ନୂଆଦିଲ୍ଲୀ: ଦରଦାମ ବୃଦ୍ଧିକୁ ନେଇ ଏବେ ବିରୋଧୀଙ୍କ ଟାର୍ଗେଟରେ ରହିଛନ୍ତି କେନ୍ଦ୍ର ସରକାର। ତେବେ ଏହି ପ୍ରସଙ୍ଗରେ କଂଗ୍ରେସ ନେତା ଅରୁଣ ଯାଦବ ଦେଇଥିବା ମନ୍ତବ୍ୟକୁ ଦୃଢ଼ ଭାବେ ନିନ୍ଦା କରିଛି ବିଜେପି। ଏହା ସହିତ ପ୍ରିୟଙ୍କା ଗାନ୍ଧିଙ୍କ ଠାରୁ ଜବାବ ଚାହିଁଛି ଦଳ।
ମଧ୍ୟପ୍ରଦେଶର ଖଣ୍ଡୱା ଲୋକସଭା ଆସନ ପାଇଁ ଉପନିର୍ବାଚନ ହେବାକୁ ଥିବା ବେଳେ ଏଥିପାଇଁ ପ୍ରଚାର କରିବା ଅବସରରେ ଅରୁଣ ଯାଦବ ବିଜେପି ନେତ୍ରୀ ସ୍ମୃତି ଇରାନୀ ଓ ହେମା ମାଳିନୀଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିଲେ।
ସେ କହିଥିଲେ, ଆମ ବେଳେ (କଂଗ୍ରେସ ଶାସନ ସମୟରେ) ଦରଦାମ ବୃଦ୍ଧି ଡାଆଣୀ ଭଳି ଲାଗୁଥିଲା। ଆଉ ଏବେ ଏହାର ଅପସର ବା ହେମା ମାଳିନୀ ଭଳି ଲାଗୁଛି।
ଏହା ସହିତ ସେ ତାଙ୍କ ଭାଷଣ ମଝିରେ ସ୍ମୃତି ଇରାନୀ ବୁଢ଼ୀ ହୋଇଗଲେଣି ବୋଲି କହିଥିଲେ। ସେ କହିଥିଲେ, ରାଜୁ ଭାଇ, ତୁମକୁ ସ୍ମୃତି ଇରାନୀ ଖୁବ୍ ମନେ ପକାଉଛନ୍ତି। ତେବେ ସେ ବୁଢ଼ୀ ହୋଇଗଲେଣି।
ମଧ୍ୟ ପ୍ରଦେଶ ବିଜେପି ପକ୍ଷରୁ ଅରୁଣ ଯାଦବଙ୍କ ମନ୍ତବ୍ୟକୁ ତୀବ୍ର ବିରୋଧ କରାଯାଇଛି। ମଧ୍ୟ ପ୍ରଦେଶ ବିଜେପି ଉକ୍ତ ଭିଡିଓକୁ ଏହାର ଟ୍ୱିଟର ପେଜ୍ରେ ଶେଆର କରି ପ୍ରିୟଙ୍କା ଗାନ୍ଧିଙ୍କୁ ଟାର୍ଗେଟ କରିଛି।
ଦଳ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି, ପ୍ରିୟଙ୍କା ଗାନ୍ଧି କହୁଛନ୍ତି ସେ ଜଣେ ମହିଳା ଓ ସେ ଲଢ଼େଇ କରିବେ। ମଧ୍ୟ ପ୍ରଦେଶର କଂଗ୍ରେସ ନେତାଙ୍କ ଦୁଷ୍କର୍ମୀ ପୁଅ ସହିତ ତ ଆପଣ ଲଢ଼େଇ କରିପାରିଲେ ନାହିଁ, କ’ଣ ଆପଣ ମହିଳାଙ୍କ ବିରୋଧରେ ଅଶାଳୀନ ଟିପ୍ପଣୀ ଦେଉଥିବା ଅରୁଣ ଯାଦବଙ୍କ ସହିତ ଲଢ଼ିପାରିବେ?
प्रियंका गांधी कहती फिर रही हैं कि – "मैं लड़की हूँ, लड़ूंगी"
मध्यप्रदेश के कांग्रेसी नेता के दुष्कर्मी बेटे से तो आप लड़ नहीं पाईं, क्या महिलाओं पर भद्दी टिप्पणी करने वाले कांग्रेसी नेता अरूण यादव से लड़ेंगी? या फिर वही दोगलापन?
देश जानना चाहता है! pic.twitter.com/O2Qwua0GcW
— BJP MadhyaPradesh (@BJP4MP) October 20, 2021
The post ହେମା ମାଳିନୀ ଓ ସ୍ମୃତି ଇରାନୀଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ, ବିଜେପି ଶେଆର କଲା ଭିଡିଓ appeared first on Odisha Reporter.
from Odisha Reporter https://ift.tt/30Nu1ME
No comments:
Post a Comment