ମୁମ୍ବାଇ: ମୁମ୍ବାଇ ହାଇପ୍ରୋଫାଇଲ୍ ଡ୍ରଗ୍ସ ପାର୍ଟି ମମଲା ଦିନକୁ ଦିନ ଅଧିକ ରୋଚକ ହେବାରେ ଲାଗିଛି। ଏହା ଏକ ରହସ୍ୟମୟୀ ଉପନ୍ୟାସର କାହାଣୀ ଭଳି ମନେ ହେଉଛି। ଏହି ଡ୍ରଗ୍ସ ପାର୍ଟିରେ ଅଭିନେତା ଶାହାରୁଖ ଖାନ୍ଙ୍କ ପୁଅ ସମେତ ଅନେକ ବଡ ବଡ ସେଲେବ୍ରିଟି ମଧ୍ୟ ସାମିଲ ହୋଇଥିଲେ। ଏହି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଆଉ ଜଣେ ଡ୍ରଗ୍ସ ବ୍ୟବସାୟୀଙ୍କୁ ଗିରଫ କରିଛି।
ମଙ୍ଗଳବାର ଗିଫର ହୋଇଥିବା ଡ୍ରଗ୍ସ ବ୍ୟବସାୟୀ ଶ୍ରେୟସ ନାୟରଙ୍କୁ ପଚରା ଉଚରା ପରେ ଉକ୍ତ ଡ୍ରଗ୍ସ ପେଡ୍ଲରକୁ ଗିରଫ କରାଯାଇଛି। ବର୍ତ୍ତମାନ ଗିରଫ ବ୍ୟକ୍ତିଙ୍କୁ ପଚରାଉଚରା ଜାରି ରହିଥିବା ଏନ୍ସିବି ଜୋନାଲ ନିର୍ଦ୍ଦେଶକ ସମିର ୱାଙ୍ଖଡେ କହିଛନ୍ତି। ଏହାକୁ ମିଶାଇ କ୍ରୁଜ ପାର୍ଟି ମାମଲାରେ ଗିରଫ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି।
ସେପଟେ ମଙ୍ଗଳବାର ଏନ୍ସିବି ଜାହାଜ ଭିତରେ ପାର୍ଟିର ଆୟୋଜନ କରିଥିବା ଅନ୍ୟ ୪ ଜଣଙ୍କୁ ମଧ୍ୟ ଗିରଫ କରିଥିଲା। ଗିରଫ ୪ ଜଣଙ୍କ ନାଁ ଗୋପାଲ ଜି ଆନନ୍ଦ, ସମୀର ସହଗଲ, ମାନବ ସିଙ୍ଘଲ ଏବଂ ଭାସ୍କର ଅରୋରା। ପାର୍ଟିରେ ଯୋଗଦେବାକୁ ଆସିଥିବା କିଛି ଲୋକ ଡ୍ରଗ୍ସ ସହ ଧରାପଡ଼ିବା ପରେ ମଧ୍ୟ ସେମାନେ କ୍ରୁଜକୁ ସମୁଦ୍ରକୁ ଭିତରକୁ ନେଇ ପାର୍ଟି ଜାରି ରଖିଥିବା ନେଇ ଏହି ୪ ଜଣଙ୍କ ନାଁରେ ଅଭିଯୋଗ ରହିଛି। ଏହି ୪ଜଣଙ୍କୁ ଆଜି କୋର୍ଟରେ ହାଜର କରାଯିବ। ଏହାପୂର୍ବରୁ ଗତକାଲି ଦୁଇ ଅଭିଯୁକ୍ତ ଏବଂ ଦୁଇ ଡ୍ରଗ୍ସ ବ୍ୟବସାୟୀଙ୍କୁ କୋର୍ଟରେ ହାଜର କରାଯାଇଥିଲା।
ଏନ୍ସିବିର ଓକିଲ କୋର୍ଟରେ କହିଥିଲେ, ,ଏହି ମାମଲା ଏକ ରହସ୍ୟମୟୀ କାହାଣୀ ପରି, ଯାହାର ପ୍ରତି ପୃଷ୍ଠାରେ ନୂଆ ନୂଆ ରହସ୍ୟ ଉନ୍ମୋଚନ ହେଉଛି। କୋର୍ଟ ଅବଦୁଲ କାଦିର ଶେଖ, ଶ୍ରେୟସ ନାୟର, ମନୀଷ ରାଜଗଡିଆ, ଅଭିନ୍ନ ସାହୁ,ଏହି ୪ ଜଣଙ୍କୁ ୧୧ ତାରିଖ ଯାଏଁ ଏନ୍ସିବି ରିମାଣ୍ଡକୁ ପଠାଇଛନ୍ତି। ଅନ୍ୟପଟେ ଆର୍ଯ୍ୟନ୍ଙ୍କ ସମେତ ଅନ୍ୟ ୮ ଜଣଙ୍କୁ ଅକ୍ଟୋବର ୭ ଯାଏଁ ଏନ୍ସିବି ରିମାଣ୍ଡରେ ରଖାଯାଇଛି।
The post ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲା: ଗିରଫ ସଂଖା ୧୭କୁ ବୃଦ୍ଧି appeared first on Odisha Reporter.
from Odisha Reporter https://ift.tt/302eDeY
No comments:
Post a Comment