ଗୁଳି କରିବା ପରେ ହାଣି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 30, 2021

ଗୁଳି କରିବା ପରେ ହାଣି ଦେଲେ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଥମେ ମୁଣ୍ଡକୁ ଗୁଳି କଲେ। ତା’ପରେ ବେକକୁ ଭୁଜାଲିରେ ହାଣି ଦେଲେ। ଏମିତି ଢଙ୍ଗରେ ଆଜି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଘଟଣାଟି ଘଟିଛି ବାଲେଶ୍ଵର ସଦର ଥାନା ଅନ୍ତର୍ଗତ କୁରୁଡ଼ା ଛକରେ।

ମୃତ ଯୁବକଙ୍କ ନାଁ ବିନୋଦ ବିହାରୀ ଦାସ। ତାଙ୍କ ଘର ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଜଗନ୍ନାଥପାଟଣାରେ।

ଆଜି ସକାଳ ପ୍ରାୟ ୯ଟା ବେଳେ ସେ ବାଇକ୍‌ରେ କେଉଁଆଡ଼େ ଯାଉଥିବା ବେଳେ କୁରୁଡ଼ା ଛକରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ ମୁଣ୍ଡକୁ ଗୁଳି କରି ଥିଲେ। ଗୁଳିମାଡ଼ ପରେ ତଳେ ପଡ଼ିଯାଇଥିବା ବିନୋଦଙ୍କୁ ସେମାନେ ଭୁଜାଲିରେ ଆକ୍ରମଣ କରିଥିଲେ। ସେମାନେ ତାଙ୍କ ବେକରେ ଚୋଟ ପକାଇଥିଲେ।

ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା, ତାଙ୍କ ପରିବାର ଲୋକେ ଅଭିଯୋଗ କରିଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

The post ଗୁଳି କରିବା ପରେ ହାଣି ଦେଲେ appeared first on Odisha Reporter.



from Odisha Reporter https://ift.tt/3pTowXo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages