କେନାଲରେ ଭାସି ଗଲେ ଦୁଇ ନାବାଳକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 31, 2021

କେନାଲରେ ଭାସି ଗଲେ ଦୁଇ ନାବାଳକ

ଆନନ୍ଦପୁର/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନାଲରେ ଭାସି ଗଲେ ଦୁଇ ନାବାଳକ। କେନ୍ଦୁଝର ଜିଲ୍ଲା ହାଟଡ଼ିହି ନିକଟରେ ଘଟିଛି ଏହି ଅଘଟଣ।

ନିଖୋଜ ଦୁଇ ନାବାଳକଙ୍କ ମଧ୍ୟରୁ ଜଣେ ୧୦ମ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ଅନ୍ୟ ଜଣେ ଅଷ୍ଟମ ଶ୍ରେଣୀର।

ଦିନ ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଥିଲା। ଏହି ଦୁଇ ଛାତ୍ର ହଦଗଡ଼-ଛେନାପଦୀ ମୁଖ୍ୟ କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ ଭାସି ଯାଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀମାନେ ପହଞ୍ଚି ସେମାନଙ୍କୁ ଖୋଜାଖୋଜି କରୁଛନ୍ତି। ତେବେ ଖବର ଲେଖାଯିବା ସୁଦ୍ଧା ସେମାନଙ୍କୁ ଉଦ୍ଧାର କରାଯାଇପାରି ନଥିଲା।

ଅନ୍ୟପକ୍ଷରେ ଆଜି ରାଉରକେଲାରେ କୋଏଲ ନଦୀରେ ଗାଧୋଉଥିବା ବେଳେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଭାସି ଯାଇଛନ୍ତି। ତାଙ୍କ ନାଁ ବିକାଶ ସିଂହ। ସେ ରାଉରକେଲାରେ ଏକ ଇଂରାଜୀ ମିଡିୟମ ସ୍କୁଲରେ ପଢ଼ନ୍ତି। ବିକାଶ ତାଙ୍କ ସାଙ୍ଗମାନଙ୍କ ସହିତ ନଦୀକୁ ଗାଧୋଇବାକୁ ଯାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ପହଞ୍ଚି ଖୋଜାଖୋଜି କରୁଛି। କିନ୍ତୁ ତାଙ୍କର ବି ପତ୍ତା ମିଳିନାହିଁ।

The post କେନାଲରେ ଭାସି ଗଲେ ଦୁଇ ନାବାଳକ appeared first on Odisha Reporter.



from Odisha Reporter https://ift.tt/3mujnTc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages