ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ସିଙ୍ଘୁର ସୀମାନ୍ତରେ ଜଣେ ବ୍ୟକ୍ତିଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ହତ୍ୟା କରାଯାଇଛି। ତାଙ୍କ ହାତ କାଟି ଦିଆ ଯାଇଥିବା ବେଳେ ଚାଷୀମାନେ ଆନ୍ଦୋଳନ କରୁଥିବା ମୁଖ୍ୟ ଷ୍ଟେଜର କିଛି ଦୂରରେ ଥିବା ବ୍ୟାରିକେଡ୍ରେ ମୃତଦେହକୁ ଝୁଲାଇ ଦିଆଯାଇଛି। ଆଜି ସକାଳୁ ମୃତଦେହକୁ ଚାଷୀମାନେ ଦେଖିବା ପରେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି।
ଏହି ଘଟଣାକୁ ଚାଷୀମାନେ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ସେମାନେ ପ୍ରଥମେ ପୁଲିସକୁ ଘଟଣାସ୍ଥଳକୁ ଛାଡ଼ି ନଥିଲେ। ପରେ କୁଣ୍ଡଲି ପୁଲିସ୍ ଷ୍ଟେସନର କର୍ମଚାରୀମାନେ ଶବକୁ ଜବତ କରି ନିକଟସ୍ଥ ହସ୍ପିଟାଲକୁ ନେଇଛନ୍ତି। ମୃତକ ଜଣଙ୍କ ବୟସ ୩୫ ବର୍ଷ। ହେଲେ ତାଙ୍କ ପରିଚୟ ସାର୍ବଜନୀନ କରାଯାଇଛି। ସେ ଚାଷୀ ଆନ୍ଦୋଳନରେ ସାମିଲ ଥିଲେ ନା ତାଙ୍କୁ କେଉଁଠି ହତ୍ୟା କରି ଏପରି ଚାଷୀ ଆନ୍ଦୋଳନ ସ୍ଥଳକୁ ଅଣାଯାଇଛି, ସେକଥା ଜଣାପଡ଼ିନି।
ତେବେ ତାଙ୍କୁ ନିହାଙ୍ଗମାନେ ହତ୍ୟା କରିବା ସହ ଗୋଟିଏ ହାତ କାଟି ଦେଇଥିବା ଅଭିଯୋଗ ହୋଇଛି। ସିଙ୍ଘୁର ସୀମାରେ ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ୱରେ ଶହଶହ ଚାଷୀ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି। ଉକ୍ତ ହତ୍ୟା ଘଟଣାରୁ ମୋର୍ଚ୍ଚା ନିଜକୁ ଦୂରେଇ ରଖିଛି। ଏଥିସହ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ସଂଗଠନ ହରିଆଣା ସରକାରଙ୍କ ସହଯୋଗ କରିବ ବୋଲି ମଧ୍ୟ କହିଛି।
ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତା ବଲବୀର ସିଂହ ରାଜେୱାଲ କହିଛନ୍ତି, “ନିହାଙ୍ଗମାନେ ଏହା ପଛରେ ରହିଛନ୍ତି। ସେମାନେ ଏହାକୁ ସ୍ୱୀକାର ମଧ୍ୟ କରିଛନ୍ତି। ନିହାଙ୍ଗମାନେ ଆମକୁ ଅସୁବିଧାରେ ପକାଇବାକୁ ଆରମ୍ଭରୁ ହିଁ ଚେଷ୍ଟା କରି ଚାଲିଛନ୍ତି। ଅନେକ ସମୟରେ ସେମାନେ ବିଶୃଙ୍ଖଳା ଓ ହିଂସାକାଣ୍ଡ ଘଟାଇଛନ୍ତି। ଉକ୍ତ ହତ୍ୟା ଘଟଣାର ତଦନ୍ତରେ ଆମେ ସବୁ ପ୍ରକାରର ସହଯୋଗ କରିବୁ। କିନ୍ତୁ ଦୋଷୀମାନଙ୍କୁ ପୁଲିସ୍ ତୁରନ୍ତ ଧରିବା ଦରକାର।”
The post ଚାଷୀଙ୍କ ଆନ୍ଦୋଳନ ସ୍ଥଳରୁ ମିଳିଲା ହାତ କଟା ମୃତଦେହ appeared first on Odisha Reporter.
from Odisha Reporter https://ift.tt/3BEXBkZ
No comments:
Post a Comment