାମଙ୍କ ସହିତ ଲକ୍ଷ୍ମଣ ଓ ଦେବୀ ସୀତାଙ୍କର ତିନୋଟି ମୂଲ୍ୟବାନ ରୁପା ମୁକୁଟ ଚୋରି ହୋଇଯାଇଛି। ଏହା ସହିତ ମନ୍ଦିର ଭିତରେ ଥିବା ଭେଟି ଟଙ୍କା ମଧ୍ୟ ନେଇଯାଇଛନ୍ତି ଦୁର୍ବୃତ୍ତ।

ସ୍ଥାନୀୟ ଲୋକେ ଆଜି ସକାଳେ ମନ୍ଦିରର ତାଲା ଭଙ୍ଗା ଯାଇଥିବା ଦେଖିଥିଲେ। ଏହା ପରେ ମନ୍ଦିର ପୂଜାରୀ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଚୋରି ହୋଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍ ମନ୍ଦିରରେ ପହଞ୍ଚି ତଦନ୍ତ କରିଥିବା ଜଣାପଡ଼ିଛି। ତେବେ ଲୁଟେରାଙ୍କ ପତ୍ତା ମିଳିପାରି ନାହିଁ। ଏହି ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

The post ରାମ ମନ୍ଦିରରୁ ଚୋରି, ନେଇ ଗଲେ ୩ଟି ମୂଲ୍ୟବାନ ରୁପା ମୁକୁଟ appeared first on Odisha Reporter.



from Odisha Reporter https://ift.tt/3DsBjmZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages