ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ଶେଷରେ ପୁଲିସ୍ ନିକଟରେ ହାଜର ହୋଇଛନ୍ତି। ତାଙ୍କୁ ପୂରା ହିଂସାକାଣ୍ଡ ଘଟଣାରେ ଘନଘନ ଜେରା କରାଯିବ। ସେ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ପୁଲିସ୍ ତାଙ୍କୁ ଗୁରୁବାର କ୍ରାଇମବ୍ରାଞ୍ଚରେ ହାଜର ହେବାକୁ କହିଥିଲେ ହେଁ ସେ ଏହାକୁ ବେଖାତିର କରିଥିଲେ। ଶୁକ୍ରବାର ଦିନ ୧୦ଟା ସୁଦ୍ଧା ସେ ହାଜର ନ ହେବାରୁ ପୁଲିସ୍ ତାଙ୍କୁ ଦ୍ୱିତୀୟ ଥର ସମନ କରିଥିଲା। ବିଭିନ୍ନ ମହଲରୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ସମାଲୋଚନାର ଶିକାର ହୋଇଥିଲେ।
ଚାପ ବଢ଼ିବାରୁ ଆଜି ଆଶିଷ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପୁଲିସ ରିଜର୍ଭ ଲାଇନରେ ଥିବା କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚିଛନ୍ତି। ତାଙ୍କୁ ଏଠାରେ କ୍ରାଇମବ୍ରାଞ୍ଚର ଏଡିଜିଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀମାନେ ଜେରା କରିବେ। ତାଙ୍କୁ ଦିନ ୧୧ଟା ସୁଦ୍ଧା ହାଜର ହେବାକୁ କୁହାଯାଇଥିଲା। ଏହାର ପ୍ରାୟ ୨୦ ମିନିଟ୍ ପୂର୍ବରୁ ସେ କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ଓକିଲ ଓ ଆଉ କିଛି ଲୋକ ଉପସ୍ଥିତ ରହିଥିଲେ। ସେ ଅଫିସରେ ପହଞ୍ଚିବା ମାତ୍ରେ ତାଙ୍କୁ ଜେରା ଆରମ୍ଭ କରାଯାଇଥିବା ତଦନ୍ତ ପାଇଁ ଗଠନ ହୋଇଥିବା ଏସଆଇଟିର ଡିଆଇଜି ସୂଚନା ଦେଇଛନ୍ତି।
ଲଖିମପୁର ଖେରିରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ମହିନ୍ଦ୍ରା ଥରକୁ ଚାଷୀଙ୍କ ଉପରେ ଚଢ଼ାଇ ଦିଆଯିବା ବେଳେ ଆଶିଷ ସେଠାରେ ଥିବା କୁହାଯାଉଛି। ଏଥିପାଇଁ ତାଙ୍କ ନାଁରେ ହତ୍ୟା ମାମଲା ମଧ୍ୟ ରୁଜୁ ହୋଇଛି। ସେଦିନ କ’ଣ ଘଟିଥିଲା ଓ ଏଥିରେ ଆଶିଷଙ୍କ ଭୂମିକା କ’ଣ ସବୁ ରହିଛି, ସେ ବିଷୟରେ ଆଜି ତାଙ୍କୁ ପୁଲିସ୍ ମାରାଥନ ଜେରା କରିବ।
ଚାଷୀଙ୍କ ଉପରେ ଗାଡ଼ି ମଡ଼ା ଯିବା ଘଟଣାରେ ସାମ୍ନାକୁ ଆସିଥିବା ଭିଡିଓ ଗୁଡ଼ିକ ସମ୍ପର୍କରେ ମଧ୍ୟ ପୁଲିସ୍ ତାଙ୍କୁ ପଚରାଉଚରା କରିବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ପୂର୍ବରୁ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ଆଶିଷ ମିଶ୍ର ଗିରଫ ହେବାର ଆଶଙ୍କା ମଧ୍ୟ ରହିଛି।
The post ଚାପ ବଢ଼ିବାରୁ ଶେଷରେ ଜେରା ପାଇଁ ହାଜର ହେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ appeared first on Odisha Reporter.
from Odisha Reporter https://ift.tt/3FuVNNN
No comments:
Post a Comment