ମୁମ୍ବାଇ: ବି-ଟାଉନର ଜଣାଶୁଣା ତଥା ବଧାଇ ହୋ’ ଫେମ୍ ଅଭିନେତ୍ରୀ ନୀନା ଗୁପ୍ତା। ସେ ଗତ କିଛି ବର୍ଷ ହେଲେ ବି-ଟାଉନ୍କୁ ଜୋରଦାର କମ୍ବ୍ୟାକ୍ କରିଛନ୍ତି। ଏଥିସହ ନିଜ ଦମଦାର ଅଭିନୟ ବଳରେ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିଛନ୍ତି। ୬୦ ବର୍ଷ ବୟସରେ ବି-ଟାଉନ୍କୁ କମ୍ ବ୍ୟାକ୍ କରି ସେ ସାଉଁଟିଛନ୍ତି ଢ଼େର ପ୍ରଶଂସା। ତେବେ ନୀନା ନିଜ ବ୍ୟକ୍ତିଗତ ଜୀବନର କିଛି ରହସ୍ୟ ବିଷୟରେ ନିକଟରେ ଖୁଲାସା କରିଛନ୍ତି।
ବାରମ୍ବାର ନୀନା ଯୌନ ଶୋଷଣର ଶିକାର ହୋଇଛନ୍ତି। ନିକଟରେ ଉନ୍ମୋଜନ ହୋଇଥିବା ତାଙ୍କ ଆତ୍ମଜୀବନୀ ‘ସଚ୍ କହୁଁ ତୋ’ରେ ସେ ଏହି ରହସ୍ୟ ଉପରୁ ପରଦା ଉଠାଇଛନ୍ତି। ସେ ତାଙ୍କ ଜୀବନର ଅନେକ ଗଭୀର ରହସ୍ୟ ତାଙ୍କ ପୁସ୍ତକରେ ସେୟାର କରିଛନ୍ତି। ଏଥିସହ ନୀନା ତାଙ୍କ ପିଲାଦିନର କିଛି ଖରାପ ସ୍ମୃତିକୁ ମଧ୍ୟରେ ବଖାଣିଛନ୍ତି।
ନୀନା କହିଛନ୍ତି ଯେ, ପିଲାଦିନେ ସେ ଯୌନ ଶୋଷଣର ଶିକାର ହୋଇଥିଲେ। ଡାକ୍ତର ଏବଂ ଜଣେ ସିଲେଇ ଦୋକାନି ତାଙ୍କ ସହ ଅସଦାଚରଣ କରିଥିଲେ। ସେ ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ ଥରେ ସେ ତାଙ୍କ ଅପ୍ଟିସିଆନ (ଚକ୍ଷୁ ଡାକ୍ତର) ଙ୍କ ନିକଟକୁ ଯାଇଥିଲେ। ତାଙ୍କୁ କୁହାଯାଇଥିଲା ଯେ ତାଙ୍କ ଭାଇ ୱେଟିଂ ରୁମ୍ରେ ଅଛନ୍ତି।
ଏହାପରେ ଉକ୍ତ ଡାକ୍ତର ଜଣ ନୀନାଙ୍କ ଆଖି ଟେଷ୍ଟ କରିବା ଆରମ୍ଭ କରିଥିଲେ। କିନ୍ତୁ ତା’ପରେ ସେ ତାଙ୍କ ଆଖି ସହିତ ସଂଯୁକ୍ତ ନଥିବା ଦେହର ଅନ୍ୟ ପାର୍ଟଗୁଡ଼ିକୁ ମଧ୍ୟ ଯାଞ୍ଚ କରିବା ଆରମ୍ଭ କରିଥିଲେ। ‘ମୁଁ ବହୁତ ଡରି ଯାଇଥିଲି ଏବଂ ଘରକୁ ଫେରୁଥିବା ସମୟରେ ମୋତେ ବହୁତ ଖରାପ ଲାଗୁଥିଲା। ମୁଁ ଘରେ ପହଞ୍ଚି ଏକ କୋଣରେ ବସି ବହୁତ ଖୁବ୍ କାନ୍ଦିଥିଲି ବୋଲି ନୀନା ତାଙ୍କ ବହିରେ ଉଲ୍ଲେଖ କରିଛନ୍ତି।’
ନୀନା ଆହୁରି ଲେଖିଛନ୍ତି, ‘ଏହି ଘଟଣା ବିଷୟରେ ମୋର ମା’ଙ୍କୁ କହିବାକୁ ମୋର ସାହସ ନଥିଲା। କାରଣ ମୁଁ ଏତେ ଡରି ଯାଇଥିଲି ଯେ ମୁଁ ଭାବିଲି ସେ କହିବେ ଯେ ଏଥିରେ ମୋର ହିଁ ଦୋଷ। ସେ କହିବେ ଯେ ମୁଁ ନିଶ୍ଚୟ କିଛି କହିଛି କିମ୍ବା ତାଙ୍କୁ ଉତ୍ତେଜିତ କରିବା ପାଇଁ କିଛି କରିଛି।’ ଯେତେବେଳେ ସେ ସେହି ଡାକ୍ତରଙ୍କ ପାଖକୁ ଯାଉଥିଲେ ନୀନାଙ୍କ ସହ ଏଭଳି ବାରମ୍ବାର ଘଟୁଥିଲା ବୋଲି ସେ କହିଛନ୍ତି।
ଦ୍ୱିତୀୟ ଘଟଣା ଟେଲର୍ ତଥା ସିଲେଇ ଦୋକାନି ସହିତ ଘଟିଥିଲା। ନୀନା ଲେଖିଛନ୍ତି ଯେ ଟେଲର ମାପ ନେବାବେଳେ ସେ ଅଧିକ ହାତ ଚଳାଇଥିଲେ। ଏହା ସ୍ପଷ୍ଟ ଯେ ଟେଲର ମାପ ନିଏ, କିନ୍ତୁ ଯେତେବେଳେ ସେ ମାପ ନେବା ବାହାନାରେ ଏଠି ସେଠି ସ୍ପର୍ଶ କରିବା ଆରମ୍ଭ କରେ, ସେତେବେଳେ ଯେକେହି ଅସହଜ ଅନୁଭବ କରିବେ।
ନୀନା ଲେଖିଛନ୍ତି ଯେ ‘ଏହି ଘଟଣା ସତ୍ତ୍ୱେ ତାଙ୍କୁ ବାଧ୍ୟତାମୂଳକ ଭାବେ ସେହି ଟେଲର ପାଖକୁ ଯିବାକୁ ପଡୁଥିଲା। କାରଣ ମୁ ଭବିଥିଲି ଯେ, ମୋ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। ଯଦି ମୁଁ ମୋ ମା’ଙ୍କୁ କହୁଛି ଯେ ମୁଁ ତାଙ୍କ ପାଖକୁ ଯିବାକୁ ଚାହୁଁ ନାହିଁ, ତେବେ ସେ ମୋତେ ଏହାର କାରଣ ପଚାରିବେ ଏବଂ ତା’ପରେ ମୋତେ କହିବାକୁ ପଡ଼ିବ।’
ଏଥିସହ ନୀତା ତାଙ୍କ ଆତ୍ମଜୀବନୀରେ ତାଙ୍କ ଭାଇଙ୍କ ଜଣେ ବନ୍ଧୁ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ନୀନାଙ୍କୁ ଯେତେବେଳେ ୧୬ ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କ ଭାଇଙ୍କ ବନ୍ଧୁ ଜଣକ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ସେ ବିବାହିତ ହୋଇଥିବା ସତ୍ତ୍ୱେ ତାଙ୍କୁ ଏଭଳି ପ୍ରସ୍ତାବ ଦେଇଥିଲେ। କିନ୍ତୁ ନୀନା ତାଙ୍କ ପ୍ରସ୍ତାବକୁ ବୁଦ୍ଧିମତାର ସହ ପ୍ରତ୍ୟାଖ୍ୟାନ କରିଥିଲେ ବୋଲି ସେ କହିଛନ୍ତି।
ଏହିଭଳି ଘଟଣା କେବଳ ମୋ ସହ ନୁହେଁ କଲେଜରେ ପଢ଼ୁଥିବା ଅନେକ ଝିଅଙ୍କ ସହ ଘଟେ। କିନ୍ତୁ ସେମାନେ ନିଜ ପିତାମାତାଙ୍କୁ କୁହନ୍ତି ନାହିଁ, କାରଣ ସେମାନେ ପାଇଥିବା ସାମାନ୍ୟ ସ୍ୱାଧୀନତା ମଧ୍ୟ ତାଙ୍କ ଠାରୁ ଛଡ଼ାଇ ନିଆଯିବ। କିମ୍ବା ଏହାଠାରୁ ମଧ୍ୟ ଅଧିକ ଖରାପ ହେବ। ଅଥବା ଓଲଟା ଆମ ଉପରେ ହିଁ ଦୋଷ ଲଦି ଦିଆଯିବ ବୋଲି ନୀନା କହିଛନ୍ତି।
ଏହି ‘ବଧାଇ ହୋ’ ଫେମ୍ ଅଭିନେତ୍ରୀ ଜଣକ ତାଙ୍କ ପୁସ୍ତକରେ ଏପରି କିଛି ରହସ୍ୟ ଉନ୍ମୋଚନ କରିଛନ୍ତି, ଯାହାକୁ ଜାଣି ତାଙ୍କ ଝିଅ ମାସାବା ଗୁପ୍ତା ମଧ୍ୟ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
View this post on Instagram
The post ଦୁଃଖ ବଖାଣିଲେ ନୀନା, କହିଲେ-ବାରମ୍ବାର ଯୌନ ଶୋଷଣର ଶିକାର ହୋଇଛି appeared first on Odisha Reporter.
from Odisha Reporter https://ift.tt/3lPILTd
No comments:
Post a Comment