ବାଧିଲା ତେଲ ଦର; ନିଜ ବାଇକ୍‌କୁ ସାଇକେଲ କରିଦେଲେ ଯୁବକ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 29, 2021

ବାଧିଲା ତେଲ ଦର; ନିଜ ବାଇକ୍‌କୁ ସାଇକେଲ କରିଦେଲେ ଯୁବକ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ରାତି ପାହିଲେ ବଢ଼ୁଛି ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଓ ଡିଜେଲର ଏପରି ମହଙ୍ଗା ମାଡ଼ର ଶିକାର ହୋଇ ଅତିଷ୍ଠ ହେଲେଣି ସାଧାରଣ ଲୋକ । କରୋନା କାଳରେ ଅନେକ ଲୋକ ବେରୋଜଗାର ହୋଇ ଯାଇଥିବା ବେଳେ ବୋଝ ଉପରେ ନଳିତ ବିଡ଼ା ସାଜୁଛି ତେଲ ଦର। ରାତି ପାହିଲେ କର୍ମସ୍ଥଳକୁ ଯିବା ନିମନ୍ତେ ଗାଡ଼ିରେ ତେଲ ପକାଇବାକୁ ପଡ଼ୁଥିବାରୁ  ଏହାର  ଅହେତୁକ ଦର ବୃଦ୍ଧି ସେମାନଙ୍କୁ ଖୁବ୍ ବାଧୁଛି। ଏପରିକି ଏହା ସାଧାରଣ ଲୋକଙ୍କ ପୂରା ବଜେଟକୁ ଦୋହଲାଇ ଦେଉଛି।  ଏଥିପାଇଁ ସାଧାରଣ ଲୋକେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରୁଥିଲେ ମଧ୍ୟ ଉଭୟ ପରସ୍ପରକୁ ଦୋଷାରୋପ କରି ଚୁପ୍‌ ବସୁଛନ୍ତି।

ଏପରି ସ୍ଥିତିରେ ତେଲ ଦର ବୃଦ୍ଧିରେ ଅତିଷ୍ଠ ହୋଇ ଜଣେ ଲୋକ ଏପରି ଉପାୟ ବାହର କରିଛନ୍ତି, ଯାହାକୁ ଦେଖି ଆପଣ ବି ଘଡ଼ିବେ ଭାବିବେ। ବ୍ୟକ୍ତିଜଣକ  ବାଇକ୍‌ ଚଳାଉଛନ୍ତି, କିନ୍ତୁ ତାହା ତେଲରେ ଚାଲୁନି। ବାଇକ୍‌ରେ ମାରିବାକୁ ପଡ଼ୁଛି ପେଡେଲ । ତେଲ ଦରରୁ ମୁକ୍ତି ପାଇବାକୁ ବ୍ୟକ୍ତିଜଣକ ଏପରି ଯୋଗାଡ଼ କରିଛନ୍ତି, ଯାହା ଦେଖି ଜଣେ ହସି ହସି ବେଦମ ହୋଇଯିବ । ତେଲ ପକାଇବାରୁ ବଞ୍ଚିବା ନିମନ୍ତେ ବ୍ୟକ୍ତିଜଣକ ଏପରି ଅଭିନବ ଉପାୟ ଆପଣାଇଛନ୍ତି।

ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ବ୍ୟକ୍ତିଜଣକ ବାଇକ୍‌ ଚଳାଉଛନ୍ତି, ହେଲେ ପେଡେଲ ମାରୁଛନ୍ତି। ତେଣୁ ତାଙ୍କ ଗାଡ଼ିଟି ଅଧା ବାଇକ୍‌ ଓ ଅଧା  ସାଇକେଲ । ଏହା ଚଲାଇବେ ସାଇକେଲ ପରି, କିନ୍ତୁ ଦେଖାଯିବ ବାଇକ୍‌ ପରି।

The post ବାଧିଲା ତେଲ ଦର; ନିଜ ବାଇକ୍‌କୁ ସାଇକେଲ କରିଦେଲେ ଯୁବକ, ଦେଖନ୍ତୁ ଭିଡିଓ appeared first on Odisha Reporter.



from Odisha Reporter https://ift.tt/3CtPsjV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages