ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ଏବେ ଆର୍ଯ୍ୟନ୍ ଖାନ୍ ଗିରଫ ମାମଲାରେ ଏକ ନୂଆ ଟ୍ୱିଷ୍ଟ ସାମନାକୁ ଆସିଛି। ଆର୍ଯ୍ୟନ୍ଙ୍କ ସହ ସେଲ୍ଫି ନେଇଥିବା କିରଣ ଗୋସାୱିଙ୍କ ବଡିଗାର୍ଡ ଏନ୍ସିବି ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି।
ଫେରାର କିରଣ ଗୋସାୱିଙ୍କ ବଡିଗାର୍ଡ ପ୍ରଭାକର ଏକ ସାକ୍ଷାତକାରେ ବଡ ଖୁଲାସା କରିଛନ୍ତି। ପ୍ରଭାକରଙ୍କ କହିବାନୁସାରେ, ତାଙ୍କୁ ପଞ୍ଚନାମା କାଗଜ କହି ଏକ ଖାଲି କାଗଜରେ ଦସ୍ତକ୍ଷତ କରିବାକୁ ଏନ୍ସିବି ବାଧ୍ୟ କରିଥିଲା। ଏହି ଗିରଫ ବିଷୟରେ ସେ ଜାଣି ନଥିଲେ। ପ୍ରଭାକର ଏକ ଆଫିଡେଭିଟ୍ ପ୍ରସ୍ତୁତ କରିଥିଲେ ଯେଉଁଥିରେ ସେ କହିଥିଲେ, ଏହି କ୍ରୁଜ୍ ରେଡ୍ ପରେ ଘଟିଥିବା ସମସ୍ତ ଡ୍ରାମାର ସେ ମୁକସାକ୍ଷୀ।
ଏହି ଡ୍ରଗ୍ସ କେସ୍ରେ ପ୍ରଭାକର ଦାବି କରିଛନ୍ତି ଯେ ସେ କିରଣ ଗୋସାୱିଙ୍କ ବଡିଗାର୍ଡ ଭାବରେ କାମ କରୁଥିଲେ। ଏକ ନୋଟାରୀକୃତ ଆଫିଡେଭିଟ୍ରେ ପ୍ରଭାକର କହିଛନ୍ତି ଯେ କ୍ରୁଜ୍ ଉପରେ ଚଢ଼ାଉ ଦିନ ରାତିରେ ସେ ଗୋସାୱିଙ୍କ ସହ ଥିଲେ।
ପ୍ରଭାକର ଏହା ମଧ୍ୟ ଦାବି କରିଛନ୍ତି ଯେ ସେ ଗୋସାୱିଙ୍କୁ ଏନସିବି କାର୍ଯ୍ୟାଳୟ ନିକଟରେ ଶାମ ନାମକ ଜଣେ ବ୍ୟକ୍ତିଙ୍କୁ ଭେଟିଥିବା ଦେଖିଥିଲେ। କେ.ପି ଗୋସାୱି ସନ୍ଦେହଜନକ ଭାବେ ଫେରାର ହେବା ପରେ ଏନବିସି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କଠାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ପ୍ରଭାକର ଦାବି କରିଛନ୍ତି।
ସୂଚନା ମୁତାବକ, କ୍ରୁଜ ଡ୍ରଗ୍ସ ପାର୍ଟିରେ ଚଢ଼ାଉ ପରେ ଆର୍ଯ୍ୟନ ଖାନ୍ଙ୍କୁ ଏନ୍ସିବି ଗିରଫ କରିଥିଲା। ଏହି ଦିନ ହିଁ ଏନ୍ସିବି ଅଫିସ୍ରେ ଆର୍ଯ୍ୟନ୍ ଖାନ୍ଙ୍କ ସହ ଜଣେ ବ୍ୟକ୍ତିଙ୍କ ଫଟୋ ଭାଇରାଲ ହୋଇଥିଲା, ସେହି ବ୍ୟକ୍ତି ଜଣକ ହେଉଛନ୍ତି କିରଣ ଗୋସାୱି। ଏନ୍ସିବି ତାଙ୍କୁ ସାକ୍ଷୀ ରୂପେ ଆଣିଥିଲା। କ୍ରୁଜ୍ ପାର୍ଟି ରେଡ୍ ଏବଂ ଡ୍ରଗ୍ସ ଜବତ ଅଭିଯୋଗରେ ଗୋସାୱି ନଅ ଜଣ ସ୍ୱାଧୀନ ସାକ୍ଷୀଙ୍କ ମଧ୍ୟରୁ ଅନ୍ୟତମ।
The post ଆର୍ଯ୍ୟନ୍ ମାମଲାରେ ନୂଆ ଟ୍ୱିଷ୍ଟ, ସାଧା କାଗଜରେ ଦସ୍ତକ୍ଷତ ନେଇଥିବା ଅଭିଯୋଗ appeared first on Odisha Reporter.
from Odisha Reporter https://ift.tt/3jvXjpH
No comments:
Post a Comment