ମହଙ୍ଗା ମାଡ଼ରୁ ନିସ୍ତାର ନାହିଁ, ଭୁବନେଶ୍ୱରରେ ୧୦୭ ଟପିଲା ପେଟ୍ରୋଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 18, 2021

ମହଙ୍ଗା ମାଡ଼ରୁ ନିସ୍ତାର ନାହିଁ, ଭୁବନେଶ୍ୱରରେ ୧୦୭ ଟପିଲା ପେଟ୍ରୋଲ

ନୂଆଦିଲ୍ଲୀ: ଓଡ଼ିଶା ସମେତ ସମଗ୍ର ଦେଶରେ ମହଙ୍ଗା ମାଡ଼ ଜାରି ରହିଛି। କ୍ରମାଗତ ଭାବେ ତୈଳଦର ବଢ଼ୁଥିବାରୁ ଲୋକଙ୍କ ଚିନ୍ତା ବଢ଼ି ଯାଇଛି। ବର୍ତ୍ତମାନ ଦେଶର ଅଧିକାଂଶ ସହରରେ ପେଟ୍ରୋଲ ଲିଟର ୧୦୫ ଟଙ୍କାରୁ ଅଧିକ ଦାମରେ ବିକ୍ରି ହେଉଛି। ଡିଜେଲ ମଧ୍ୟ ୧୦୦ ଟଙ୍କା ପାର କରି ସାରିଲାଣି।

ପେଟ୍ରୋଲ ଓ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଥିଲେ ମଧ୍ୟ ଏହା ହ୍ରାସ ପାଇବାର ନାଁ ଧରୁନି। ଏସବୁ ଭିତରେ ଆଜି ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ଦାମ ଅପରିବର୍ତ୍ତିତ ରହିଛି। କିନ୍ତୁ ଓଡ଼ିଶାର ରାଜଧାନୀରେ ତୈଳଦର ମହଙ୍ଗା ହୋଇଛି।

ଆଜି ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୨୫ ପଇସା ଓ ଡିଜେଲ ୨୪ ପଇସା ବଢ଼ିଛି। ବର୍ଦ୍ଧିତ ଦର ପରେ ରାଜଧାନୀରେ ପେଟ୍ରୋଲର ଲିଟର ପିଛା ଦାମ ୧୦୭ ଟଙ୍କା ପାର କରିଛି। ସେହିପରି ଡିଜେଲର ଲିଟର ପିଛା ଦାମ ୧୦୩.୩୯ ଟଙ୍କା ଛୁଇଁଛି। ଗତକାଲି ପେଟ୍ରୋଲ ଓ ଡିଜେଲର ଦାମ ଅପରିବର୍ତ୍ତିତ ରହିଥିଲା।

ହେଲେ ଆଜି ସକାଳୁ ପୁଣିଥରେ ଏହାର ଦର ବୃଦ୍ଧି ପାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉପାନ୍ତ ମାଲକାନଗିରିରେ ଏବେ ପେଟ୍ରୋଲର ଲିଟର ପିଛାର ୧୧୨.୩୬ ଟଙ୍କା ଓ ଡିଜେଲ ୧୦୮.୫୬ ଟଙ୍କାରେ ବିକ୍ରି ହେଉଛି।

ଲୋକମାନେ ଦର ବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିଲେ ମଧ୍ୟ ସରକାର ନିଦାବିଷ୍ଣୁ ସାଜିଛନ୍ତି। ଅଗଷ୍ଟ-ସେପ୍ଟେମ୍ବରରେ ପେଟ୍ରୋଲ ଓ ଡିଜେଲର ଦାମ ବଢ଼ିବା ବନ୍ଦ ହୋଇଯାଇଥିଲା। କିନ୍ତୁ ସେପ୍ଟେମ୍ବର ୨୪ରୁ ଡିଜେଲ ଓ ସେପ୍ଟେମ୍ବର ୨୮ରୁ ପେଟ୍ରୋଲ ଦାମ ବଢ଼ିବା ଆରମ୍ଭ ହୋଇଥିଲା।

ସେହି ଦିନଠାରୁ ଏଯାଏ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ମୂଲ୍ୟ ୧୬ ଥର ଓ ଡିଜେଲର ମୂଲ୍ୟ ୧୯ ଥର ବଢ଼ାଇ ସାରିଲେଣି। ସ୍ଥିତି ଏପରି ହୋଇଛି ଯେ ୩ ସପ୍ତାହ ମଧ୍ୟରେ ପେଟ୍ରୋଲର ଲିଟର ପିଛା ଦାମ ସମଗ୍ର ଦେଶରେ ୪.୬୫ ଟଙ୍କା ଓ ଡିଜେଲର ଲିଟର ପିଛା ୫.୯୫ ଟଙ୍କା ବଢ଼ିଲାଣି। ଏହାବାଦ ରାଜ୍ୟ ସରକାରମାନେ ଲାଗୁ କରୁଥିବା ଭ୍ୟାଟ ଯୋଗୁ ପେଟ୍ରୋଲ ଓ ଡିଜେଲ ଦାମ ବିଭିନ୍ନ ସହରରେ ରେକର୍ଡ ସ୍ତରରେ ପହଞ୍ଚି ଯାଇଛି।

The post ମହଙ୍ଗା ମାଡ଼ରୁ ନିସ୍ତାର ନାହିଁ, ଭୁବନେଶ୍ୱରରେ ୧୦୭ ଟପିଲା ପେଟ୍ରୋଲ appeared first on Odisha Reporter.



from Odisha Reporter https://ift.tt/3G0k4eH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages