ଭାରତ ସହ କଥା ହେଲା ତାଲିବାନ, ସହାୟତା ପ୍ରତିଶ୍ରୁତି ଦାବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 21, 2021

ଭାରତ ସହ କଥା ହେଲା ତାଲିବାନ, ସହାୟତା ପ୍ରତିଶ୍ରୁତି ଦାବି

ମସ୍କୋ: ପୁଣି ଭାରତ ସହ କଥା ହୋଇଛି ତାଲିବାନ। ଆଫଗାନିସ୍ତାନ ପ୍ରସଙ୍ଗରେ ମସ୍କୋରେ ଭାରତ ଓ ତାଲିବାନ ମଧ୍ୟରେ ଆଲୋଚନା ହୋଇଛି। ଆଫଗାନିସ୍ତାନ ସରକାରର ଉପ ପ୍ରଧାନମନ୍ତ୍ରୀ ଅବ୍ଦୁଲ ସଲାମ ହନଫିଙ୍କ ନେତୃତ୍ୱରେ ତାଲିବାନୀ ପ୍ରତିନିଧିମଣ୍ଡଳ ଭାରତର ପ୍ରତିନିଧିଙ୍କ ସହ ବୈଠକ କରିଛନ୍ତି।

ତାଲିବାନର ପ୍ରବକ୍ତା ଜବୀଉଲ୍ଲାହ ମୁଜାହିଦ ଏକ ବୟାନ ଜାରି କରି ଏନେଇ ସ୍ପଷ୍ଟ କରିଛନ୍ତି। ଏହି ଆଲୋଚନାରେ ଭାରତ ଆଫଗାନିସ୍ତାନକୁ ସହାୟତା ପ୍ରଦନ କରିବ ବୋଲି ପ୍ରତିଶ୍ରୁତି ଦେଇଥିବା ତାଲିବାନ ଦାବି କରିଛି। ତେବେ ଭାରତ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ।

ଆଫଗାନିସ୍ତାନର ମୁଖପାତ୍ର କହିଛନ୍ତି ଯେ ଆଫଗାନିସ୍ତାନର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ଅବଦୁଲ ସଲାମ ହାନାଫିଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ତାଲିବାନ ପ୍ରତିନିଧିମଣ୍ଡଳ ମସ୍କୋରେ ଏକ ଭାରତୀୟ ପ୍ରତିନିଧିଙ୍କୁ ଭେଟିଛନ୍ତି। ଏହି ସମୟରେ ଆଫଗାନିସ୍ତାନକୁ ସାହାଯ୍ୟ କରିବାକୁ ଭାରତ ଇଚ୍ଛା ପ୍ରକାଶ କରିଥିବା ସେ ଦାବି କରିଛନ୍ତି।

ପ୍ରକୃତରେ ଭାରତୀୟ ପ୍ରତିନିଧିମଣ୍ଡଳ ଋଷର ନିମନ୍ତ୍ରଣ କ୍ରମେ ମସ୍କୋ ଫର୍ମାଟରେ ଭାଗ ନେବାକୁ ଯାଇଥିଲେ। ମସ୍କୋ ଫର୍ମାଟରେ ତାଲିବାନ ମଧ୍ୟ ସାମିଲ ଅଛି। ବୈଦେଶିକ ମନ୍ତ୍ରଣାଳୟର ପାକିସ୍ତାନ-ଆଫଗାନିସ୍ତାନ-ଇରାନ ବିଭାଗର ଯୁଗ୍ମ ସଚିବ ଜେପି ସିଂଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧି ତାଲିବାନ ସହ କଥା ହୋଇଛନ୍ତି। ଏହି ବାର୍ତ୍ତାଳାପ ମସ୍କୋ ଫର୍ମାଟ୍ ବାହାରେ ହୋଇଥିଲା।

ତାଲିବାନ ସହ ଭାରତର ପ୍ରଥମ ଔପଚାରିକ କଥାବାର୍ତ୍ତା ଅଗଷ୍ଟ ୩୧ ତାରିଖରେ ଦୋହାରେ ହୋଇଥିଲା। ଆଫଗାନର ଅନ୍ତରୀଣ କ୍ୟାବିନେଟ ଘୋଷଣା ପରେ ମସ୍କୋରେ ଏହା ପ୍ରଥମ ଆଲୋଚନା। ତେବେ ବୈଠକରେ ତାଲିବାନ ମାନବ ଅଧିକାର ଉପରେ ଗୁରୁତ୍ୱ ଦେବ କହିଥିବା ସୂଚନା ମିଳିଛି।

ମସ୍କୋ ବୈଠକରେ ଅବ୍ଦୁଲ ସଲାମ ହାନାଫି ଅନ୍ତରାଷ୍ଟ୍ରୀୟ ସମୁଦାୟଙ୍କୁ ତାଲିବାନ ସରକାରକୁ ମାନ୍ୟତା ଦେବାକୁ ଆହ୍ୱାନ ଦେଇଛନ୍ତି । ଏହାସହ ସେ ଆମେରିକାକୁ ମଧ୍ୟ ଆର୍ଥିକ ସହାୟତା ମାଗିଛନ୍ତି।

ସୂଚନାଯୋଗ୍ୟ, ଅଗଷ୍ଟରେ ଆଫଗାନ କବଜା ପରେ ତାଲିବାନ ପ୍ରସଙ୍ଗରେ ମସ୍କୋରେ ପ୍ରଥମ ଥର ପାଇଁ ବିଶ୍ୱ ସମୁଦାୟ ବୈଠକ କରିଛନ୍ତି । ଏହି ବୈଠକ ଋଷର ପ୍ରତ୍ୟକ୍ଷ ହସ୍ତକ୍ଷେପରେ ହୋଇଛି।

The post ଭାରତ ସହ କଥା ହେଲା ତାଲିବାନ, ସହାୟତା ପ୍ରତିଶ୍ରୁତି ଦାବି appeared first on Odisha Reporter.



from Odisha Reporter https://ift.tt/3C4sfEq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages