ମହଙ୍ଗା ମାଡ, ପୁଣି ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦାମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 5, 2021

ମହଙ୍ଗା ମାଡ, ପୁଣି ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦାମ୍‌

ନୂଆଦିଲ୍ଲୀ: ତାଳ ଦେଇ ବଢ଼ି  ଚାଲିଛି ତେଲ ସହ ସିଲିଣ୍ଡର ଦାମ୍‌ । ପୁଣି ଖାଉଟିଙ୍କ ଉପରେ ପଡିଛି ମହଙ୍ଗା ମାଡ। ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦାମ୍‌। ପ୍ରତି ସିଲିଣ୍ଡର ପିଛା ୧୫ ଟଙ୍କା ବୃଦ୍ଧି ହୋଇଛି। ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀରେ  ୧୪ କେଜି ସିଲିଣ୍ଡର ପିଛା ଦାମ୍‌ ୮୯୯ ଟଙ୍କା ୫୦ ପଇସାରେ ପହଞ୍ଚିଛି। ପୂର୍ବରୁ ଏହି ଦାମ୍‌ ୮୮୪ ଟଙ୍କା ୫୦ ପଇସା ଥିଲା।

ସେହିପରି କୋଲକାତାରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୧୧ ରୁ ୯୨୬ ଟଙ୍କାକୁ ବୃଦ୍ଧି ପାଇଛି। ଏଥି ସହିତ ମୁମ୍ବାଇରେ ଏଲପିଜି ମୂଲ୍ୟ ୮୪୪.୫୦ ରୁ ୮୯୯.୫୦ ଟଙ୍କାକୁ ବୃଦ୍ଧି ପାଇଛି ଏବଂ ଚେନ୍ନାଇରେ ସବସିଡି ନଥିବା ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ୯୧୫.୫୦ ଟଙ୍କାକୁ ବୃଦ୍ଧି ପାଇଛି।

ଏହା ପୂର୍ବରୁ ମଧ୍ୟ ଅକ୍ଟୋବର ୧ ତାରିଖରେ ତୈଳ କମ୍ପାନୀ ୧୯ କେଜି କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପିଛା ୪୩ ଟଙ୍କା ୫ ପଇସା ବଢ଼ାଇଥିଲେ। କିନ୍ତୁ ସେତେବେଳେ ଘରୋଇ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ବଢ଼ିନଥିଲା।

ଚଳିତ ବର୍ଷ ଏଲ୍‌ପିଜି ଘରୋଇ ସିଲିଣ୍ଡରରେ ୨୦୫ ଟଙ୍କା ଯାଏଁ ବୃଦ୍ଧି ହୋଇସାରିଲାଣି। ଗତ ବର୍ଷ ତୁଳନାରେ ଘରୋଇ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ଦୁଇ ଗୁଣା ବଢ଼ିଛି। ୨୦୧୪ ମାର୍ଚ୍ଚ ୧ ସୁଦ୍ଧା ଘରୋଇ ଗ୍ୟାସର ଖୁଚୁରା ବିକ୍ରୟ ମୂଲ୍ୟ ସିଲିଣ୍ଡର ପିଛା ୪୧୦.୫ ଟଙ୍କା (୧୪.୨ କିଲୋଗ୍ରାମ) ଥିଲା। ସେପ୍ଟେମ୍ବର ଆରମ୍ଭରେ, ସବସିଡି ନଥିବା ୧୪.୨ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା। ଯାହା ପରେ ସିଲିଣ୍ଡରର ମୂଲ୍ୟ ୮୮୪.୫୦ ଟଙ୍କା ହୋଇଥିଲା।

ଏହାପୂର୍ବରୁ ଅଗଷ୍ଟ ଆରମ୍ଭରେ ମଧ୍ୟ ଏଲପିଜି ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା। ଯାହା ପରେ ଏଲପିଜି ସିଲିଣ୍ଡର ୮୫୯.୫ ଟଙ୍କା ହୋଇଗଲା। ଏଥି ସହିତ ଜୁଲାଇରେ ମଧ୍ୟ ଗ୍ୟାସର ମୂଲ୍ୟ ୨୫.୫ ଟଙ୍କା ବୃଦ୍ଧି କରାଯାଇଥିଲା। ଯାହା ପରେ ଦିଲ୍ଲୀରେ ଏଲପିଜି ମୂଲ୍ୟ ୮୩୪.୫୦ଟଙ୍କା ରେ ପହଞ୍ଚିଥିଲା।

ଏହାପୂର୍ବରୁ ଏପ୍ରିଲରେ ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ଶେଷ ଥର ପାଇଁ କଟା ଯାଇଥିଲା। ତା’ପରେ ଗ୍ୟାସ କମ୍ପାନୀଗୁଡିକ ଏଲ୍‌ପିଜି ସିଲିଣ୍ଡର ପିଛା ୧୦ ଟଙ୍କା ହ୍ରାସ କରିଥିଲେ।

The post ମହଙ୍ଗା ମାଡ, ପୁଣି ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦାମ୍‌ appeared first on Odisha Reporter.



from Odisha Reporter https://ift.tt/3lcpviw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages