ମସ୍କୋ: ବଡ ଧରଣର ବିମାନ ଦୁର୍ଘଟଣା। ରୁଷର ଟାଟାରସ୍ତାନରେ ଏକ L-410 ଟର୍ବୋଲେଟ୍ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ବିମାନରେ ମୋଟ ୨୩ଜଣ ଯାତ୍ରୀ ଥିଲେ।
ରବିବାର ରୁଷର ସମୟ ଅନୁଯାୟୀ ପ୍ରାୟ ୯ ଟା୧୧ ମିନିଟରେ ମେନଜେଲିନସ୍କ ସହରରେ ଉକ୍ତ ଯାତ୍ରୀବାହୀ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ରୁଷର ନ୍ୟୁଜ୍ ଏଜେନ୍ସି TASS ର ଏକ ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ ୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଖବର ଅନୁଯାୟୀ, ୨୩ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୧ ଜଣ ପାରାଚ୍ୟୁଟ୍ ଡାଇଭର ଥିଲେ। ଉଦ୍ଧାର କାର୍ଯ୍ୟ ଏବେବି ଜାରି ରହିଥିବା ଜଣାପଡିଛି।
The post ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ, ୧୫ ମୃତ appeared first on Odisha Reporter.
from Odisha Reporter https://ift.tt/3lrZBav
No comments:
Post a Comment