୪୭୮ କରୋନା ଆକ୍ରାନ୍ତ ମଧ୍ୟରେ ୫୭ଜଣ ଛୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 2, 2021

୪୭୮ କରୋନା ଆକ୍ରାନ୍ତ ମଧ୍ୟରେ ୫୭ଜଣ ଛୁଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୭୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୭ ଜଣ ୧୮ ବର୍ଷରୁ କମ୍ ବର୍ଗର। ୪୭୮ ସଂକ୍ରମିତଙ୍କ ମଧ୍ୟରୁ ୨୮୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୯୭ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଅନୁଗୋଳରୁ  ୭ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୫, ଭଦ୍ରକରୁ ୪, କଟକରୁ ୫୭, ଢେଙ୍କାନାଳରୁ ୧୨, ଗଜପତି ୨, ଗଞ୍ଜାମ ୩,  ଜଗତସିଂହପୁରରୁ ୨୯, ଯାଜପୁରରୁ ୧୬, ଝାରସୁଗୁଡ଼ାରୁ ୭, କଳାହାଣ୍ଡିରୁ ଜଣେ,କେନ୍ଦ୍ରାପଡ଼ାରୁ ୩ ଓ କେନ୍ଦୁଝରରୁ ଜଣେ ଚିହ୍ନଟ ହୋଇଛନ୍ତି। ସେହିପରି ମାଲକାନଗିରି ଜଣେ, ମୟୂରଭଞ୍ଜ ୧୩, ନୟାଗଡ଼ ୨, ପୁରୀ ୧୪, ସମ୍ବଲପୁର ୧୨,ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୧୦ ଓ ଷ୍ଟେଟପୁଲରୁ ୪୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୭,୪୩୧କୁ  ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୦,୧୩,୮୩ ୩ ସୁସ୍ଥ ହୋଇ ସାରିଥିବା ବେଳେ ୫,୩୩୬ଜଣ ଚିକିତ୍ସାଧୀନ ଅଛନ୍ତି।

କରୋନାରେ ପ୍ରାଣ ହରାଇଥିବା ଆଉ ୭ଜଣଙ୍କ ସଂପର୍କରେ ସରକାର ତଥ୍ୟ ଦେଇଛନ୍ତି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୨୦୯ ବୃଦ୍ଧି ପାଇଛି। ଏହି ୭ଜଣଙ୍କ ମଧ୍ୟରେ ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଲେଖାଏଁ  ଆକ୍ରାନ୍ତ ଆଖି ବୁଜିଥିବା ବେଳେ ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡ଼ାରୁ ଜଣେ  ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

The post ୪୭୮ କରୋନା ଆକ୍ରାନ୍ତ ମଧ୍ୟରେ ୫୭ଜଣ ଛୁଆ appeared first on Odisha Reporter.



from Odisha Reporter https://ift.tt/2ZF0K67

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages