ପେଟ୍ରୋଲ ଲିଟର ପିଛା ୧୧୧ ଛୁଇଁଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 16, 2021

ପେଟ୍ରୋଲ ଲିଟର ପିଛା ୧୧୧ ଛୁଇଁଲା

ନୂଆଦିଲ୍ଲୀ: ବୋଲ ମାନୁନି ତୈଳ ଦର। କ୍ରମାଗତ ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ଉପର ମୁହାଁ ହୋଇ ଚାଲିଛି। ଆଜି ପୁଣି ତୈଳ ଦାମ୍‌ ବଢ଼ିଛି। ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ହୋଇଛି।

ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୫ ଟଙ୍କା ୮୪ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ଦର ୯୪ ଟଙ୍କା ୫୭ ପଇସା ପ୍ରତି ଲିଟର ହୋଇଛି।

ସେପଟେ ମୁମ୍ବାଇରେ ତୈଳ ଦର ରେକର୍ଡ ଭାଙ୍ଗିଛି। ପେଟ୍ରୋଲ ଲିଟର ପିଛା ୧୧୧ ଟଙ୍କା ୭୭ ପଇସାରେ ପହଞ୍ଚିଛି। ଡିଜେଲ ମଧ୍ୟ ଲିଟର ପିଛା ୧୦୨ ଟଙ୍କା ୫୨ ପଇସାକୁ ବୃଦ୍ଧି ହୋଇଛି। ପୂର୍ବରୁ କେବେ ହେଲେ ତୈଳଦର ଏପରି ରେକର୍ଡ ସ୍ତରରେ ପହଞ୍ଚି ନଥିଲା।

ଅନ୍ୟପଟେ କୋଲକାତାରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ୪୩ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ଦର ୯୭ ଟଙ୍କା ୬୮ ପଇସାକୁ ବୃଦ୍ଧି ପାଇଛି। ଚେନ୍ନାଇରେ ପେଟ୍ରୋଲ ଲିଟର ୧୦୩ ଟଙ୍କା ୦୧ ପଇସା ଥିବା ବେଳେ ଡିଜେଲ ଲିଟର ୯୮ ଟଙ୍କା ୯୨ ପଇସାକୁ ବଢ଼ିଛି।

କ୍ରମାଗତ ଚତୁର୍ଥ ଦିନ ପାଇଁ ଉଭୟ ପେଟ୍ରୋଲ ଓ ଡିଜେଲ ଦାମ ୩୫ ପଇସା ଲେଖାଏ ବଢ଼ିଛି। ଚଳିତ ମାସରେ କେବଳ ୧୨ ଓ ୧୩ ତାରିଖକୁ ଛାଡ଼ି ଦେଲେ ବାକି ସବୁ ଦିନ ତୈଳଦର ମହଙ୍ଗା ହୋଇଛି।

The post ପେଟ୍ରୋଲ ଲିଟର ପିଛା ୧୧୧ ଛୁଇଁଲା appeared first on Odisha Reporter.



from Odisha Reporter https://ift.tt/3jbsciZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages