ମନରେଗା ଟଙ୍କା ବଣ୍ଟନକୁ ନେଇ ବୋମାମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 29, 2021

ମନରେଗା ଟଙ୍କା ବଣ୍ଟନକୁ ନେଇ ବୋମାମାଡ଼

ଆସିକା (ମନୋଜ ମୁନି): ମନରେଗା ଟଙ୍କା ବଣ୍ଟନକୁ ନେଇ ସାମାନ୍ୟ ବଚସାରୁ ହୋଇଛି ବୋମାମାଡ଼। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ଆସିକାର ଗାଙ୍ଗପୁର ଥାନା ଅନ୍ତର୍ଗତ ପଣିବନ୍ଧ ଗାଁରେ।

ଆହତ ଦୁଇ ଜଣ ହେଲେ ଟୁକୁନା ସ୍ୱାଇଁ ଓ ଭୋଳା ସ୍ୱାଇଁ। ଟୁକୁନାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଭୋଳାକୁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ମନରେଗା ଟଙ୍କା ବଣ୍ଟନକୁ ନେଇ ଟୁକୁନାଙ୍କ ସହ ଭୋଳା ଓ ସନାତନଙ୍କର ବଚସା ହୋଇଥିଲା। ଏନେଇ ଟୁକୁନାଙ୍କ ଉପରେ ଉଭୟଙ୍କର ରାଗ ଥିଲା। ଆଜି ଟୁକୁନା ବଜାର ଯାଉଥିବା ବେଳେ ଭୋଲା ଓ ସନାତନ ମୁଖ୍ୟ ରାସ୍ତା କଡରେ ବୋମାମାଡ଼ କରିଥିଲେ। ଏଥିରେ ଟୁକୁନା ସହ ଭୋଳା ମଧ୍ୟ ଆହତ ହୋଇଥିଲେ।  ହେଲେ ସନାତନଙ୍କର କିଛି ହୋଇ ନଥିଲା।

ପ୍ରଥମେ ଉଭୟଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଟୁକୁନାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

 

 

 

 

The post ମନରେଗା ଟଙ୍କା ବଣ୍ଟନକୁ ନେଇ ବୋମାମାଡ଼ appeared first on Odisha Reporter.



from Odisha Reporter https://ift.tt/3GJ895J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages