ବର୍ଷା ବିତ୍ପାତ୍ତ: ମୃତ୍ୟୁ ସଂଖ୍ୟା ୨୬ରେ ପହଞ୍ଚିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 18, 2021

ବର୍ଷା ବିତ୍ପାତ୍ତ: ମୃତ୍ୟୁ ସଂଖ୍ୟା ୨୬ରେ ପହଞ୍ଚିଲା

ଥିରୁଅନନ୍ତପୁରମ: ଲଗାଣ ବର୍ଷା ଓ ଭୂସ୍ଖଳନ ଯୋଗୁ କେରଳ ଏକାଧିକ ଜିଲ୍ଲାର ଅବସ୍ଥା ସାଂଘାତିକ ହୋଇଛି। ଇତି ମଧ୍ୟରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ୨୬ ଜଣ ଲୋକଙ୍କ ମୃତ୍ୟୁ ଘଟିଲାଣି। ଶୁକ୍ରବାର ଠାରୁ ସ୍ଥିତି ଜଟିଳ ରହିଥିବା ବେଳେ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଓ ସେନା ବାହିନୀର କର୍ମଚାରୀ ନିୟୋଜିତ ହୋଇଛନ୍ତି।

କୋଟ୍ଟାୟାମରେ ସର୍ବାଧିକ ୧୩ ଜଣଙ୍କ ଜୀବନ ଯାଇଥିବା ବେଳେ ଇଡୁକ୍କିରେ ୯ ଜଣ ଓ ଅଲଫୁଜା ଜିଲ୍ଲାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ବର୍ଷା ବିତ୍ପାତ୍ତର ସମୀକ୍ଷା କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ସହ କଥା ହୋଇ ସ୍ଥିତିର ଯାଞ୍ଚ କରିଥିବା ଟ୍ୱିଟ ଯୋଗ ସୂଚନା ଦେଇଛନ୍ତି। ସେହିପରି ରାଜ୍ୟର ରାଜସ୍ୱ ମନ୍ତ୍ରୀ କେ ରାଜନ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ କ୍ଷତିପୂରଣ ଘୋଷଣା କରିଛନ୍ତି।

ଅଚାନକ ବର୍ଷା ପାଣି ମାଡ଼ି ଯିବାକୁ ଅନେକ ସ୍ଥାନରେ ଘର ଭୁଶୁଡ଼ି ପଡ଼ିଛି। ଚାଷ ଜମିରେ ବନ୍ୟା ପାଣି ମାଡ଼ି ଯାଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି। କେଉଁଠି କାର ଭାସି ଯାଇଥିବା ବେଳେ ଆଉ କେଉଁଠି ପାଣି ସୁଅରେ ଲୋକମାନେ ଭାସି ଯାଇଛନ୍ତି। କୋଟ୍ଟାୟାମ ଜିଲ୍ଲା ଲଗାଣ ବର୍ଷାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି।


ଗୁରୁବାର ଠାରୁ କେରଳ ବିଭିନ୍ନ ଜିଲ୍ଲାରରେ ପ୍ରବଳ ବର୍ଷା ଲାଗି ରହିଛି। ଏଥିପାଇଁ ଅନେକ ସ୍ଥାନରେ ଅଚାନକ ବନ୍ୟା ଆସିବା ସହ ଭୂସ୍ଖଳନ ହୋଇଛି। ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଥିବାରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆର୍ମି, ଏନଡିଆରଏଫ, ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି।

ହେଲିକପ୍ଟର ଯୋଗେ ଭୂସ୍ଖଳନ ହୋଇଥିବା ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି। କୋଟ୍ଟାୟମର କୋଟ୍ଟିକଲ ଓ ଇଡୁକ୍କିର କୋକ୍କାୟାର ଅଞ୍ଚଳରେ ଭୂସ୍ଖଳନ ଯୋଗୁ ଅନେକ ଲୋକ ନିଖୋଜ ହୋଇଯାଇଥିବା ଖବର ମିଳିଛି।


ନିଖୋଜ ଲୋକଙ୍କୁ ଠାବ କରିବା ପାଇଁ ଉଦ୍ଧାରକାର୍ଯ୍ୟ ରବିବାର ସକାଳୁ ଜାରି ରହିଛି। ମାଟିର ଧ୍ୱଂସାବଶେଷ ତଳକୁ ଉଦ୍ଧାରକାରୀ ଦଳ ୮,୭, ଓ ୪ ବର୍ଷର ତିନୋଟି ପିଲାଙ୍କ ମୃତଦେହ ମିଳିଛି। ସେମାନେ ପରସ୍ପରକୁ ଧରାଧରି ହୋଇ ମାଟି ଅତଡ଼ା ତଳେ ଫସି ରହିଥିଲେ। ଉଦ୍ଧାରକାରୀ ଦଳ କୋଟ୍ଟିକଲରୁ ଆଉ ୫ଟି ଶବ ଉଦ୍ଧାର କରିଛନ୍ତି। ତେବେ ସେମାନଙ୍କ ପରିଚୟ ମିଳିପାରି ନାହିଁ।

ଉଦ୍ଧାର କାର୍ଯ୍ୟରେ ନୌସେନାର ହେଲିକପ୍ଟର ମଧ୍ୟ ନିୟୋଜିତ କରାଯାଇଛି। ଯଦି ବର୍ଷା ନ ଛାଡ଼ିବ, ତା’ହେଲେ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ ବୋଲି କୋଟ୍ଟାୟମ ଜିଲ୍ଲାପାଳ ଆଶଙ୍କା କରିଛନ୍ତି। ଇଡୁକ୍କିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହୁରି ୨ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ମାଟି ଅତଡ଼ା ତଳୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି।


ପ୍ରତିରକ୍ଷା ପିଆରଏଓ କହିଛନ୍ତି, ବର୍ଷା ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଆଇଏନଏସ୍‌ ଗରୁଡ଼ରୁ ରିଲିଫ ସାମଗ୍ରୀ ଧରି ନୌସେନାର ହେଲିକପ୍ଟର ଯାଇଛି। ଦୁଇଟି ଏମଆଇ-୧୭ ହେଲିକପ୍ଟର ଏୟାରଫୋର୍ସ ଷ୍ଟେସନରେ ଷ୍ଟାଣ୍ଡାବାଇରେ ରହିଛି। ଦରକାର ପଡ଼ିଲେ ଉଦ୍ଧାର କାର୍ଯ୍ୟରେ ଏଗୁଡ଼ିକୁ ନିୟୋଜିତ କରାଯିବ।

ରବିବାର ୱାୟନାଡରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କନ୍ନୁର ଠାରେ ଥିବା ଡିଏସ୍‌ସି ସେଣ୍ଟରରୁ ଗୋଟିଏ କଲମ ଆର୍ମି କର୍ମଚାରୀ, ମେଡିକାଲ ଟିମ ଓ ଇଞ୍ଜିନିୟରମାନେ ପହଞ୍ଚିଛନ୍ତି। ମୁଣ୍ଡକାୟାମ ଓ କୋଟ୍ଟିକଲକୁ ବେଙ୍ଗାଲୁରୁରୁ ଇଞ୍ଜିନିୟରିଂ ଟାସ୍କ ଫୋର୍ସ ଯାଇଛନ୍ତି। ଉଦ୍ଧାର କାର୍ଯ୍ୟବେଳେ ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଆର୍ମି ଯବାନମାନେ ଠାବ କରିଛନ୍ତି। ଏହା ସ୍ଥାନୀୟ ପ୍ରଶାସନକୁ ହସ୍ତାନ୍ତର କରାଯାଇଥିବା ସେ କହିଛନ୍ତି।

The post ବର୍ଷା ବିତ୍ପାତ୍ତ: ମୃତ୍ୟୁ ସଂଖ୍ୟା ୨୬ରେ ପହଞ୍ଚିଲା appeared first on Odisha Reporter.



from Odisha Reporter https://ift.tt/3DRDFw0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages