ଗୋଲଡେନ ବୟଙ୍କ ଗିଫ୍ଟ ଦେଢ କୋଟିରେ ନିଲାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 7, 2021

ଗୋଲଡେନ ବୟଙ୍କ ଗିଫ୍ଟ ଦେଢ କୋଟିରେ ନିଲାମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପହାର ସଦୃଶରେ ମିଳିଥିବା ବିଭିନ୍ନ ସାମଗ୍ରୀର ନିଲାମୀ ପ୍ରକ୍ରିୟା ଶେଷ ହୋଇଛି । ପ୍ରଧାନମନ୍ତ୍ରୀଙ୍କୁ  ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରା ଉପହାର ସୂତ୍ରରେ ଦେଇଥିବା ଜାଭଲିନ୍ ସବୁଠାରୁ ଅଧିକ ଟଙ୍କାରେ ନିଲାମ ହୋଇଛି। ଏହି ଜାଭଲିନ କେବଳ ଦେଢ କୋଟି ଟଙ୍କାରେ ନିଲାମ ହୋଇଛି । ସେହିପରି ବକ୍ସିଂରେ ବ୍ରୋଂଜ ମେଡାଲ ବିଜେତା ଲଭଲିନ୍ ବୋରଗେନଙ୍କ ବକ୍ସିଂ ଗ୍ଲୋଭ୍ସ ୯୧ ଲକ୍ଷ ଟଙ୍କାରେ ନିଲାମ ହୋଇଛି । ଅଲିମ୍ପିକ୍ସ ବାଦ ଅନ୍ୟ ଉପହାରଗୁଡିକର ମଧ୍ୟ ନିଲାମ ଶେଷ ହୋଇଛି ।

ପିଏମ୍‌ ମୋଦିଙ୍କୁ ମିଳିଥିବା ଉପହାର ଓ ସ୍ମୃତି ଚିହ୍ନର ଇ-ନିଲାମୀ ଡକାଯାଇଥିଲା। ତୃତୀୟ ପର୍ଯ୍ୟାୟ ଇ-ନିଲାମୀ  ସେପ୍ଟେମ୍ବର ୧୭ ତାରିଖରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ଚାଲିଥିବା ବେଳେ ଗତକାଲି ନିଲାମୀର ଶେଷ ଦିନ ଥିଲା। www.pmmementos.gov.in ପୋର୍ଟାଲ ମାଧ୍ୟମରେ ଏହି ଇ-ନିଲାମୀ ଡକାଯାଇଥିଲା। ଏଥିରୁ ଆସୁଥିବା ଅର୍ଥ ରାଶି ନମାମି ଗଙ୍ଗା ମିଶନକୁ ଦାନ କରାଯିବ , ଯାହାକି  ଭାରତର ଲାଇଫ୍‌ଲାଇନ୍‌ କୁହାଯାଉଥିବା ପବିତ୍ର ଗଙ୍ଗା ନଦୀର ସଂରକ୍ଷଣ ଓ କାୟାକଳ୍ପ ପୁନରୁଦ୍ଧାର କାର୍ଯ୍ୟରେ ବିନିଯୋଗ କରାଯିବ ।

ତୃତୀୟ ପର୍ଯ୍ୟାୟ ଇ-ନିଲାମୀରେ ୧୩୪୮ଟି  ସ୍ମୃତି ଚିହ୍ନ ସମ୍ବଳିତ ବିଭିନ୍ନ ଐତିହାସିକ ସାମଗ୍ରୀର ନିଲାମୀ ଡକାଯାଇଥିଲା।  ଏଥିଲାଗି ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଗୌରବମୟ ଭାରତ ଇତିହାସର ଏକ ମୂଲ୍ୟବାନ ସ୍ମୃତିଚିହ୍ନକୁ ନିଜ ନାଁରେ କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ମଧ୍ୟରେ ଏକ ପ୍ରକାର ଦୌଡ ଲାଗିଥିଲା।  ଏଡି ନିଲାମ ପ୍ରକ୍ରିୟାରେ ଟୋକିଓ ୨୦୨୦ ପାରାଅଲମ୍ପିକ ଖେଳ, ଅଲମ୍ପିକର ବିଭିନ୍ନ ସ୍ମରଣୀୟ ବସ୍ତୁ, ଅଯୋଦ୍ଧା ରାମ ମନ୍ଦିରର ମଡେଲ ସମେତ ଆହୁରି ବହୁ ଆକର୍ଷଣୀୟ ଜିନିଷ ସାମିଲ ହୋଇଥିଲା।

ଏହି ସବୁ ସାମଗ୍ରୀ ପାଇଁ ୮୬୦୦ରୁ ଅଧିକ ଥର ନିଲାମୀ ଡକାଯାଇଥିଲା। ସେଥିମଧ୍ୟରୁ ସରର୍ଦ୍ଦାର ପଟେଲଙ୍କ ମୁର୍ତ୍ତି ପାଇଁ ୧୪୦ ଥର ନିଲାମୀ ଡକାଯାଇଥିବା ବେଳେ କାଠରେ ନିର୍ମିତ ଗଣେଶ ମୂର୍ତ୍ତି ପାଇଁ ୧୧୭ ଜଣ ନିଲାମ ଡାକିବାକୁ ପଂଜିକୃତ କରିଥିଲେ   ପୁଣେ ମେଟ୍ରୋ ଲାଇନ୍‌ର ସ୍ମୃତି ଚିହ୍ନ ପାଇଁ ୧୦୪ ଜଣ ନିଲାମୀ ଡାକିଥିଲେ। ବିଜୟ ମଶାଲର ସ୍ମୃତି ଚିହ୍ନ ପାଇଁ ୯୮ ଜଣ ନିଲାମରେ ସାମିଲ ହୋଇଥିଲେ  ।

ଏହି ନିଲାମୀ ପ୍ରକ୍ରିୟାରେ କିନ୍ତୁ ଆଗରେ ରହିଲା  ନିରଜ ଚୋପ୍ରା ଉପହାର। ନିରଜ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଭାବେ ଦେଇଥିବା ଜାଭଲିନ ପାଇଁ ସବୁଠୁ ଅଧିକ ଦେଢ କୋଟି ଟଙ୍କାର ନିଲାମୀ ଡକାଯାଇଥିଲା।  ଏହାବାଦ ଭବାନୀ ଦେବୀଙ୍କ ଅଟୋଗ୍ରାଫ୍‌ ସମ୍ବଳିତ ଫେନସର ୧.୨୫ କୋଟି, ସୁମିତ ଅନ୍ତିଲଙ୍କ ଭାଲା ୧.୦୨ କୋଟି,  ଲବଲିନା ବୋରଗୋହେନଙ୍କ  ଖେଳ ଉପକରଣ ୯୧ ଲକ୍ଷ ଟଙ୍କାରେ ନିଲାମୀ ଡକାଯାଇଥିଲା।

The post ଗୋଲଡେନ ବୟଙ୍କ ଗିଫ୍ଟ ଦେଢ କୋଟିରେ ନିଲାମ appeared first on Odisha Reporter.



from Odisha Reporter https://ift.tt/2YsJsJ4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages