ଲକ୍ଷ୍ନୌ: ଚେତାବନୀ ଦେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯେଉଁମାନେ ପାକିସ୍ତାନ ବିଜୟରେ ଉତ୍ସବ ମନାଉଛନ୍ତି ସେମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବ । ଗତ ଅକ୍ଟୋବର ୨୪ ତାରିଖରେ ହୋଇଥିବା ଭାରତ-ପାକିସ୍ତାନ ଟି-ଟ୍ୱେଣ୍ଟି ୱାଲଡ୍ କପ୍ ମ୍ୟାଚ୍ରେ ପାକିସ୍ତାନଠାରୁ ଭାରତ ପରାସ୍ତ ହୋଇଥିଲା। ତେବେ ଭାରତର ଏହି ପରାଜୟରେ ଦେଶର କେତେକ ଲୋକେ ବାଣ ଫୁଟାଇ ସେଲିବ୍ରେସନ କରିଥିଲେ। ଯାହାକୁ ନେଇ ଦେଶବ୍ୟାପି ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାକୁ ନେଇ ଯୋଗୀ ଆଦିତ୍ୟନାଥ ଏକ ଛାପା ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେମାନଙ୍କୁ ଚେତାବନୀ ଦେଇଛନ୍ତି।
ଯେଉଁ ସାକ୍ଷାତକାରଟି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟର ହ୍ୟାଣ୍ଡେଲ ପକ୍ଷରୁ ପ୍ରକାଶ ପାଇଛି। ଆଗ୍ରାରେ ରହୁଥିବା ୩ ଜଣ କଶ୍ମୀର ଛାତ୍ର ପାକିସ୍ତାନ ବିଜୟରେ ଉତ୍ସବ ମନାଇବା ସହ ଦେଶ ବିରୋଧୀ ସ୍ଲୋଗାନ ଦେଇଥିଲେ। ଯେଉଁ ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରିଛି। ଏହା ପରେ ଯୋଗୀ ଆଦିତ୍ୟନାଥ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସମ୍ପକ୍ତୃ ଛାତ୍ରଙ୍କୁ କଲେଜରୁ ବହିସ୍କୃତ କରାଯାଇଥିବା ବେଳେ ସେମାନଙ୍କ ବିରୋଧରେ ବିଜେପି କର୍ମୀ ପକ୍ଷରୁ ଅଭିଯୋଗ କରାଯାଇଥିଲା।
ଆଇପିସି ଧାରା 153 ଏ, 505 (1) (ବି) ଏବଂ ଧାରା 66 F ଅଧୀନରେ ମାମଲା ରୁଜୁ କରାଯାଇଛି। ସମ୍ପୃକ୍ତ ଛାତ୍ରମାନେ ବିଜୟ ଉତ୍ସବ ପାଳନକୁ ନେଇ କଲେଜରେ ଛାତ୍ର ଅଶାନ୍ତି ହେବା ସହ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯାଇଥିଲା। ସେହିପରି ଉତ୍ତରପ୍ରଦେଶ ପୁଲିସ ରବିବାରର ମ୍ୟାଚ୍ ପରେ ଆଗ୍ରା, ବରେଲି, ବାଦାଉନ୍ ଏବଂ ସୀତାପୁର ଜିଲ୍ଲାରେ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ସେହିପରି ରାଜସ୍ତାନ, ଜମ୍ମୁ କାଶ୍ମୀରରେ ମଧ୍ୟ ମାମଲା ରୁଜୁ ହୋଇଛି। ରାଜସ୍ଥାନର ଜଣେ ସ୍କୁଲ ଶିକ୍ଷକ ହ୍ୱାଟସ୍ଆପ୍ ଷ୍ଟାଟସ୍ରେ ଷ୍ଟାଟସରେ ପାକିସ୍ତାନର ବିଜୟ ଉତ୍ସବ ପାଳନ କରିଥିବାରୁ ତାଙ୍କୁ ଗିରଫ କରାଯାଇଥିଲା।
The post ପାକିସ୍ତାନ ବିଜୟରେ ଉତ୍ସବ ମନାଉଥିବା ବ୍ୟକ୍ତିଙ୍କୁ ଛଡ଼ାଯିବନି: ଯୋଗୀ ଆଦିତ୍ୟନାଥ appeared first on Odisha Reporter.
from Odisha Reporter https://ift.tt/3pGpuGd
No comments:
Post a Comment