ପ୍ରେମ, ହତାଶା, ଅଶାନ୍ତି ନେଇଗଲା ୧୧ ହଜାରରୁ ଅଧିକ ଛୁଆଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 31, 2021

ପ୍ରେମ, ହତାଶା, ଅଶାନ୍ତି ନେଇଗଲା ୧୧ ହଜାରରୁ ଅଧିକ ଛୁଆଙ୍କ ଜୀବନ

ନୂଆଦିଲ୍ଲୀ: ପ୍ରତିଦିନ ଆତ୍ମହତ୍ୟା କରୁଛନ୍ତି ୩୦ରୁ ଅଧିକ ଛୁଆ। ଅକାଳରେ ଝଡି ପଡୁଛନ୍ତି କଅଁଳ ଶିଶୁ। ଦେଶରେ ଗତ ବର୍ଷ ହାରାହାରି ପ୍ରତିଦିନ ୩୧ ଶିଶୁ ଆତ୍ମହତ୍ୟା କରିଛନ୍ତି। ନ୍ୟାଶନାଲ କ୍ରାଇମ ରେକର୍ଡସ ବ୍ୟୁରୋର ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ରିପୋର୍ଟ ମୁତାବକ, ୨୦୨୦ରେ ଦେଶରେ ମୋଟ ୧୮ ବର୍ଷରୁ କମ୍‌ ବୟସ୍କର ୧୧ ହଜାର ୩୯୬ ଛୁଆ ଆତ୍ମହତ୍ୟା କିରଛନ୍ତି। ଯାହା ୨୦୧୯ ତୁଳନାରେ ୧୮ % ଏବଂ ୨୦୧୮ ତୁଳାରେ ୨୧% ଅଧିକ । ୨୦୧୯ରେ ଦେଶରେ ୯,୯୧୩ ଏବଂ ୨୦୧୮ରେ ୯,୪୧୩ ଶିଶୁ ଆତ୍ମହତ୍ୟା କରିଥିଲେ।

ଏନସିଆରବି ରିପୋର୍ଟ ଅନୁଯାୟୀ, ୧୮ ବର୍ଷରୁ କମ୍ ପିଲାମାନଙ୍କ ମଧ୍ୟରେ ପାରିବାରିକ ସମସ୍ୟା (୪,୦୦୬), ପ୍ରେମ ବ୍ୟାପାର (୧,୩୩୭) ଏବଂ ଅସୁସ୍ଥତା (୧,୩୨୭) ହେଉଛି ଆତ୍ମହତ୍ୟାର ମୁଖ୍ୟ କାରଣ। ଶିଶୁ ସୁରକ୍ଷା ଉପରେ କାର୍ଯ୍ୟ କରୁଥିବା ସଂସ୍ଥା ସେଭ୍ ଦି ଚାଇଲ୍ଡର ଡେପୁଟି ଡାଇରେକ୍ଟର ପ୍ରଭାତ କୁମାର ସମ୍ବାଦ ଏଜେନ୍ସିକୁ କହିଛନ୍ତି ଯେ କୋଭିଡ ମହାମାରୀ ଏବଂ ସ୍କୁଲ ବନ୍ଦ ହେତୁ ମାନସିକ ଅଶାନ୍ତି ଭଳି ସମସ୍ୟା ବଢ଼ିଛି।

ସେ କହିଛନ୍ତି, ପିଲାମାନଙ୍କ ମଧ୍ୟରେ ଆତ୍ମହତ୍ୟା ମାମଲା ବଢ଼ିବାରେ ଲାଗିଛି। ପିଲାମାନଙ୍କୁ ମଧ୍ୟରେ ବଢ଼ୁଥିବା ଆତ୍ମହତ୍ୟା ମାମଲା ପଛରେ ତାଙ୍କ ଚାରିପାଖର ପରିବେଶକୁ ସେ ଦାୟୀ କରିଛନ୍ତି।  ପିଲାଙ୍କୁ ଏପରି ବ୍ୟବସ୍ଥା ଦେବା ଉଚିତ ଯେଉଁଠାରେ ସେମାନେ ସେମାନଙ୍କର ସାମର୍ଥ୍ୟକୁ ଚିହ୍ନି ପାରିବେ ଏବଂ ସେମାନଙ୍କର ସ୍ୱପ୍ନକୁ ସାକାର କରିବାକୁ ପ୍ରସ୍ତୁତ ହୋଇପାରିବେ। ଏହା ସମସ୍ତ ପିତାମାତା, ପରିବାର, ପଡ଼ୋଶୀ ଏବଂ ସରକାରଙ୍କ ଦାୟିତ୍ୱ।

ଏନ୍‌ସିଆର୍‌ବିର ରିପୋର୍ଟ ମୁତାବକ, ୨୦୨୦ରେ ୧୧,୩୯୬ ଶିଶୁ ଆତ୍ମହତ୍ୟା କରିଛନ୍ତି। ଏଥିରୁ ୫,୩୯୨ ପୁଅ ଏବଂ ୬,୦୦୪ ଝିଅ ଅଛନ୍ତି। ଅର୍ଥାତ ଗତବର୍ଷ ପ୍ରତିଦିନ ୩୧ ଏବଂ ଏକ ଘଣ୍ଟାରେ ଜଣେ ଶିଶୁ ଆତ୍ମହତ୍ୟା କରିଛି।

The post ପ୍ରେମ, ହତାଶା, ଅଶାନ୍ତି ନେଇଗଲା ୧୧ ହଜାରରୁ ଅଧିକ ଛୁଆଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/3jNJx1J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages