ସମୀର ୱାଙ୍ଖେଡେଙ୍କୁ ଘାରିଲା ଗିରଫ ଭୟ, ପୁଲିସ୍‌ ଲେଖିଲେ ଚିଠି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 24, 2021

ସମୀର ୱାଙ୍ଖେଡେଙ୍କୁ ଘାରିଲା ଗିରଫ ଭୟ, ପୁଲିସ୍‌ ଲେଖିଲେ ଚିଠି

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କୁ ଘାରିଛି ଗିରଫଦାରୀର ଭୟ। ତାଙ୍କୁ ମିଥ୍ୟା ମାମଲାରେ ଓ ପ୍ରତିଶୋଧ ପାଇଁ ଗିରଫ କରାଯାଇ ପାରେ ବୋଲି ସେ ଅଭିଯୋଗ କରିଛନ୍ତି। ତାଙ୍କୁ କିଛି ବିଶିଷ୍ଟ ବ୍ୟକ୍ତି ଜେଲ ଓ ଚାକିରିରୁ ବରଖାସ୍ତ କରିବାକୁ ଧମକ ମଧ୍ୟ ଦେଇଥିବା ସମୀର କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେ ମୁମ୍ବାଇ ପୁଲିସ୍‌ ଠାରୁ ଆଇନଗତ ସୁରକ୍ଷା ଲୋଡ଼ିଛନ୍ତି। ଏନେଇ ସେ ମୁମ୍ବାଇ ପୁଲିସ୍‌ ମୁଖ୍ୟଙ୍କୁ ଗୋଟିଏ ଚିଠି ମଧ୍ୟ ଲେଖିଛନ୍ତି। ଏଥିରେ ସେ “ମୋତେ ଗିରଫ କରନି’ ବୋଲି ଉଲ୍ଲେଖ କରିଛନ୍ତି।

ସମୀର ୱାଙ୍ଖେଡେ ବର୍ତ୍ତମାନ ବଲିଉଡ୍‌ ଓ ଡ୍ରଗ୍ସ ଲିଙ୍କର ତଦନ୍ତ କରୁଛନ୍ତି। ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ମଧ୍ୟ ଗିରଫ ହୋଇଛନ୍ତି। ତେବେ ଆର୍ଯ୍ୟନଙ୍କୁ ଛାଡ଼ିବା ପାଇଁ ୧୮ କୋଟି ଟଙ୍କାର ଡିଲ୍‌ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଏନସିବି ପ୍ରଶ୍ନ ଘେରରେ ଥିବା ବେଳେ ସମୀର ସୁରକ୍ଷା ପାଇଁ ଚିଠି ଲେଖିଛନ୍ତି।

ସେହିପରି ମହାରାଷ୍ଟ୍ର ମନ୍ତ୍ରୀ ନବାବ ମାଲିକ ମଧ୍ୟ ନିକଟରେ ସୀମରଙ୍କ ଚାକିରି ବର୍ଷକ ମଧ୍ୟରେ ଚାଲିଯିବ ବୋଲି ଚେତାବାନୀ ଦେଇଥିଲେ। ସମୀର ମହାରାଷ୍ଟ୍ରକୁ ବଦନାମ ଓ ସେଲେବ୍ରିଟିଙ୍କୁ ହଇରାଣ କରିବା ପାଇଁ ଡ୍ରଗ୍ସ ଲିଙ୍କର ଭେଳିକି ଦେଖାଉଥିବା ମାଲିକ ମଧ୍ୟ କହିଥିଲେ।

ନବାବ ମାଲିକ କହିଥିଲେ, “ ବିଜେପିର ଜଣେ କାଠ କଣ୍ଢେଇ ହେଉଛନ୍ତି ୱାଙ୍ଖେଡେ। ସେ ଲୋକଙ୍କ ବିରୋଧରେ ମିଥ୍ୟା କେସ୍‌ କରିବାରେ ଲାଗିଛନ୍ତି। ମୁଁ ୱାଙ୍ଖେଡେଙ୍କୁ ଚ୍ୟାଲେଞ୍ଜ କରୁଛି, ସେ ବର୍ଷକ ମଧ୍ୟରେ ଚାକିରି ହରାଇବେ। ସେ ଅନେକ ମିଥ୍ୟା କେସ୍‌ ଲୋକଙ୍କ ବିରୋଧରେ ରୁଜୁ କରିବାର ପ୍ରମାଣ ଆମ ପାଖରେ ରହିଛି।”

ଏହି ବୟାନ ପରେ ସମୀର ୱାଙ୍ଖେଡେଙ୍କ ମନରେ ଗିରଫର ଭୟ ସୃଷ୍ଟି ହୋଇଛି। ଏଥିପାଇଁ ସେ ତଥାକଥିତ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ସୁରକ୍ଷା ମାଗିଛନ୍ତି। କିଛି ଲୋକ ତାଙ୍କୁ ମିଥ୍ୟା ମାମଲାରେ ଫସାଇ ଦେବାକୁ ଚେଷ୍ଟା କରୁଛନ୍ତି। ତାଙ୍କ ବିରୋଧରେ ହଠାତ୍‌ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ତେଣୁ ଅତର୍କିତ ଭାବେ ହେବାକୁ ଥିବା ଆଇନଗତ କାର୍ଯ୍ୟାନୁଷ୍ଠାନରୁ ରକ୍ଷା ପାଇବା ପାଇଁ ସେ ମୁମ୍ବାଇ ପୁଲିସ୍‌ ଠାରୁ ସୁରକ୍ଷା ଲୋଡ଼ିଛନ୍ତି।

ଆର୍ଯ୍ୟନଙ୍କୁ ଛାଡ଼ିବା ପାଇଁ ୧୮ କୋଟିର ଡିଲ୍‌ ହୋଇଥିବା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର ସରକାର ଏନସିବି ବିରୋଧରେ ତଦନ୍ତ ଆରମ୍ଭ କରିବାକୁ ପ୍ରସ୍ତୁତ ମଧ୍ୟ ହେଉଛନ୍ତି। ତେଣୁ ଦିନକୁ ଦିନ ସମୀର ୱାଙ୍ଖେଡେଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି।

The post ସମୀର ୱାଙ୍ଖେଡେଙ୍କୁ ଘାରିଲା ଗିରଫ ଭୟ, ପୁଲିସ୍‌ ଲେଖିଲେ ଚିଠି appeared first on Odisha Reporter.



from Odisha Reporter https://ift.tt/3jxgxLv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages