ନୂଆଦିଲ୍ଲୀ: ମିଲିଲା ସୁପ୍ରିମକୋର୍ଟଙ୍କ ଗ୍ରୀନ୍ ସିଗ୍ନାଲ। ଖୁବଶୀଘ୍ର ଘୋଷଣା ହେବ NEET-UG ରେଜଲ୍ଟ। ୧୬ଲକ୍ଷ ପରୀକ୍ଷାର୍ଥୀଙ୍କ ଫଳାଫଳ ଘୋଷଣା କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ଏଥିସହ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇ ଦେଇଛନ୍ତି।
ବାସ୍ତବରେ, ବମ୍ବେ ହାଇକୋର୍ଟ ଦୁଇ ଛାତ୍ରଙ୍କ ପାଇଁ NEET ଫଳାଫଳକୁ ସ୍ଥଗିତ ରଖିଥିଲେ। ଏହାର ଜାବବରେ କେବଳ ଦୁଇ ଜଣ ଛାତ୍ରଙ୍କ ପାଇଁ ରେଜଲ୍ଟକୁ ଅଟକାଇ ଦିଆ ଯାଇପାରିବ ନାହିଁ। ୧୬ ଲକ୍ଷ ଛାତ୍ରଛାତ୍ରୀ ଉତ୍ସାହର ସହିତ ଫଳାଫଳକୁ ଅପେକ୍ଷା କରିଛନ୍ତି। ଆମେ ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ଏହାକୁ ସନ୍ତୁଳିତ କରିବାକୁ ପଡିବ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି।
ଶୁଣାଣି ସମୟରେ ଜଷ୍ଟିସ୍ ଏଲ୍ ନାଗେଶ୍ୱରା ରାଓ ସଲିସିଟର ଜେନେରାଲ୍ ତୁଶାର ମେହେଟ୍ଟାଙ୍କୁ କହିଛନ୍ତି ଯେ, ‘ଯଦିଓ ଆମେ ସ୍ୱୀକରୁଛୁ ଯେ ଫଳାଫଳ ଘୋଷଣାକୁ ରୋକାଯାଇପାରିବ ନାହିଁ, ବରଂ ଦୁଇ ଛାତ୍ରଙ୍କ ହିତକୁ ମଧ୍ୟ ସୁରକ୍ଷା ଦିଆଯିବା ଉଚିତ, ଏହାକୁ ଅଧାରେ ଛାଡି ଦିଆଯାଇପାରିବ ନାହିଁ। ଆପଣଙ୍କର ପରୀକ୍ଷା ନୀରିକ୍ଷକ ହିଁ ନିଜ ଭୁଲ୍ ସ୍ୱୀକାର କରିଛନ୍ତି। ଏଭଳି ପରିସ୍ଥିତିରେ ଆମେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ରେଜଲ୍ଟ ପାଇଁ ଅପେକ୍ଷା କରାଇପାରିବୁ ନାହିଁ। ଏହି ଦୁଇ ଛାତ୍ରଙ୍କ କ୍ଷେତ୍ରରେ, ଆପଣ ଅନ୍ୟ ଏକ ବାଟ ଖୋଜିବେ।’ ଉଭୟ ଛାତ୍ରଙ୍କ ପ୍ରସଙ୍ଗରେ କୋର୍ଟ NEETକୁ ନୋଟିସ ଜାରି କରି ଜବାବ ମାଗିଛନ୍ତି। ଦୀପାବଳି ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ସୂଚନା ମୁତାବକ, ଦୁଇ ଜଣ ଛାତ୍ର NEET ପରୀକ୍ଷାରେ ତାଙ୍କର ବୁକ୍ଲେଟ୍ ଏବଂ ଓଏମ୍ଆର୍ ସିଟ୍ରେ ହେରଫେର ହେବା ପରେ ସେପ୍ଟେମ୍ବର ୧୨ ତାରିଖରେ ବମ୍ୱେ ହାଇକୋର୍ଟରେ ଫଳାପଳ ଘୋଷଣା ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବମ୍ବେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ।
ନିଟ୍ ଫଳାଫଳରେ ବିଳମ୍ବ ହେବା ଯୋଗୁଁ ଗ୍ରାଜୁଏଟ୍ ମେଡିକାଲ ଆଡମିଶନ ପ୍ରଭାବିତ ହେଉଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ଆବେଦନରେ କୁହାଯାଇଥିଲା। ଏହି ଆବେଦନର ଆଜି ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଜଷ୍ଟିସ ଏନ୍ ନାଗେଶ୍ୱର ରାଓ, ଦିନେଶ ମହେଶ୍ୱରୀ ଏବଂ ବିଆର୍ ଗୱଇ ଶୁଣାଣି କରିଛନ୍ତି। ଏଥିସହ ବମ୍ବେ ହାଇକୋର୍ଟର ନିର୍ଦ୍ଦେଶକୁ ସ୍ଥଗତି ରଖିଛନ୍ତି।
The post ମିଳିଲା ଗ୍ରୀନ୍ ସିଗ୍ନାଲ, ପ୍ରକାଶ ପାଇବ NEET-UG ରେଜଲ୍ଟ appeared first on Odisha Reporter.
from Odisha Reporter https://ift.tt/3jJbWWO
No comments:
Post a Comment