ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ବିଜେପି ପକ୍ଷରୁ ଆସନ୍ତାକାଲି ସମ୍ବଲପୁର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଏହାସହ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ବହିଷ୍କାର ଦାବି ମଧ୍ୟ କରାଯାଇଛି।
ଆସନ୍ତାକାଲି ୧୨ ଘଣ୍ଟା ପାଇଁ ସମ୍ବଲପୁର ବନ୍ଦ ପାଳନ କରାଯିବ। ଏହି ସମୟରେ ଆମ୍ବୁଲାନ୍ସ , କ୍ଷୀର ଭଳି ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯିବ। ଏଥିସହିତ ସେଦିନ କୌଣସି ପରୀକ୍ଷା କିମ୍ବା ଆଡ଼ମିଶନ ଥିଲେ, ତାହାକୁ ବି ବନ୍ଦରୁ ବାଦ୍ ଦିଆଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି।
ତେବେ ବ୍ୟବସାୟିକ ପ୍ରତିଷ୍ଠାନ ସହ ସରକାରୀ ଓ ଘରୋଇ ଅଫିସ, ବ୍ୟାଙ୍କ, ବୀମା କାର୍ଯ୍ୟାଳୟ ଓ ଗାଡ଼ି ଚଳାଚଳ ବନ୍ଦ ରହିବ ବୋଲି କହିଛି ଦଳ।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଜେଲ୍ ପଠାଇ ଦିଆଯାଇଛି। ପୁଲିସ ରିମାଣ୍ଡ ଅବଧି ସରିବା ପରେ ଆଜି ତାକୁ ବଙ୍ଗୋମୁଣ୍ଡା ଏସ୍ଡିଜଏମ୍ କୋର୍ଟରେ ହାଜର କରିଥିଲା ପୁଲିସ। ପରେ ତାକୁ ଜେଲ ପଠାଇ ଦିଆଯାଇଛି। ଗତକାଲି ତାର ରିମାଣ୍ଡ ଅବଧି ସରିଥିଲା। ଗତକାଲି ରାତିରେ ତାକୁ ରିଜର୍ଭ ପୁଲିସରେ ରଖାଯାଇଥିବା ବେଳେ ଆଜି ସକାଳୁ ସକାଳୁ ବଙ୍ଗମୁଣ୍ଡା ଏସ୍ଡିଜଏମ୍ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ତାକୁ କଣ୍ଟାବାଞ୍ଝି ଜେଲ୍କୁ ପଠାଇ ଦିଆଯାଇଛି।
The post କାଲି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ଗଡ଼ିବନି ଅଖ, ଚକ appeared first on Odisha Reporter.
from Odisha Reporter https://ift.tt/3Cf8qKN
No comments:
Post a Comment