ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ, ୭ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 16, 2021

ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ, ୭ ମୃତ

ଥିରୁବନନ୍ତପୁରମ: କେରଳରେ ପ୍ରବଳ ବର୍ଷା ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଛି।  ଅନେକ ଏବେବି  ନିଖୋଜ ଅଛନ୍ତି। ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ସହ କୋଟାୟମ ଏବଂ ଇଡୁକି ଜିଲ୍ଲାର ୪ଟି ସ୍ଥାନରେ ଭୂସ୍ଖଳନ ହୋଇଛି। ଭୂସ୍ଖଳନ ଯୋଗୁଁ କୋଟ୍ଟାୟମର କୁଟିକଲରେ ଗୋଟିଏ ପରିବାର ନିଶ୍ଚିହ୍ନ ହୋଇଯାଇଥିବା ସୂଚନା ମିଳିଛି।

ଘରେ ଥିବାବେଳେ ପାହାଡ଼ରୁ ବର୍ଷା ପାଣି ଓ ଆବର୍ଜନା ମାଡ଼ି ଆସିବାରୁ ଘର ପୋତି ହୋଇଯାଇଥିଲା। ଫଳରେ ଘର ଭିତରେ  ଥିବା ବୁଢ଼ି ମାଆ, ସ୍ୱାମୀ, ସ୍ତ୍ରୀ ଓ ୪ ଛୁଆ ପ୍ରାଣ ହରାଇଛନ୍ତି। ସେହିପରି ଆଉ ୩ଟି ଘର ଭାସିଯାଇଛି। ତେବେ ଉଦ୍ଧାର କାର୍ଯ୍ୟ ଲାଗି ରାଜ୍ୟ ସରକାର ଏନ୍‌ଡିଆର୍‌ଏଫ୍, ସ୍ଥଳସେନା ଓ ବାୟୁସେନାର ସାହାଯ୍ୟ ଲୋଡ଼ିଛନ୍ତି।

ଏମ୍-୧୭ ଏବଂ ସାରଙ୍ଗ ହେଲିକପ୍ଟରକୁ ପ୍ରସ୍ତୁତ କରି ରଖାଯାଇଛି। ସେହିପରି ସୁଲୁରରେ ବାୟୁସେନା ମଧ୍ୟ ଉଦ୍ଧାର କାର୍ଯ୍ୟ କରିବା ଲାଗି ପ୍ରସ୍ତୁତ ହୋଇ ରହିଛି। ସ୍ଥଳସେନାର ଗୋଟିଏ ଟିମ୍‌ ଯବାନ କୋଟ୍ଟାୟମରେ ମଧ୍ୟ ଉଦ୍ଧାର କାର୍ଯ୍ୟ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ସେପଟେ କୋଚି ନାଭାଲ୍ ବେସ୍‌ରେ ନୌସେନା ଯବାନ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ଲାଗି ମହଜୁଦ ଅଛନ୍ତି।

ବର୍ଷା ବିତ୍ପାତରେ ଅନେକ ଲୋକ ଆହତ ହୋଇଛନ୍ତି। ଦୁଇ ଦିନ ଧରି ବର୍ଷା ଯୋଗୁଁ କେରଳର ପ୍ରାୟ ସମସ୍ତ ଡ୍ୟାମରେ ପାଣି ଉପରକୁ ଉଠିଚି। ଡ୍ୟାମ୍‌ରେ ଜଳ ପତ୍ତନ ନିୟନ୍ତ୍ରଣରେ ରଖିବା ଲାଗି ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ତଳିଆ ଅଞ୍ଚଳରେ ସ୍ଥିତି ଆହୁରି ସଂଗୀନ ହେବ ବୋଲି ଅନୁମାନ କରାଯାଉଛି।

ସେପଟେ ମୁଖ୍ୟମନ୍ତ୍ରୀ ପରିସ୍ଥିତିର ସମୀକ୍ଷା କରିବା ସହ ସ୍ଥିତି ଉଦବେଗଜନକ ଥିବା କହିଛନ୍ତି। ରାଜ୍ୟ ସମବାୟ ମନ୍ତ୍ରୀ ବି. ଏନ. ବାସବନ ଭୂସ୍ଖଳନ ସ୍ଥଳକୁ ଯାଇ ବୁଲି ଦେଖିଛନ୍ତି। ଏହାସହ ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି। ଆଜି ମଧ୍ୟ ବର୍ଷା ହେବାର ସମ୍ଭାବନା ଥିବାରୁ ପଥନମଥିତା, କୋଟ୍ଟାୟମ, ଏର୍ଣ୍ଣାକୁଲମ, ଇଡୁକି, ଥ୍ରୀସୁର ଓ ପଲ୍ଲକଡ୍ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ବର୍ଷା ହେବାକୁ ଥିବାରୁ ସାବରିମାଲା ମନ୍ଦିର ଏବେ ନ ଖୋଲିବାକୁ ସ୍ଥିର ହୋଇଛି। ସେହିପରି ସ୍କୁଲ କଲେଜ ମଧ୍ୟ ବନ୍ଦ କରି ଦିଆଯାଇଛି।

The post ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ, ୭ ମୃତ appeared first on Odisha Reporter.



from Odisha Reporter https://ift.tt/3j4DzJt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages