ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଶନିବାର ୭୬ ବର୍ଷରେ ପାଦ ଦେବେ ନବୀନ। ହେଲେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଜନ୍ମଦିନ ପାଳିବେନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
‘ରାଜ୍ୟବାସୀଙ୍କ ଭଲ ପାଇବା, ଶୁଭେଚ୍ଛା, ଆଶୀର୍ବାଦ ପାଇଁ ମୁଁ ଋଣୀ। କୋଭିଡ୍ ଯୋଗୁଁ ଦେଢ଼ ବର୍ଷ ହେଲା କଠିନ ସମୟ ଦେଇ ଗତି କରୁଛୁ। ତେଣୁ ଆସନ୍ତାକାଲି ନବୀନ ନିବାସ ନ ଆସି ମହତ କାର୍ଯ୍ୟରେ ସାମିଲ୍ ହୁଅନ୍ତୁ। ମହତ କାର୍ଯ୍ୟରେ ସାମିଲ୍ ହେଲେ ମୋ ପାଇଁ ସବୁଠୁ ବଡ଼ ଶୁଭେଚ୍ଛା। କୋଭିଡ୍ ମୃତକଙ୍କ ପରିବାରକୁ ସାହାଯ୍ୟ କରନ୍ତୁ, ରକ୍ତଦାନରେ ସାମିଲ୍ ହୁଅନ୍ତୁ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।’
ଗତବର୍ଷ ମଧ୍ୟ କରୋନା ସଂକ୍ରମଣ ଓ କଟକଣା ଯୋଗୁ ଅନୁରୂପ ଭାବେ ଜନ୍ମଦିନ ପାଳି ନଥିଲେ। କରୋନା କଟକଣା ଯୋଗୁ ମୁଖ୍ୟମନ୍ତ୍ରୀ କ୍ୱଚିତ୍ ଲୋକଙ୍କୁ ଭେଟୁଥିବାରୁ ତାଙ୍କ ଜନ୍ମଦିନରେ ନେତା-ମନ୍ତ୍ରୀ ଓ ଶୁଭେଚ୍ଛୁଙ୍କୁ ନବୀନ ନିବାସ ଯିବା ଉପରେ କଟକଣା ଲଗାଯାଇଥିଲା।
ସୂଚନାଯୋଗ୍ୟ, ୧୯୪୬ ଅକ୍ଟୋବର ୧୬ରେ ଜନ୍ମିତ ଶ୍ରୀ ପଟ୍ଟନାୟକ ୨୦୦୦ ମାର୍ଚ୍ଚ ୫ରୁ ଏପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।
The post ଏଥର ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3AKoh2y
No comments:
Post a Comment