ନୂଆଦିଲ୍ଲୀ: ଲଗାତର ବଢ଼ି ଚାଲିଛି ତୈଳ ଦର। ଥମିବାରୁ ନା ଧରୁନାହିଁ। ପ୍ରତିଦିନ ୩୦ ପଇସାରୁ ଅଧିକ ବୃଦ୍ଧି ପାଉଛି ଦାମ୍। ଫଳରେ ପେଟ୍ରୋଲ ଓ ଡିଜେଲ ଦର ଏବେ ଆକାଶଛୁଆଁ ହୋଇଛି। ଆଜି ପୁଣି ତୈଳ ଦର ଲଗାତର ବୃଦ୍ଧି ପାଇଛି। ପେଟ୍ରୋଲ ଏବଂ ଡିଜେଲ ଦର ୩୫ ଲେଖାଏଁ ବଢ଼ିଛି। ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।
ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଆଜି ୧୦୬ ଟଙ୍କ ୫୪ ପଇସା ରହିଛି। ସେହିପରି ଡିଜେଲ ୯୫ ଟଙ୍କା ୨୭ ପଇସା ପ୍ରତି ଲିଟର ହୋଇଛି। ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ୩୩ ପଇସା ବୃଦ୍ଧି ପାଇ ଲିଟର ପିଛା ୧୧୨.୪୪ ପଇସା ହୋଇଥିବାବେଳେ ଡିଜେଲର ମୂଲ୍ୟ ମଧ୍ୟ ୩୭ ପଇସା ବୃଦ୍ଧି ପାଇ ବର୍ତ୍ତମାନ ଲିଟର ପିଛା ୧୦୩.୨୬ ଟଙ୍କା ହୋଇଛି।
ସେହିପରି କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୭.୧୧ ଟଙ୍କା ରହିଛି। ଡିଜେଲ ମଧ୍ୟ ଲିଟର ପିଛା ୯୮.୩୮ ଟଙ୍କା ହୋଇଛି। ସେପଟେ ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୩.୬୧ ଏବଂ ଡିଜେଲ ଲିଟର ପିଛା ୯୯.୫୯ ଟଙ୍କାକୁ ବୃଦ୍ଧି ପାଇଛି।
ସୂଚନା ମୁତାବକ, ଗତ ବର୍ଷ ଏପ୍ରିଲରେ ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୯ ଡଲାରକୁ ଖସି ଆସିଥିଲା। ଏଥି ସହିତ ଆନ୍ତର୍ଜାତୀୟ ମାନକ ବ୍ରେଣ୍ଟ ଅଶୋଧିତ ତୈଳ ବ୍ୟାରେଲ ପିଛା ବର୍ତ୍ତମାନ ୮୪ ଡଲାରରେ ପହଞ୍ଚିଛି। ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ବୁଧବାର କହିଛନ୍ତି ଯେ ଭାରତର ତୈଳ ଆମଦାନୀ ବିଲ୍ ୨୦୨୦ ଜୁନ୍ ମାସରେ ୮.୮ ବିଲିୟନ ଡ଼ଲାର୍ ଥିଲା। ସର୍ବଭାରତୀୟ ସ୍ତରରେ ତୈଳ ମୂଲ୍ୟ ବୃଦ୍ଧି ହେତୁ ଏହା ବର୍ତ୍ତମାନ ୨୪ ବିଲିୟନ ଡ଼ଲାରରେ ପହଞ୍ଚିଛି।
ଆପଣ ନିଜ ନିଜ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଏଥିପାଇଁ ଆପଣଙ୍କୁ ଫୋନରୁ RSP ଏବଂ ଆପଣଙ୍କ ସହରର କୋଡ୍ ପଠାଇବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ। ଏହି ମେସେଜ ପଠାଇବା ମାତ୍ରେ ତୁମ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ତୁରନ୍ତ ତୁମ ଫୋନରେ ଆସିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଭିନ୍ନ ଭିନ୍ନ ରହିଛି। ଏହି କୋଡ୍ IOC ୱେବସାଇଟକୁ ଯାଇ ପାଇ ପରିବେ।
The post ପୁଣି ଉପରକୁ ଉଠିଲା ପେଟ୍ରୋଲ କଣ୍ଟା appeared first on Odisha Reporter.
from Odisha Reporter https://ift.tt/2XwUgWp
No comments:
Post a Comment