ନୂଆଦିଲ୍ଲୀ: ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ୍ର ଏକ ମ୍ୟାଚ୍ରେ ପାକିସ୍ତାନ ଭାରତକୁ ହରାଇବା ପରେ ଜମ୍ମୁ ଓ କଶ୍ମୀରର କିଛି ଡାକ୍ତରୀ ଛାତ୍ର ବିଜୟୋତ୍ସବ ପାଳନ କରିଥିଲେ। ସେଥିପାଇଁ ସେମାନଙ୍କ ବିରୋଧରେ ପୁଲିସ୍ ମାମଲା ରୁଜୁ କରିଛି। ଶ୍ରୀନଗରର ସୌରା ଥାନାରେ ଏହି ମାମଲା ରୁଜୁ ହୋଇଛି।
ପୁଲିସ୍ କହିଛି, ଏସ୍କେଆଇଏମ୍ଏସ୍ (ଶେର ଇ କଶ୍ମୀର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ)ର ଡାକ୍ତରୀ ଛାତ୍ରମାନେ ପାକିସ୍ତାନ ମ୍ୟାଚ୍ ଜିତିବା ପରେ ନାରାବାଜି କରିବା ସହିତ ବାଣ ଫୁଟାଇଥିଲେ।
ଜମ୍ମୁ ଓ କଶ୍ମୀର ପୁଲିସ୍ ମହାନିର୍ଦ୍ଦେଶକ ଦିଲବାଗ ସିଂହ କହିଛନ୍ତି, ଏହି ଘଟଣାରେ ଦୁଇଟି ମାମଲା ରୁଜୁ କରାଯାଇଛି। ଭାରତ-ପାକିସ୍ତାନ ମ୍ୟାଚ୍ ପରଠୁ ଅନେକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ବିଜୟୋତ୍ସବ ପାଳନ କରାଯାଇଛି। କିନ୍ତୁ ସେଥିରୁ ବହୁତ ପୁରୁଣା ଭିଡିଓ। ଏମିତିକି ୨୦୧୭ ମସିହାର ଭିଡିଓ ବି ଛଡ଼ା ଯାଇଛି। ତେବେ ତା’ ମଧ୍ୟରେ ରହିଛି ଏସ୍କେଆଇଏମ୍ଏସ୍ର ଡାକ୍ତରୀ ଛାତ୍ରଙ୍କ ଭିଡିଓ। ସେମାନେ ପାକିସ୍ତାନ ବିଜୟୀ ହେବା ପରେ ନାରାବାଜି କରି ବାଣ ଫୁଟାଇଥିଲେ।
ସୂଚନାଯୋଗ୍ୟ, ପାକିସ୍ତାନ ବିଜୟୀ ହେବା ପରେ ରାଜସ୍ଥାନରେ ଜଣେ ଶିକ୍ଷୟିତ୍ରୀ ଖୁସି ହୋଇ ତାଙ୍କ ହ୍ୱାଟ୍ସଆପ୍ ଷ୍ଟାଟସ ବଦଳାଇ ଦେଇଥିଲେ। ସେଥିରେ ସେ ପାକିସ୍ତାନୀ ଖେଳାଳିଙ୍କ ଫଟୋ ରଖିଥିଲେ। ଏହା ପରେ ତାଙ୍କୁ ଚାକିରିରୁ ବିଦା କରି ଦିଆଯାଇଛି। ତା’ସହିତ ସେ ପାକିସ୍ତାନକୁ ଭଲ ପାଆନ୍ତି ବୋଲି କହିଥିଲେ।
The post ପାକିସ୍ତାନର ବିଜୟୋତ୍ସବ ପାଳିଥିବା ଡାକ୍ତରୀ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ appeared first on Odisha Reporter.
from Odisha Reporter https://ift.tt/3vMypqD
No comments:
Post a Comment