ଡ୍ରଗ୍ସ ପାର୍ଟି ମାମଲା: କୋଡ୍‌ୱାର୍ଡ ‘ଫୁଟ୍‌ବଲ୍’ର ଖୁଲାସା କଲା ଏନ୍‌ସିବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 9, 2021

ଡ୍ରଗ୍ସ ପାର୍ଟି ମାମଲା: କୋଡ୍‌ୱାର୍ଡ ‘ଫୁଟ୍‌ବଲ୍’ର ଖୁଲାସା କଲା ଏନ୍‌ସିବି

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ଏନ୍‌ସିବିର ବଡ ଖୁଲାସା। ହ୍ୱାଟସଆପ୍‌ ଚାଟ୍‌ର କୋଡୱାର୍ଡକୁ ନେଇ ଖୁଲାସା କରିଛି। ଏହି ମାମଲାରେ ଧରାପଡିଥିବା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ସମେତ ଅନ୍ୟ ଅଭିଯୁକ୍ତ କୋର୍ଡୱାର୍ଡ ବ୍ୟବହାର କରି ଡ୍ରଗ୍ସ କାରବାର କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦାବି କରିଛି।

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ୍‌ ଖାନ୍‌ଙ୍କ ଗତକାଲି ବେଲ୍‌ ନାମଞ୍ଜୁର ହୋଇଛି। ସେ ଏବେ ଆର୍ଥର ରୋଡ ଜେଲ୍‌ରେ ଅଛନ୍ତି। ଗତକାଲି ମୁମ୍ବାଇ କିଲା କୋର୍ଟରେ ଆର୍ଯ୍ୟନ୍‌ଙ୍କ ସମେତ ଅରବାଜ ମର୍ଚ୍ଚେଣ୍ଟ ଏବଂ ମୁନ୍‌ମୁନ୍‌ ଧମେଚାଙ୍କ ବେଲ୍‌ ଶୁଣାଣି ଚାଲିଥିଲା। ଏହି ସମୟରେ ଏନ୍‌ସିବି କୋର୍ଟରେ ଏକ କୋଡ୍‌ୱାର୍ଡ ବିଷୟରେ ସୂଚନା ଦେଇଥିଲା।

ଏନସିବି ଅନୁଯାୟୀ, ଆର୍ଯ୍ୟନ୍ ଖାନ୍ ହ୍ୱାଟସ୍‌ଆପରେ ଡ୍ରଗ୍ ବେପାରୀଙ୍କ ସହ ଚାଟ୍ କରୁଥିଲେ, ଯେଉଁଥିରେ କୋଡୱାର୍ଡ କୁହାଯାଉଥିଲା ଏବଂ ଏହି କୋଡୱାର୍ଡ ଥିଲା ‘ଫୁଟ୍‌ବଲ୍’। ଆର୍ଯ୍ୟନ୍ ଖାନ୍, ଅରବାଜ୍ ମର୍ଚାଣ୍ଟ ଏବଂ ଡ୍ରଗ୍ ବେପାରୀ ଅଖିତ୍ କୁମାରଙ୍କ ମଧ୍ୟରେ ବାର୍ତ୍ତାଳାପରେ ‘ଫୁଟବଲ୍’ କୋଡୱାର୍ଡ ଅନେକ ଥର ବ୍ୟବହୃତ ହୋଇଛି। ଏନ୍‌ସିବି ମୁତାବକ, ‘ଫୁଟବଲ୍‌’ ଅର୍ଥ ବଡ ମାତ୍ରାରେ ଡ୍ରଗ୍ସର ଡିମାଣ୍ଡ ଏବଂ ସପ୍ଲାଏକୁ ବୁଝାଏ।

ତେବେ ଏହି ‘ଫୁଟବଲ’ କୋଡୱାର୍ଡ କାରଣରୁ ଆର୍ଯ୍ୟନ ଖାନଙ୍କ ଜାମିନ ଅଟକି ଯାଇଛି କି? ଯଦି ଆର୍ଯ୍ୟନ୍ ଏହି ଫୁଟବଲ୍ କୋଡୱାର୍ଡ ସହିତ ହ୍ୱାଟସ ଆପ୍ ଚାଟ୍ କରିଛନ୍ତି ତେବେ ଏହାର ଅର୍ଥ କ’ଣ?  ଶୁକ୍ରବାର ଆର୍ଯ୍ୟନଙ୍କ ସମେତ ସମସ୍ତ ୮ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନ କୋର୍ଟରେ ଖାରଜ ହୋଇଯାଇଛି। ଏବେ ସମସ୍ତଙ୍କ ନଜର ମୁମ୍ବାଇ ସେସନ୍‌ କୋର୍ଟ ଉପରେ ରହିଛି, ଯେଉଁଠି ଆର୍ଯ୍ୟନ୍‌ଙ୍କ ଓକିଲ ସୋମବାର ଜାମିନ ଆବେଦନ କରିବେ। ସେପର୍ଯ୍ୟନ୍ତ ଆର୍ଯ୍ୟନ ଖାନଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲରେ ରହିବାକୁ ପଡ଼ିବ।

The post ଡ୍ରଗ୍ସ ପାର୍ଟି ମାମଲା: କୋଡ୍‌ୱାର୍ଡ ‘ଫୁଟ୍‌ବଲ୍’ର ଖୁଲାସା କଲା ଏନ୍‌ସିବି appeared first on Odisha Reporter.



from Odisha Reporter https://ift.tt/3lplF5w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages