ମୁମ୍ବାଇ: ବଲିଉଡର ଶହେନ୍ଶାହ ଓରଫ ଅମିତାଭ ବଚ୍ଚନ। ଆଜି ତାଙ୍କ ୭୯ତମ ଜନ୍ମ ଦିନ। ବିଗ୍ ବି’ଙ୍କ ଜନ୍ମଦିନକୁ ପ୍ରତିବର୍ଷ ତାଙ୍କ ଫ୍ୟାନ୍ମାନେ ବେଶ୍ ଧୁମ୍ଧାମରେ ପାଳନ କରନ୍ତି। ପ୍ରତିବର୍ଷ ତାଙ୍କ ଘର ଜଲସା ବାହାରେ ଫ୍ୟାନ୍ ଏକାଠି ହୁଅନ୍ତି। ବିଗ୍ ବି’ଙ୍କୁ ଜନ୍ମ ଦିନର ଶୁଭେଚ୍ଛା ମଧ୍ୟ ଦିଅନ୍ତି।
ନିଜ ୭୯ତମ ଜନ୍ମ ଦିନ ଅବସରରେ ବିଗ୍ ଏକ ବଡ ଭୁଲ୍ କରିଦେଇଛନ୍ତି। ନିଜ ଇନ୍ଷ୍ଟାଗ୍ରାମରେ ପୋଷ୍ଟ ଶେୟାର କରି ସେ ଭୁଲ୍ ସୂଚନା ଦେଇଦେଇଛନ୍ତି। ଅମିତାଭ ବଚ୍ଚନ ସୋଶାଲ ମିଡିଆରେ ନିଜର ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ଗ୍ରେ ଜ୍ୟାକେଟ୍, ଟ୍ରାଉଜର ଏବଂ ସ୍ଲିଗ୍ ବ୍ୟାଗ୍ ଧରିଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ଶେୟାର କରି ୮୦ ବର୍ଷରେ ପାଦ ଦେଲି ବୋଲି ବିଗ୍ ବି’ ଲେଖିଛନ୍ତି।
ନିଜ ବାର୍ଥ ଡେ’ରେ ସେ କେତେ ବର୍ଷରେ ପାଦ ଦେଲେ ତାହା ଜାଣି ପାରି ନାହାନ୍ତି। ତାଙ୍କୁ ୭୯ ହେଲା ନା’ ୮୦ ବର୍ଷ ତାହା ଜାଣି ପାରିନାହାନ୍ତି ବିଗ୍ ବି’। ହେଲେ ଅମିତାଭଙ୍କ ଏହି ଭୁଲ୍କୁ ସୁଧାରିଛନ୍ତି ତାଙ୍କ ଝିଅ ଶ୍ୱେତା ନନ୍ଦା ବଚ୍ଚନ। ବିଗ୍ ବି’ଙ୍କ ଏହି ପୋଷ୍ଟରେ ଝିଅ ଶ୍ୱେତା କମେଣ୍ଟ କରି ତାଙ୍କର ସଠିକ୍ ବୟସ କେତେ ହେଲା ତାହା କହିଛନ୍ତି। ୮୦ ନୁହେଁ ୭୯ ବର୍ଷ ହେଲା ବୋଲି ଲେଖିବା ସହ ଏକ ସ୍ମାଇଲ୍ ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି ଶ୍ୱେତା। ବିଗ୍ ବି’ଙ୍କ ଏହି ପୋଷ୍ଟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସେପଟେ ଏହି ମହାନାୟକଙ୍କ ଜନ୍ମଦିନ ଅବସରରେ ବି-ଟାଉନ୍ରୁ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିଛି। ବଡ ବଡ ସେଲେବ୍ରିଟି ଏବଂ ଷ୍ଟାରମାନେ ବିଗ୍ ବି’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
ରବିବାର ଦିନ ଏକ ବ୍ଲଗ୍ ପୋଷ୍ଟ କରି ଅମିତାଭ ବଚ୍ଚନ ତାଙ୍କର ଶୁଭେଚ୍ଛୁ ଏବଂ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତୁମ ସମସ୍ତଙ୍କୁ ବ୍ୟକ୍ତିଗତ ଉତ୍ତର ଦେବା କଷ୍ଟକର କିନ୍ତୁ ମୁଁ ଜାଣେ ଆପଣମାନେ ବୁଝିପାରୁଥିବେ। ତୁମର ଅଭିବାଦନ ମୋ ପାଇଁ କେତେ ମହତ୍ୱ ରଖେ ଏବଂ ଏହା କେତେ ଗୁରୁତ୍ୱପୂର୍ଣ୍ଣ ବୋଲି ବିଗ୍ ବି’ଲେଖିଛନ୍ତି।’
View this post on Instagram
The post ନିଜ ଜନ୍ମଦିନରେ ହିଁ ଭୁଲ୍ କରିଦେଲେ ବିଗ୍ ବି’ appeared first on Odisha Reporter.
from Odisha Reporter https://ift.tt/3BwOXFa
No comments:
Post a Comment