ଦୀପାବଳି ପୂର୍ବରୁ ଧନତେରସ୍ ଉତ୍ସବ ପାଳନ ହୋଇଥାଏ। ଏହି ବର୍ଷ ଧନ୍ତେରାସ୍ ନଭେମ୍ୱର ୨ ତାରିଖରେ ପଡୁଛି। କେବଳ ସୁନା ନୁହେଁ, ଏହି ଦିନ ପିତଳ କଂସାବାସନ, ଝାଡ଼ୁ ଓ ଧନିଆ ଆଦି କିଣିଲେ ଶୁଭ ବୋଲି କୁହାଯାଏ। ତେବେ ଏମିତି କିଛି ଜିନିଷ ଅଛି, ଯେଉଁଗୁଡ଼ିକୁ ଏହି ଦିନ କିଣିବା ଆଦୌ ଉଚିତ୍ ନୁହେଁ। ଏହା ଦ୍ୱାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ତା’ହେଲେ ଆସନ୍ତୁ ଜାଣିବା ଧନ୍ତେରସ୍ରେ କେଉଁ ସବୁ ଜିନିଷ କିଣିବା ଦ୍ୱାରା ଅଶୁଭ ହୋଇଥାଏ।
ଷ୍ଟିଲ୍ – ଧନତେରସ୍ରେ ଭୁଲରେ ବି ଷ୍ଟିଲ୍ ଜିନିଷ କିଣନ୍ତୁ ନାହିଁ। ଷ୍ଟିଲ୍ ଜିନିଷ ଉପରେ ରାହୁର ପ୍ରଭାବ ଅଧିକ ରହିଥାଏ। ସେଥିପାଇଁ ଏହି ଶୁଭ ଦିନରେ ଷ୍ଟିଲ ଜିନିଷ ନ କିଣି ପିତଳର କିଛି ଜିନିଷ କିଣିବା ଶୁଭ ହୋଇଥାଏ।
ଲୁହା – ଏହି ଦିନ ଲୁହାରେ ନିର୍ମିତ ଜିନିଷ କିଣନ୍ତୁ ନାହିଁ। ଲୁହାକୁ ଶନିଦେବଙ୍କ କାରକ ବୋଲି ମାନାଯାଇଥାଏ। ଏଥିପାଇଁ ଲୁହାର ନିର୍ମିତ କୌଣସି ଜିନିଷ ଏହି ଦିନରେ କିଣନ୍ତୁ ନାହିଁ। ଏହାଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ଘର ଉପରେ ରହି ନଥାଏ ଏବଂ ଘରେ ଅଭାବ ଅନାଟନ ଲାଗି ରହିଥାଏ।
ଆଲୁମିନିୟମ– ଏହି ଦିନରେ ଆଲୁମିନିୟମ ତିଆରି ବାସନକୁସନ କିଣନ୍ତୁ ନାହିଁ। ଏହା ଉପରେ ରାହୁ ପ୍ରଭାବ ରହିଥାଏ।
କାଚ ଜିନିଷ– ଧନତେରସ୍ରେ କାଚରେ ନିର୍ମିତ ଜିନିଷ ମଧ୍ୟ କିଣନ୍ତୁ ନାହିଁ। କାରଣ କାଚର ସମ୍ବନ୍ଧ ମଧ୍ୟ ରାହୁ ସହ ରହିଥାଏ ବୋଲି କୁହାଯାଏ। ଏହିକାରଣରୁ ଧନତେରସ୍ ସମୟରେ କାଚର ଜିନିଷ କିଣିବା ଅନୁଚିତ। ଏହି ଦିନ କାଚ ଜିନିଷ ମଧ୍ୟ ବ୍ୟବହାର କରିବା ଅନୁଚିତ।
ଚିନାମାଟି ଜିନିଷ– ଧନତେରସ୍ରେ ଚିନାମାଟିର କିଛି ଜିନିଷ କିଣନ୍ତୁ ନାହିଁ। ଏହା କିଣିବା ଦ୍ୱାରା ଘରେ ଅଶାନ୍ତି ଲାଗି ରହିଥାଏ।
ପ୍ଲାଷ୍ଟିକ ଜିନିଷ– ଏହି ଦିନରେ ପ୍ଲାଷ୍ଟିକର କୌଣସି ଜିନିଷ ଘରକୁ କିଣି ଆଣନ୍ତୁ ନାହିଁ। ଏହାଦ୍ୱାରା ଘରେ ସୁଖ ସମୃଦ୍ଧିରେ ବାଧା ଆସିଥାଏ।
ଧାରୁଆ ବସ୍ତୁ – ଧନତେରସ୍ରେ ଦିନ ଧାରୁଆ ବସ୍ତୁ କିଣିବା ଠାରୁ ଦୂରେଇ ରୁହନ୍ତୁ। ଏହି ଦିନ ଛୁରୀ, ପିନ୍, ଛୁଞ୍ଚି କିମ୍ବା କୌଣସି ତୀକ୍ଷ୍ଣ ଜିନିଷ କିଣିବାରୁ ନିବୃତ୍ତ ରୁହନ୍ତୁ।
The post ଧନତେରସ୍ ଦିନ କିଣନ୍ତୁ ନାହିଁ ଏହିସବୁ ଜିନିଷ, ଅଶୁଭ ହୋଇପାରେ appeared first on Odisha Reporter.
from Odisha Reporter https://ift.tt/3jPqtjH
No comments:
Post a Comment