ବିରାଟ କୋହଲିଙ୍କ ନାଁରେ ଯୋଡ଼ି ହେଲା ଲଜ୍ଜାଜନକ ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 24, 2021

ବିରାଟ କୋହଲିଙ୍କ ନାଁରେ ଯୋଡ଼ି ହେଲା ଲଜ୍ଜାଜନକ ରେକର୍ଡ

ଦୁବାଇ: ଦୀର୍ଘ ୨୯ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ କୌଣସି ବିଶ୍ୱକପରେ ଭାରତ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଠାରୁ ପରାସ୍ତ ହୋଇଛି। ରବିବାର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ବିପକ୍ଷରେ ଭାରତର ବିଶ୍ୱକପ ରେକର୍ଡ ୧୨-୦ରେ ଅତୁଟ ରହିଥିଲା। ହେଲେ ୨୦୨୧ ଟି-୨୦ ବିଶ୍ୱକପ ସବୁ ବିଜୟ ଧାରାକୁ ଭାଙ୍ଗି ଦେଇଛି।

ପ୍ରଥମଥର ପାଇଁ ଟିମ ଇଣ୍ଡିଆକୁ ବିଶ୍ୱକପରେ ପାକିସ୍ତାନଠାରୁ ହାରିବାକୁ ପଡ଼ିଛି। ପାକିସ୍ତାନ ବିଶ୍ୱକପରେ ଭାରତକୁ ହରାଇବା ପାଇଁ ୧୩ତମ ଉଦ୍ୟମରେ ସଫଳତା ପାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗତକାଲି ମ୍ୟାଚ୍‌ରେ ପାକିସ୍ତାନ ବିନା କୌଣସି ୱିକେଟରେ ଭାରତକୁ ପରାସ୍ତ କରିଛି।

ଏହି ବିଜୟ ପରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ନାଁରେ ଲଜ୍ଜାଜନକ ରେକର୍ଡ ଯୋଡ଼ି ହୋଇଯାଇଛି। ସେ ୨୯ ବର୍ଷ ମଧ୍ୟରେ ପ୍ରଥମ ଭାରତୀୟ କ୍ୟାପ୍ଟେନ ଯିଏ ପାକିସ୍ତାନ ଠାରୁ ବିଶ୍ୱକପରେ ପରାସ୍ତ ହେବାର ରେକର୍ଡ ନିଜ ନାଁରେ କରିଛନ୍ତି। ରବିବାର ମ୍ୟାଚ୍‌ ପୂର୍ବରୁ ଭାରତ-ପାକିସ୍ତାନ ୧୨ଥର ବିଶ୍ୱକପରେ ମୁହାଁମୁହିଁ ହୋଇଥିଲେ।

ଏହି ସମୟରେ ଅନେକ ଖେଳାଳି ଭାରତର କମାଣ ସମ୍ଭାଳିଥିଲେ। ସବୁ ଅଧିନାୟକ ପାକିସ୍ତାନ ବିପକ୍ଷରେ ବିଜୟ ମଧ୍ୟ ହାସଲ କରିଥିଲେ। କିନ୍ତୁ ବିରାଟଙ୍କ କ୍ୟାପ୍ଟେନଶିପ୍‌ରେ ଭାରତ ପ୍ରଥମଥର ପାଇଁ ବିଶ୍ୱକପରେ ହାରିଛି।

ଭାରତ ପ୍ରଥମେ ବ୍ୟାଟିଂ କରି ୧୫୧ ରନ୍‌ କରିଥିବା ବେଳେ ପାକିସ୍ତାନ ୧୩ ବଲ ପୂର୍ବରୁ ବିନା ୱିକେଟରେ ଉକ୍ତ ଟାର୍ଗେଟକୁ ହାସଲ କରି ନେଇଛି। ମହମ୍ମଦ ରିଜୱାନ ୭୮ ଓ ଅଧିନାୟକ ବାବର ଆଜମ ୬୮ ରନ୍‌ର ଅପରାଜିତ ଇନିଂସ ଖେଳିଛନ୍ତି। ପ୍ରଥମଥର ପାଇଁ ପାକିସ୍ତାନ କୌଣସି ଟି-୨୦ରେ ୧୦ ୱିକେଟରେ ଜିତିବାର ରେକର୍ଡ କରିଛି।

ଭାରତ ମଧ୍ୟ ପ୍ରଥମଥର ପାଇଁ କୌଣସି ଅନ୍ତର୍ଜାତୀୟ ଟି-୨୦ରେ ୧୦ ୱିକେଟରେ ହାରିବାର ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି। ସେହିପରି ୧୫୨ ରନ୍‌ ହେଉଛି ଭାରତ ବିପକ୍ଷରେ ପାକିସ୍ତାନର ସର୍ବାଧିକ ଓପନିଂ ପାର୍ଟରଶିପ।

ଭାରତ ପକ୍ଷରୁ ରବିବାର ମ୍ୟାଚ୍‌ରେ ବିରାଟ କୋହଲି ଦମଦାର ବ୍ୟାଟିଂ କରିଥିଲେ। ଗୋଟିଏ ପଟେ ୱିକେଟ ଝଡ଼ି ଚାଲିଥିବା ବେଳେ ବିରାଟ କ୍ରିଜ୍‌ରେ ତିଷ୍ଠି ରହି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ସେ ଆକର୍ଷଣୀୟ ୫୭ ରନ୍‌ର ଇନିଂସ ଖେଳିଥିଲେ ମଧ୍ୟ ବାବର ଓ ରିଜୱାନ ଯୋଡ଼ି ଏହାକୁ ଫିକା କରି ଦେଇଛନ୍ତି।

The post ବିରାଟ କୋହଲିଙ୍କ ନାଁରେ ଯୋଡ଼ି ହେଲା ଲଜ୍ଜାଜନକ ରେକର୍ଡ appeared first on Odisha Reporter.



from Odisha Reporter https://ift.tt/3GgaVip

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages