ସରିଲା ରିମାଣ୍ଡ, ସକାଳୁ ସକାଳୁ ଜେଲ୍‌ ଗଲା ଗୋବିନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 24, 2021

ସରିଲା ରିମାଣ୍ଡ, ସକାଳୁ ସକାଳୁ ଜେଲ୍‌ ଗଲା ଗୋବିନ୍ଦ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ରାତି ପାହୁ ପାହୁ ଜେଲ୍‌ ଗଲା ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ଗତକାଲି ଗୋବିନ୍ଦର ରିମାଣ୍ଡ ସରୁ ଥିବା ବେଳେ ଆଜି ସକାଳୁ ସକାଳୁ ତାକୁ ବଙ୍ଗମୁଣ୍ଡା ଏସ୍‌ଡିଜଏମ୍‌ କୋର୍ଟରେ ହାଜର କରିଥିଲା ପୁଲିସ୍‌। ଏହାପରେ ତାକୁ କଣ୍ଟାବାଞ୍ଝି ଜେଲ୍‌କୁ ପଠାଇ ଦିଆଯାଇଛି। ଗୋବିନ୍ଦକୁ ଗତ ରାତିରେ ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ରଖାଯାଇଥିବା ବେଳେ ଆଜି  ସକାଳୁ ସକାଳୁ ଗଣମାଧ୍ୟମ ପ୍ରତିନିଧୀଙ୍କୁ ଚକମା ଦେଇ ତାକୁ କୋର୍ଟରେ ହାଜର କରାଯାଇଥିଲା।

ସୂଚନାଯୋଗ୍ୟ,  ଗୋବିନ୍ଦର ୫ ଦିନିଆ ରିମାଣ୍ଡ ଅବଧୀ ଗତ ରାତିରେ ସରୁଥିଲା। ତେଣୁ ଆଜି ତାକୁ କୋର୍ଟରେ ହାଜର କରାଯିବ ବୋଲି ଗଣମାଧ୍ୟମ ପ୍ରତିନିଧୀଙ୍କ ନିକଟରେ ସୂଚନା ଥିଲା । ତେଣୁ ଗତ ରାତି ସାରା ଶୀତ କାକରରେ ସେମାନେ  ଗଣମାଧ୍ୟମ ପ୍ରତିନିଧୀ ରିଜର୍ଜ ପୁଲିସ୍‌ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆରେ  ଜଗି ରହିଥିଲେ। ପୁଲିସ୍‌ ସାମନା ପଟ ଗେଟ୍‌ରେ ଗୋଟିଏ ଗାଡ଼ି ରଖିଥିବା ବେଳେ ଉକ୍ତ ଗାଡ଼ିରେ ଗୋବିନ୍ଦକୁ ନିଆଯିବ ବୋଲି ଗଣମାଧ୍ୟମ ପ୍ରତିନିଧୀ ଚାହିଁ ରହିଥିଲେ। ମାତ୍ର ପୁଲିସ୍‌   ପଛ ଗେଟ୍ ବାଟ ଦେଇ ଭୋର ୪ଟାରେ ତାକୁ ରିଜର୍ଭ ପୋଲିସ କାର୍ଯ୍ୟାଳୟରୁ  ନେଇ ଯାଇଥିଲା। ଏହାପରେ ସକାଳ ୭ଟାରେ କୋର୍ଟରେ ହାଜର କରାଇଥିଲା ପୁଲିସ୍‌ । କାହିଁକି ଗୋବିନ୍ଦକୁ ଗଣମାଧ୍ୟମ ପ୍ରତିନିଧିଙ୍କ ଆଢୁଆଳରେ ନିଆଗଲା ସେନେଇ ସନ୍ଦେହ ସୃଷ୍ଟି ହୋଇଛି ।

ମମିତା ହତ୍ୟା ଘଟଣାର ତଦନ୍ତ ସମୟରେ ପୁଲିସ୍‌ର ଏପରି ପଛ ଗେଟ୍‌ ପ୍ରୀତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ମମିତାଙ୍କ ପରିବାର ଲୋକ ଗତକାଲି ଏସ୍‌ପି, ଡିଆଇଜିଙ୍କୁ ସାକ୍ଷାତ କରିଥିଲେ। ସେମାନଙ୍କୁ ମଧ୍ୟ ସାମନା ପଟ ଗେଟ୍‌ ଦେଇ ନିଆଯାଇଥିବା ବେଳେ  ପଛ ଗେଟ୍‌ ଦେଇ ବାହାର କରାଗଲା।

ଅପରପକ୍ଷେ, ମମିତାଙ୍କ ବ୍ୟାଗ୍‌କୁ ନେଇ ଦେଖାଦେଇଛି ସସ୍‌ପେନ୍ସ। ମମିତାଙ୍କ ବ୍ୟାଗ୍‌କୁ ତାଙ୍କ ମା’ ଚିହ୍ନିପାରିଲେ। ହେଲେ ତା ’ ଭିତରେ ଥିବା ଜିନିଷକୁ ଚିହ୍ନିପାରିଲେନି।    ଅପରପକ୍ଷେ, ଯେଉଁଠି ପୂରା ଶରୀର ଜଳିଗଲା, ସେଠାରେ ବ୍ୟାଗଟି କିପରି ଜଳିଲାନି  ତାହା ସନ୍ଦେହ ସୃଷ୍ଟି କରୁଛି। ।  ଏହାବାଦ ମମିତାଙ୍କୁ ପୋଡ଼ି ପୋତା ଯାଇଥିବା ସ୍ଥାନରୁ ଚେନ୍‌ ଓ ପାଉଁଜି ମିଳିଥିବା ନେଇ କହିଥିଲେ ଘଟଣାସ୍ଥଳରେ ଉପସ୍ଥିତ ଥିବା ମାଜିଷ୍ଟ୍ରେଟ। ହେଲେ ବ୍ୟାଗ ମିଳିବା ନେଇସେତେବେଳେ ମାଜିଷ୍ଟ୍ରେଟ କିଛି କହି ନ ଥିବା ବେଳେ ଏହା ପରେ କେଉଁଠୁ ଓ କିପରି ବାହାରିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

The post ସରିଲା ରିମାଣ୍ଡ, ସକାଳୁ ସକାଳୁ ଜେଲ୍‌ ଗଲା ଗୋବିନ୍ଦ appeared first on Odisha Reporter.



from Odisha Reporter https://ift.tt/3nsQ82q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages