କାଠି ଚିକେନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 27, 2021

କାଠି ଚିକେନ

ଆବଶ୍ୟକ ସାମଗ୍ରୀ: ବୋନଲେସ ଚିକେନ, ଦହି, ଲେମ୍ବୂରସ, ଲୁଣ, ଲଙ୍କାଗୁଣ୍ଡ, ଗରମ ମସଲା, ଅଦାରସୁଣ ବଟା, ହଳଦୀ ଗୁଣ୍ଡ, ରିଫାଇନ ତେଲ, ଶାଳପତ୍ର, ଆଲୁମିନିୟମ ଫଏଲ ଓ ଗୋଲ ମରିଚ ଗୁଣ୍ଡ

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ବଜାରରୁ ବୋନଲେସ ଚିକେନ ଆଣି ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଦହି, ଲେମ୍ବୂରସ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ୧୫ ମିନିଟ୍ ପରେ ସେଥିରେ ଲଙ୍କାଗୁଣ୍ଡ, ଗରମ ମସଲା, ଅଦାରସୁଣ ବଟା ଓ ହଳଦୀ ଗୁଣ୍ଡ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।  ତା’ସହିତ କିଛି ରିଫାଇନ ତେଲ ଓ ଗୋଲମରିଚ ଗୁଣ୍ଡ  ପକାଇ ଗୋଳାଇ ଦିଅନ୍ତୁ।

ଏହା ପରେ ବାଉଁଶ କାଠିରେ ମସଲା ଗୋଳା ଚିକେନକୁ ପୂରାଇ ତାକୁ ଶାଳପତ୍ରରେ ଗୁଡାଇ ଦିଅନ୍ତୁ। ଚିକେନ ଯେମିତି ଅଧିକ ନ ପୋଡ଼ିଯିବ ସେଥିପାଇଁ ତା’ଉପରେ ଆଲମୁନିୟମ ଫଏଲର କଭର ଦେଇ ଦିଅନ୍ତୁ। ଏହା ପରେ ଧିମା ଆଞ୍ଚରେ ଗ୍ୟାସ ଚୁଲା ଉପରେ ଛାଞ୍ଚ ଦ୍ୱାରା ଏହାକୁ  ପୋଡ଼ନ୍ତୁ।

ମଝିରେ ମଝିରେ ଏହାକୁ ଲେଉଟାଇ ଦିଅନ୍ତୁ।୧୫ରୁ ୨୦ ମିନିଟ୍ ପରେ ଏହାକୁ ଗ୍ୟାସ ଚୁଲାରୁ ବାହାର କରି ଦିଅନ୍ତୁ। ପରେ ସେଥିରେ ରିଫାଇନ ତେଲ ମାରି ନିଆଁରେ ପୁଣି ଥରେ ପୋଡ଼ନ୍ତୁ। କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ କାଠି ଚିକେନ।

 

The post କାଠି ଚିକେନ appeared first on Odisha Reporter.



from Odisha Reporter https://ift.tt/3Ef51fA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages