ଅଭିନେତ୍ରୀ ୟୁଭିକା ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 18, 2021

ଅଭିନେତ୍ରୀ ୟୁଭିକା ଗିରଫ

ଚଣ୍ଡିଗଡ: ବନ୍ଧା ହେଲେ ବଲିଉଡ ଅଭିନେତ୍ରୀ ୟୁଭିକା ଚୌଧୁରୀ। ତାଙ୍କୁ ହରିୟାଣାର ହାଂସୀ ପୁଲିସ ଗିରଫ କରିଛି। ପୋଲିସ ତାଙ୍କୁ ଆନୁଷ୍ଠାନିକ ଭାବେ ଗିରଫ କରିଛି। ଏଥିସହ ତାଙ୍କୁ ପୁଲିସ ୩ ଘଣ୍ଟା ଜେରା ମଧ୍ୟ କରିଛି।

ଅନୁସୂଚିତ ଜାତି ସମାଜ ବିରୋଧରେ ଅପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ତାଙ୍କୁ ସୋମାବାର ଗିରଫ କରାଯାଇଥିଲା। ହାଂସୀର ଡିଏସ୍‌ପି କାର୍ଯ୍ୟାଳୟରେ ତାଙ୍କୁ ୩ ଘଣ୍ଟା ପଚରା ଉଚରା କରାଯାଇଥିଲା। ଏହାପରେ ସେ ଜାମିନ ପାଇଛନ୍ତି।

ସୂଚନା ମୁତାବକ, ମେ’ ୨୫ରେ ୟୁଭିକା ନିଜ ସୋଶାଲ ମିଡିଆ ବ୍ଲଗରେ ଏକ ଭିଡିଓ ଜାରି କରିଥିଲେ। ଏଥିରେ ସେ ଅନୁସୂଚିତ ଜାତି ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଏହା ପରେ ଦଲିତ ଅଧିକାର କର୍ମୀ ରଜତ କଲସନ ଏସସି-ଏସଟି ଅଧିନିୟମ ଅନୁଯାୟୀ ହାଂସୀ ପୁଲିସ ଷ୍ଟେସନରେ ଅଭିନେତ୍ରୀଙ୍କ ବିରୋଧରେ ମାମଲା ଦାୟର କରିଥିଲେ।

ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାକୁ ରଦ୍ଦ କରିବାକୁ ଉଦ୍ୟମ କରି ୟୁଭିକା ପଞ୍ଜାବ-ହରିୟାଣା ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ଯାହାକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପରେ ସେ ସ୍ୱତନ୍ତ୍ର କୋର୍ଟରେ ଜାମିନ ଆବେଦନ କରିଥିଲେ ମଧ୍ୟ କୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ପରେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ ଏବଂ ତଦନ୍ତରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ସୋମବାର ୟୁଭିକା ହାଂସୀ ପୁଲିସ ଷ୍ଟେସନରେ ଆତ୍ମସମର୍ପଣ କରିଛନ୍ତି। ଏହି ସମୟରେ ତାଙ୍କ ସହିତ ୧୦ ବାଉନ୍ସର୍ ଏବଂ ତାଙ୍କ ସ୍ୱାମୀ ପ୍ରିନ୍ସ ନରୁଲା ମଧ୍ୟ ଉପସ୍ଥିତ ଥିଲେ। ଏହି ମାମଲାରେ ୟୁଭିକାଙ୍କୁ ମଧ୍ୟ ଗିରଫ କରାଯାଇଥିଲା ଏବଂ ତାଙ୍କୁ ପଚରାଉଚରା କରାଯାଇଥିଲା। ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା।

ହାଂସୀ ଡିଏସ୍‌ପି ବିନୋଦ ଶଙ୍କର କହିଛନ୍ତି, ୟୁଭିକା ତଦନ୍ତରେ ପୂର୍ଣ୍ଣ ସହଯୋଗ କରିଛନ୍ତି। ଯଦି ଆବଶ୍ୟକ ପଡେ ତେବେ ଆଗାମୀ ଦିନରେ ତାଙ୍କୁ ପୁଣି ଥରେ ପଚରାଉଚରା କରିବା ପାଇଁ ଡକାଯିବ।

ଏହାପୂର୍ବରୁ ମଧ୍ୟ ରଜତ କଲସନ ଦଳିତ ସମାଜ ଉପରେ ଆପମାନଜନକ ମନ୍ତବ୍ୟ ଦେଇଥିବା ନେଇ କ୍ରିକେଟର ୟୁବରାଜ ସିଂଙ୍କ ବିରୋଧରେ ମାମଲା ରୁଜୁ କରିସାରିଛନ୍ତି। କେବଳ ସେତିକି ନୁହେଁ ‘ତାରକ ମେହତା କା ଉଲ୍‌ଟା ଚଷମା’ ଫେମ୍‌ ମୁନମୁନ୍‌ ଦତ୍ତାଙ୍କ ବିରୋଧରେ ମଧ୍ୟ ହାଂସୀ ଥନାରେ ମାମଲା ରୁଜୁ ହୋଇଛି।

The post ଅଭିନେତ୍ରୀ ୟୁଭିକା ଗିରଫ appeared first on Odisha Reporter.



from Odisha Reporter https://ift.tt/3C9tORT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages