ଜି-୨୦ ସମ୍ମିଳନୀରେ ଆଫଗାନକୁ ନେଇ ବଡ଼ ବୟାନ ଦେଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 12, 2021

ଜି-୨୦ ସମ୍ମିଳନୀରେ ଆଫଗାନକୁ ନେଇ ବଡ଼ ବୟାନ ଦେଲେ ମୋଦି

ନୂଆଦିଲ୍ଲୀ: ତାଲିବାନ ଦଖଲରେ ଥିବା ଆଫଗାନିସ୍ତାନ ସ୍ଥିତି ଉପରେ ଆଲୋଚନା କରିବାକୁ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ଯୋଗଦେଇ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ବୈଠକରେ ସେ କଠୋରପନ୍ଥୀ ଚିନ୍ତାଧାରା, ଆତଙ୍କବାଦ ଓ ନିଶାଦ୍ରବ୍ୟ ଚାଲାଣ ବିରୋଧରେ ସବୁ ରାଷ୍ଟ୍ର ମିଳିତ ଭାବେ କାର୍ଯ୍ୟ କରିବା ଦରକାର ବୋଲି ଆହ୍ୱାନ କରିଛନ୍ତି।

ଏଥିସହ ଆଫଗାନିସ୍ତାନ ଯେମିତି କଠୋରପନ୍ଥୀ ଓ ଆତଙ୍କବାଦୀଙ୍କ ଇଲାକା ନ ବନିବ, ସେଥିପାଇଁ ସମସ୍ତେ ପଦକ୍ଷେପ ନେବା ଜରୁରୀ ବୋଲି ମୋଦି କହିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଏହି ଜି-୨୦ ସମ୍ମିଳନୀରେ ମୋଦି କହିଛନ୍ତି, ଆଫଗାନ ନାଗରିକଙ୍କୁ ତତ୍କାଳ ଭାବେ ମାନବୀୟ ସହାୟତା ଓ ସେଠାରେ ସବୁ ପକ୍ଷଙ୍କୁ ନେଇ ପ୍ରଶାସନିକ କାର୍ଯ୍ୟ ଆରମ୍ଭ କରାଯିବା ଦରକାର। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପ ୨୫୯୩କୁ ଭିତ୍ତି କରି ଆଫଗାନର ସ୍ଥିତିକୁ ସୁଧାରିବାକୁ ହେବ ବୋଲି ମୋଦି କହିଛନ୍ତି।

ଅଗଷ୍ଟ ୩୦ରେ ଜାତିସଂଘ ସୁରକ୍ଷା ପରିଷଦରେ ଗୋଟିଏ ସଂକଳ୍ପ ପାରିତ ହୋଇଥିଲା। ଏଥିରେ ଆଫଗାନ ନାଗରିକଙ୍କ ଅଧିକାରର ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ଏହାବାଦ ଆଫଗାନ ମାଟି ଯେମିତି ଆତଙ୍କବାଦ ପାଇଁ ବ୍ୟବହାର ନ ହେବ ଓ ସ୍ଥିତିରୁ ମୁକୁଳିବା ପାଇଁ ଗୋଟିଏ ରାଜନୀତିକ ବୁଝାମଣା କରାଯିବ ବୋଲି ଉକ୍ତ ସଂକଳ୍ପରେ କୁହାଯାଇଥିଲା। ଏହାକୁ କାର୍ଯ୍ୟକାରୀ କରିବାକୁ ମୋଦି ଜି-୨୦ ସମ୍ମିଳନୀରେ କହିଛନ୍ତି।


ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ପ୍ରଧାନମନ୍ତ୍ରୀ ମୋଦି ଆଫଗାନବାସୀ ଭୋକ ଓ ଅପପୁଷ୍ଟିର ଶିକାର ହେଉଥିବାରୁ ପ୍ରତିଟି ଭାରତୀୟ ଏହାର ଯନ୍ତ୍ରଣା ଅନୁଭବ କରୁଥିବା କଥା କହିଛନ୍ତି। ତେଣୁ ଅନ୍ତର୍ଜାତୀୟ ସମୂହ ତୁରନ୍ତ ଆଫଗାନିସ୍ତାନକୁ ମାନବୀୟ ସହାୟତା ଯୋଗାଇ ଦେବା ପାଇଁ ଆଗକୁ ଆସନ୍ତୁ ବୋଲି ମୋଦି ବୈଠକରେ ଗୁରୁତ୍ୱ ଦେଇଛନ୍ତି।

କଠୋରପନ୍ଥୀ ଓ ଆତଙ୍କବାଦ ପାଇଁ ଯେମିତି ଆଫଗାନ ମାଟି ବ୍ୟବହାର ନ ହେବ, ତା’ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ ଆତଙ୍କବାଦ, କଠୋରପନ୍ଥୀ ଚିନ୍ତାଧାରା ଓ ଡ୍ରଗ୍ସ କାରବାର ମଧ୍ୟରେ ଥିବା ମଧୁଚନ୍ଦ୍ରିକା ବିରୋଧରେ ସମସ୍ତଙ୍କୁ ମିଳିତ ଭାବେ ଲଢ଼େଇ କରିବାକୁ କହିଛନ୍ତି।

ଗତ ୨୦ ବର୍ଷ ମଧ୍ୟରେ ଆଫଗାନକୁ ମିଳିଥିବା ସୋସିଓ-ଇକୋନୋମିକ ଲାଭକୁ ବଜାୟୀ ରଖିବା ଓ ମୌଳବାଦୀ ଚିନ୍ତାଧାରାରୁ ଲୋକଙ୍କୁ ଦୂରେଇ ରଖିବା ପାଇଁ ଆଫଗାନରେ ସମସ୍ତଙ୍କୁ ନେଇ ଗୋଟିଏ ପ୍ରଶାସନିକ ବ୍ୟବସ୍ଥା ଗଠନ ହେବା ଉଚିତ। ଏଥିରେ ମହିଳା ଓ ସଂଖ୍ୟାଲଘୁଙ୍କୁ ମଧ୍ୟ ସାମିଲ କରାଯିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ବୈଠକରେ କହିଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

The post ଜି-୨୦ ସମ୍ମିଳନୀରେ ଆଫଗାନକୁ ନେଇ ବଡ଼ ବୟାନ ଦେଲେ ମୋଦି appeared first on Odisha Reporter.



from Odisha Reporter https://ift.tt/3lydmVh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages