ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିବା ପରେ ଆକ୍ସନ ମୁଡ୍ରେ ସୁନା ପୁଅ ନୀରଜ। ସୋଶାଲ ମିଡିଆରେ ନୀରଜ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଟିଭି ରିଆଲିଟି ଶୋ’ ଠାରୁ ଆରମ୍ଭ କରି ବିଜ୍ଞାପନ, ସବୁଠି ଛାଇ ଯାଇଛନ୍ତି ନୀରଜ। ଏହାରି ଭିତରେ ସାମ୍ନାକୁ ଆସିଛି ଗୋଲ୍ଡେନ୍ ବୟଙ୍କ ଆଉ ଏକ କାରନାମା। ଅଲିମ୍ପିକ୍ସ ପରେ ସେ ଏବେ ଗଭୀର ପାଣି ଭିତରେ ଫିଙ୍ଗିଛନ୍ତି ଜାଭଲିନ୍।
ନୀରଜ ଏବେ ନିଜ କାମରୁ ଅଳ୍ପ ବ୍ରେକ୍ ନେଇଛନ୍ତି। ସେ ଛୁଟି ମନାଇବା ପାଇଁ ମଲଦୀପରେ ଯାଇଛନ୍ତି। ନିଜ ଖେଳ ଏବଂ ଜାଭଲିନ୍ ନୀରଜଙ୍କ କେତେ ପ୍ରିୟ, ତାହାର ଏକ ଝଲକ୍ ମଲଦୀପରେ ଦେଖିବାକୁ ମିଳିଛି। ଛୁଟି ସମୟରେ ମଧ୍ୟ ନୀରଜ ଏଠାରେ ଜାଭେଲିନ୍ ଥ୍ରୋ ବିଷୟରେ ଚିନ୍ତା ଜାରି ରଖିଛନ୍ତି।
ଫୁରାଜୀ ରିସର୍ଟରୁ ନୀରଜଙ୍କ ମାଲଦ୍ୱୀପ ଯାତ୍ରା ଆରମ୍ଭ ହୋଇଥିଲା। ଏହି ୨୩ ବର୍ଷୀୟ ଆଥଲେଟ୍ ଶୁକ୍ରବାର ଦିନ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ସ୍କୁବା ଡାଇଭିଂ ଉପଭୋଗ କରୁଛନ୍ତି। ଭିଡିଓରେ ନୀରଜ ଗଭୀର ପାଣି ଭିତରେ ଜାଭେଲିନ୍ ଥ୍ରୋ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ପାଣି ତଳେ, ନୀରଜ ରନ୍ଅପ୍ ନେଇ ନିଜର ଜାଭେଲିନ୍ ଫିଙ୍ଗିବା ଶୈଳୀ ଦେଖାଇଛନ୍ତି। ନୀରଜଙ୍କ ଏହି ଅଣ୍ଡର ୱାଟର ଜାଭଲିନ୍ ଥ୍ରୋ ପ୍ରାକ୍ଟିସର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓକୁ ପୋଷ୍ଟ କରି ନୀରଜ ଲେଖିଛନ୍ତି, ‘ଆକାଶରେ କିମ୍ବା ଭୂମିରେ କିମ୍ବା ପାଣି ତଳେ ମୁଁ ସବୁବେଳେ କେବଳ ଜାଭଲିନ୍ ବିଷୟରେ ଚିନ୍ତା କରୁଛି।’ ଏହା ପରେ ନୀରଜ ଲେଖିଛନ୍ତି, ‘ଟ୍ରେନିଂ ଆରମ୍ଭ ହୋଇଛି।’ ନୀରଜଙ୍କ ଏହି ଭିଡିଓ ବ୍ୟାକ୍ଗ୍ରାଉଣ୍ଡରେ ଆର୍ ରହମାନଙ୍କ ‘ବନ୍ଦେ ମାତାରାମ’ ଗୀତ ମଧ୍ୟ ଶୁଣିବାକୁ ମିଳୁଛି।
ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରଥମ ଗୋଲ୍ଡ ପଦକ ହାସଲ କରିବା ପରେ ନୀରଜ ବେଶ୍ ବ୍ୟସ୍ତ ଅଛନ୍ତି। ଟିଭି କମର୍ସିଆଲ ଠାରୁ ଆରମ୍ଭ କରି ଟି ଶୋ’, ସମ୍ମାନ ସମାରୋହ ଏବ ଇଣ୍ଡରଭ୍ୟୁଗୁଡିକ ନୀରଜଙ୍କୁ ଦେଖିବାକୁ ମିଳୁଛି। ଏଥିପାଇଁ ସେ ଏବେ ନିଜକୁ ରିଫ୍ରେଶ୍ କରିବା ପାଇଁ ତାଙ୍କର ଆଗାମୀ ଟ୍ରେନିଂ ପୂର୍ବରୁ ଛୋଟ ବ୍ରେକ୍ ନେଇଛନ୍ତି।
View this post on Instagram
The post ଗଭୀର ପାଣି ଭିତରେ ବି ଗୋଲ୍ଡେନ୍ ବୟଙ୍କ ଜାଭଲିନ୍ ଚିନ୍ତା appeared first on Odisha Reporter.
from Odisha Reporter https://ift.tt/3ov8aDo
No comments:
Post a Comment