ଆର୍ଯ୍ୟନଙ୍କ ବେଲ୍‌ ପାଇଁ ବଡ଼ ଶପଥ ନେଲେ ମା’ ଗୌରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 18, 2021

ଆର୍ଯ୍ୟନଙ୍କ ବେଲ୍‌ ପାଇଁ ବଡ଼ ଶପଥ ନେଲେ ମା’ ଗୌରୀ

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇ ଜେଲରେ ଦିନ କାଟୁଛନ୍ତି ବଲିଉଡ ବାଦଶାହାଙ୍କ ପୁଅ ଆର୍ଯ୍ୟନ୍‌ ଖାନ। ତାଙ୍କୁ ଜାମିନ ମିଳିବାରେ ବିଳମ୍ବ ହେବାରେ ଲାଗିଛି। ଏପଟେ ଖାନ ପରିବାରରେ ମଧ୍ୟ ଦିନକୁ ଦିନ ଚିନ୍ତା ବଢ଼ି ଚାଲିଛି। ବାପା ଶାହାରୁଖ ଓ ମା’ ଗୌରୀ ପୁଅକୁ ନେଇ ଅଥୟ ହୋଇପଡିଛନ୍ତି। ବିଶେଷ କରି ମା’ ଗୌରୀଙ୍କୁ ପୁଅ ଆର୍ଯ୍ୟନ୍‌ଙ୍କ ଚିନ୍ତା ଖାଇଯାଉଛି। ସେ ପୁଅକୁ ଝୁରୁଛନ୍ତି। ଦିନ ରାତି ଆର୍ଯ୍ୟନଙ୍କ ଲାଗି ଲୁହ ବୁହାଉଛନ୍ତି। ଖାଇବା-ପିଇବା ଛାଡି ଦେଇଛନ୍ତି। ଏପରିକି ଶାହାରୁଖଙ୍କ ‘ମନ୍ନତ’ରେ କୌଣସି ଉତ୍ସବ ମଧ୍ୟ ପାଳନ ହେଉ ନାହିଁ।

ଆର୍ଯ୍ୟନ୍‌ଙ୍କ ଜାମିନ ପାଇଁ ଏକ ବଡ ଶପଥ ନେଇଛନ୍ତି ଗୌରୀ ଖାନ୍‌। ଯେଉଁ ପର୍ଯ୍ୟନ୍ତ ଆର୍ଯ୍ୟନଙ୍କୁ ବେଲ୍‌ ମିଳିନି ସେ ଯାଏଁ ସେ ମିଠା ଖାଇବା ଛାଡିଦେବେ ବୋଲି କହିଛନ୍ତି। ଏପରିକି ପୁଅ ଗିରଫ ହେବା ପରଠାରୁ ସେ ମିଠା ଖାଇବା ଛାଡି ମଧ୍ୟ ଦେଇଛନ୍ତି। କେବଳ ସେତିକି ନୁହେଁ ସମସ୍ତ କର୍ମଚାରୀଙ୍କୁ ତାଙ୍କ ରୋଷେଇ ଘରେ କୌଣସି ମିଠା ବା କ୍ଷୀରି ରୋଷେଇ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଶୀଘ୍ର ଆର୍ଯ୍ୟନ କିଭଳି ଜେଲ୍‌ରୁ ମୁକୁଳିବ ସେ ନେଇ ନବରାତ୍ରୀ ଅବସରରେ ଗୌରୀ ମାନସିକ ରଖିବା ସହ ଉପବାସ ମଧ୍ୟ କରିଥିବା ତାଙ୍କର ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି।

ତାଙ୍କର ଜଣେ ବନ୍ଧୁଙ୍କ ମୁତାବକ, ଦେଶସାରା ନବରାତ୍ରୀ ଉତ୍ସବ ଚାଲିଥିବା ସତ୍ତ୍ୱେ ଶାହାରୁଖ ଏବଂ ଗୌରୀ କୌଣସି ଉତ୍ସବ ପାଳନ କରିନଥିଲେ। ଦୀପାବଳି ଭଳି ପର୍ବରେ ବିଭିନ୍ନ ରଙ୍ଗବେରଙ୍ଗ ଲାଇଟରେ ଝଲସୁଥିବା ‘ମନ୍ନତ’ ଏବେ ଫିକା ପଡିଯାଇଛି। ଏଥିସହ ଶାହାରୁଖ ଏବଂ ଗୌରୀ ପୁଅ କିଭଳି ଶୀଘ୍ର ଜେଲ୍‌ରୁ ମୁକୁଳିବ ସେଥିପାଇଁ ପ୍ରାର୍ଥନା କରିବାକୁ ତାଙ୍କ ବନ୍ଧୁବାନ୍ଧବଙ୍କୁ ନିବେଦନ କରିଛନ୍ତି। ବାରମ୍ବାର ଘରକୁ ନଆସିବା ପାଇଁ ଶାହାରୁଖ ତାଙ୍କ ବନ୍ଧୁମାନଙ୍କୁ ନିବେଦନ ମଧ୍ୟ କରିଛନ୍ତି।

ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଏନ୍‌ସିବି ଅକ୍ଟୋବର ୨ରେ ଆର୍ଯ୍ୟନ ଖାନ୍‌ଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ସେ ଆର୍ଥର ରୋଡ ଜେଲରେ ଅଛନ୍ତି। ତାଙ୍କୁ ଜାମିନ ମିଳିନି। ସେସନ କୋର୍ଟ ଅକ୍ଟୋବର ୧୪ରେ ତାଙ୍କ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ୨୦ ତାରିଖରେ କୋର୍ଟ ନିଜ ରାୟ ଶୁଣାଇବେ।

The post ଆର୍ଯ୍ୟନଙ୍କ ବେଲ୍‌ ପାଇଁ ବଡ଼ ଶପଥ ନେଲେ ମା’ ଗୌରୀ appeared first on Odisha Reporter.



from Odisha Reporter https://ift.tt/2Z9CeKD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages