ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ନନ୍ଦନକାନନରେ ଜୀବଜନ୍ତୁଙ୍କ ଗହଣରେ ଟ୍ରେନ୍ ସଫାରୀର ମଜା ନେବେ ପର୍ଯ୍ୟଟକ। ୭ ବର୍ଷ ପରେ ଟ୍ରାକ୍ରେ ଗଡ଼ିବ ଟଏ ଟ୍ରେନ୍। ଚିଡ଼ଆଖାନା ଆସୁଥିବା ପର୍ଯ୍ୟଟକଙ୍କୁ ଏହି ଟ୍ରେନ ଦେବ ବୁଲିବାର ଅଭୂଲା ଅନୁଭୂତି। ଏମ୍ସିଏଲର ଆର୍ଥିକ ସହାୟତାରେ ଚିଡ଼ିଆଖାନା ଭିତରେ ତିଆରି ହୋଇଛି ୧.୨ କିଲୋମିଟରର ଟ୍ରାକ୍, ବୁଲେଟ୍ ଟ୍ରେନ୍ ଓ ଷ୍ଟେସନ। ଏ ଟ୍ରେନରେ ରହିଛି ୪ ଟି କୋଚ୍।
ପ୍ରତି ଟ୍ରିପରେ ୨ ଜଣ ଦିବ୍ୟାଙ୍ଗ ସମେତ ମୋଟ ୭୨ ଜଣ ଯାତ୍ରୀଙ୍କୁ ଟ୍ରେନରେ ବସି ଜୀବଜନ୍ତୁ ଦେଖିବାର ସୁଯୋଗ ମିଳିବ। ସକାଳ ୯ଟାରୁ ଅପରାହ୍ନ ୫ଟା ଭିତରେ ପ୍ରତିଦିନ ଏହା ୧୨ଟି ଟ୍ରିପରେ ପାଖାପାଖି ୭ଶହ ପର୍ଯ୍ୟଟକଙ୍କୁ ଟ୍ରେନ୍ ସଫାରୀର ଅନୁଭୂତି ଦେବ।
ସେହିପରି ନନ୍ଦନକାନନର ନୂଆ ରୋପ୍ ୱେର ବି ଶିଳାନ୍ୟାସ ହେବ। ୧୩ କୋଟି ଟଙ୍କା ବ୍ୟୟରେ ପିପିପି ମୋଡରେ ନିର୍ମାଣ ହେବାକୁ ଥିବା ରୋପ୍ ୱେର ମୁଖ୍ୟ ଷ୍ଟେସନ୍ ଓ ବୋଟ୍ ଘାଟ ମଝିରେ ରହିବ।
ବଟାନିକାଲ ପାର୍କ ପାଖରେ ରହିବ ଦ୍ୱିତୀୟ ଷ୍ଟେସନ। ଫଳରେ ଯାତ୍ରୀମାନେ ଚିଡ଼ିଆଖାନାରୁ କାଞ୍ଜିଆ ହ୍ରଦ ଉପର ଦେଇ ବଟାନିକାଲ ଗାର୍ଡେନକୁ ସୁବିଧାରେ ଯାଇପାରିବେ। ପ୍ରାରମ୍ଭିକ ଭାବେ ରୋପ୍ ୱେର ଟିକେଟ୍ ମୂଲ୍ୟ ୯୫ ଟଙ୍କା ରହିବ।
The post ଆଜିଠୁ ନନ୍ଦନକାନନରେ ଗଡ଼ିବ ଟଏ ଟ୍ରେନ୍ appeared first on Odisha Reporter.
from Odisha Reporter https://ift.tt/3lmfnnr
No comments:
Post a Comment