ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଖିମପୁର ଖେରିରେ ଚାଷୀଙ୍କୁ ଦଳି ଦେଇଥିବା ଏସୟୁଭିରେ ଥିବା ଜଣେ ବ୍ୟକ୍ତିଙ୍କ ସମେତ ଆଉ ଚାରି ଜଣଙ୍କୁ ପୁଲିସ ଗିରଫ କରିଛି। ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦେବା ବେଳର ଭିଡିଓକୁ ଆଧାର କରି ଏପରି ଗିରଫଦାରୀ କରାଯାଇଛି।
ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନୀୟ ବିଜେପି ନେତା ସୁମିତ ଜୈସୱାଲ ରହିଛି। ସେ ଘଟଣା ଦିନ ଗାଡ଼ି ମଧ୍ୟରେ ଉପସ୍ଥିତ ଥିଲେ। ଘଟଣା ପରେ ସେ ଗାଡ଼ିରୁ ଖସି ଚାଲି ଯାଉଥିବା ବେଳର ଭିଡିଓ ସାମ୍ନାକୁ ଆସିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସୁମିତ ହିଁ ଅଜ୍ଞାତ ଚାଷୀଙ୍କ ବିରୋଧରେ ପାଲଟା ହିଂସାକାଣ୍ଡ ଅଭିଯୋଗ କରି ପୁଲିସ୍ରେ ଏଫଆଇଆର କରିଥିଲେ। ଚାଷୀମାନେ ଗାଡ଼ିର ଡ୍ରାଇଭର, ତାଙ୍କ ବନ୍ଧୁ ଓ ବିଜେପି କର୍ମୀଙ୍କୁ ପିଟିପିଟି ହତ୍ୟା କରିଥିବା ସେ ଅଭିଯୋଗ କରିଥିଲେ।
ହେଲେ ଏବେ ଲଖିମପୁର ଖେରି ପୁଲିସ୍ ଓ କ୍ରାଇମବ୍ରାଞ୍ଜର ସ୍ୱାଟ ଟିମ୍ ସୁମିତ, ଶିଶୁପାଲ, ନନ୍ଦନ ସିଂହ ବିଷ୍ଟ ଓ ସତ୍ୟ ପ୍ରକାଶ ତ୍ରିପାଠୀଙ୍କୁ ଗିରଫ କରିଛି। ସତ୍ୟ ପ୍ରକାଶଙ୍କ ଠାରୁ ଗୋଟିଏ ବନ୍ଧୁକ ଓ ୩ଟି ଗୁଳି ଜବତ କରାଯାଇଛି। ଏହାପୂର୍ବରୁ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇବା ଘଟଣାରେ ପୁଲିସ୍ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷଙ୍କ ସମେତ ମୋଟ ୧୦ ଜଣଙ୍କୁ ଗିରଫ କରିଥିଲା।
ସୂଚନାଯୋଗ୍ୟ, ରବିବାର(ଅକ୍ଟୋବର୩) ଲଖିମପୁର ଖେରିରେ ଚାଷୀମାନେ ଆନ୍ଦୋଳନ କରୁଥିଲେ। ଏହି ସମୟରେ ଗୋଟିଏ ମହିନ୍ଦ୍ରା ଥର ଜିପ୍ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଏଥିରେ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାପରେ ସୃଷ୍ଟି ହୋଇଥିବା ହିଂସାରେ ଆଉ ୪ ଜଣଙ୍କ ଜୀବନ ଯାଇଥିଲା।
ମହିନ୍ଦ୍ରା ଥର ଗାଡ଼ିଟି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ନାଁରେ ପଞ୍ଜୀକରଣ ହୋଇଥିଲା। ଏହି ସମୟରେ ଗାଡ଼ିରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ଉପସ୍ଥିତ ଥିବା ଅଭିଯୋଗ ହୋଇଛି। ଏଥିପାଇଁ ପୁଲିସ୍ ତାଙ୍କୁ ଗିରଫ କରିଛି। ତଥାପି କେନ୍ଦ୍ରମନ୍ତ୍ରୀ ପଦ ଛାଡ଼ୁ ନଥିବା ଏହାକୁ ନେଇ ଚାଷୀମାନେ ବିକ୍ଷୋଭ କରୁଛନ୍ତି। ଗତକାଲି କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଚାଷୀମାନେ ସମଗ୍ର ଦେଶରେ ରେଳରୋକ କରିଥିଲେ।
The post ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇବା ଘଟଣାରେ ବିଜେପି ନେତାଙ୍କ ସମେତ ଆଉ ୪ ଗିରଫ appeared first on Odisha Reporter.
from Odisha Reporter https://ift.tt/3BVBMxI
No comments:
Post a Comment