ଦୀପାବଳି ପୂର୍ବରୁ ପ୍ରଦୂଷଣ ଚିନ୍ତା, ରାଜଧାନୀ ପରେ ୧୪ ଜିଲ୍ଲାରେ ବାଣ ବ୍ୟାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 31, 2021

ଦୀପାବଳି ପୂର୍ବରୁ ପ୍ରଦୂଷଣ ଚିନ୍ତା, ରାଜଧାନୀ ପରେ ୧୪ ଜିଲ୍ଲାରେ ବାଣ ବ୍ୟାନ୍‌

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଆକ୍ସନରେ ହରିଆଣା ସରକାର। ରାଜଧାନୀ ଦିଲ୍ଲୀକୁ ଲାଗି ଥିବା ୧୪ଟି ଜିଲ୍ଲାରେ ବାଣ ବିକ୍ରି ଏବଂ ବ୍ୟବହାର ଉପରେ ଲଗାଇଲେ ବ୍ୟାନ୍‌। କେବଳ ସେତିକି ନୁହେଁ ଅନ୍‌ଲାଇନ୍‌ ସପିଂ ସାଇଟ୍‌ରେ ମଧ୍ୟ କୌଣସି ପ୍ରକାରର ବାଣ ବିକ୍ରି ଉପରେ ନିଷେଧ ଲଗାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ପ୍ରତିବର୍ଷ ଦୀପାବଳି ପରେ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ତର ତଳକୁ ଖସିଥାଏ। ତେବେ ଏହାକୁ ଦୃଷ୍ଟିରେ ଚଳିତ ବର୍ଷ ହରିଆଣା ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାରଙ୍କ ଅନୁଯାୟୀ, ବାଣ ଫୁଟାଇବା କାରଣରୁ ସମ୍ବେଦନଶୀଳ ଲୋକଙ୍କୁ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ଯେଉଁ ୧୪ ଜିଲ୍ଲାରେ ବାଣ ବ୍ୟାନ୍‌ କରାଯାଇଛି ସେଥିରେ ଭିବାନୀ, ଚରଖି ଦାଦ୍ରି, ଫରିଦାବାଦ, ଗୁରୁଗ୍ରାମ, ଝଜ୍ଜର, ଜିନ୍ଦ, କର୍‌ନାଲ, ମହେନ୍ଦ୍ରଗଡ଼, ନୁହ, ପଲୱାଲ, ପାନିପତ, ରେୱାଡି, ରୋହତକ ଏବଂ ସୋନିପାତ ସାମିଲ ଅଛି।

ବିଜ୍ଞପ୍ତି ଅନୁଯାୟୀ, ଯେଉଁ ସହର ଏବଂ ସହରାଞ୍ଚଳଗୁଡ଼ିକରେ ନଭେମ୍ବର ମାସରେ ହାରାହାରି ବାୟୁର ଗୁଣବତ୍ତା ଖରାପ ରହୁଛି ସେହି ଅଞ୍ଚଳଗୁଡିକ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ।  ଯେଉଁ ସହରରେ ବାୟୁ ଗୁଣବତ୍ତା ମଧ୍ୟମ କିମ୍ବା ତା’ଠାରୁ କମ୍‌ ରହୁଛି ସେଠି ଗ୍ରୀନ୍‌ ବାଣ ଫୁଟାଇବା ପାଇଁ ଅନୁମତି ଦିଆଯାଇଛି।

ବିବାହ କିମ୍ବା ଅନ୍ୟ ଆୟୋଜନ ଗୁଡିକରେ କେବଳ ସବୁଜ ବାଣ ଫୁଟାଇବା ପାଇଁ ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଛି।  ଏହାପୂର୍ବରୁ ଗତ ମାସରେ ଦିଲ୍ଲୀ ସରକାର ରାଜଧାନୀରେ ବାଣ ବ୍ୟବହାର, ବିକ୍ରୟ ଏବଂ ସଂରକ୍ଷଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ପ୍ରଦୂଷଣ ସ୍ତର ବିପଜ୍ଜନକ ସ୍ଥିତିକୁ ପହଞ୍ଚିବା ପୂର୍ବରୁ ଏହି ପଦକ୍ଷେପ ନିଆଯାଇଛି।

The post ଦୀପାବଳି ପୂର୍ବରୁ ପ୍ରଦୂଷଣ ଚିନ୍ତା, ରାଜଧାନୀ ପରେ ୧୪ ଜିଲ୍ଲାରେ ବାଣ ବ୍ୟାନ୍‌ appeared first on Odisha Reporter.



from Odisha Reporter https://ift.tt/3GDeyPG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages