ବେକେରି ଫ୍ୟାକ୍ଟ୍ରିକୁ ଯାଉଥିଲା ପଚା ଅଣ୍ଡା, ଜବତ କଲା ସିଏମ୍‌ସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 5, 2021

ବେକେରି ଫ୍ୟାକ୍ଟ୍ରିକୁ ଯାଉଥିଲା ପଚା ଅଣ୍ଡା, ଜବତ କଲା ସିଏମ୍‌ସି

କଟକ(ଓଡ଼ିଶା ରିପୋର୍ଟର):ମାର୍କେଟରେ ମିଳୁଛି ଭଳିକି ଭଳି ଭେଜ୍‌, ନନଭେଜ୍‌ କେକ୍‌। ଆକର୍ଷଣୀୟ ପ୍ୟାକେଟରେ ଥିବା ଏହି କେକ୍‌ ଦେଖିଲେ ଆପଣଙ୍କର ବି ଇଚ୍ଛା ହେବ ଚାଖିବାକୁ। ହେଲେ ଏବେ ନନଭେଜ କେକ୍‌ ଖାଇବା ଆଗରୁ ଟିକେ ଭାବି ନିଅନ୍ତୁ। କାରଣ ଆପଣଙ୍କ କେକ୍‌ରେ ମିଶିଥାଇପାରେ ପଚା ଅଣ୍ଡା। ଏକ ବେକରି ଫ୍ୟାକ୍ଟ୍ରିକୁ  ଯାଉଥିବା ୧୦ ପେଟି ପଚା ଅଣ୍ଡାକୁ ସିଏମ୍‌ସି  ଜବତ ପରେ ଏବେ କେକ୍‌ ଖାଇବା ପୂର୍ବରୁ ସମସ୍ତଙ୍କ ମନରେ ସନ୍ଦେହ ଉପୁଜିବା ସ୍ୱାଭାବିକ ।

ସୂଚନାଯୋଗ୍ୟ, ଆଜି କଟକ ମହାନଗର ନିଗମ (ସିଏମ୍‌ସି)। ସିଏମ୍‌ସି ଏକ ଅଟୋରେ ଯାଉଥିବା ୧୦ ପେଟି ପଚା ଅଣ୍ଡା ଜବତ କରିଛି। ଏହି ଅଣ୍ଡାକୁ ପାଉଁରୁଟି, କେକ୍  ତିଆରି ପାଇ ଏକ ବେକରି ଫ୍ୟାକ୍ଟ୍ରିକୁ ନିଆଯାଉଥିବା ଜଣାପଡ଼ିଛି।   ଯେଉଁ ଗାଡ଼ିରେ ପଚା ଅଣ୍ଡା ନିଆଯାଉଥିଲା ସେହି ଗାଡ଼ିକୁ ସିଏମ୍‌ସି ଜବତ କରିବା ସହ ଗାଡ଼ି ଡ୍ରାଇଭରକୁ ଅଟକ ରଖିଛି।

ଆଜି ସକାଳେ ଆଠଗଡ଼ର ବାଳି  ଅଞ୍ଚଳରୁ ଏକ ଅଟୋ ଯୋଗେ ୧୦ ପେଟି ପଚାଅଣ୍ଡା ସାଆନ୍ତ ସାହିରେ ଥିବା ବେକେରି ଫ୍ୟାକ୍ଟ୍ରିକୁ ଚାଲାଣ କରାଯାଉଥିବା ସିଏମ୍‌ସି ଖବର ପାଇଥିଲା। ଏହି ସମୟରେ ପୂର୍ବରୁ ଜମି ରହିଥିବା ସିଏମସି ଟିମ୍‌ କଟକରେ ଅଣ୍ଡା ଗାଡ଼ିକୁ ଅଟକାଇଥିଲା। ଗାଡ଼ି ଯାଞ୍ଚ ବେଳେ ସେଥିରୁ ପଚା ଅଣ୍ଡା ବାହାରିଥିଲା। କିଛି ଅଣ୍ଡାରୁ ମଧ୍ୟ କୁକୁଡ଼ା ଛୁଆ ବାହାରିଥିବା ଦେଖିବାକୁ ମିଳିଥିଲା। ଗାଡ଼ିରେ ୧୦ପେଟିରେ ୨୪୦୦ ପଚା ଅଣ୍ଡା ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ସିଏମ୍‌ସି ନକଲି ଘିଅ କାରଖାନା ଉପରେ ଚଢ଼ଉ କରି ବିପୁଳ ପରିମାଣର ନକଲି ଘିଅ ଜବତ କରାଯାଇଥିଲା।

 

The post ବେକେରି ଫ୍ୟାକ୍ଟ୍ରିକୁ ଯାଉଥିଲା ପଚା ଅଣ୍ଡା, ଜବତ କଲା ସିଏମ୍‌ସି appeared first on Odisha Reporter.



from Odisha Reporter https://ift.tt/3Fli7ti

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages