ରାଉରକେଲା (ଓଡ଼ିଶା ରିପୋର୍ଟର): ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର। ରାଉରକେଲାରେ ଘଟିଛି ଏହି ଘଟଣା।
ଭାସି ଯାଇ ନିଖୋଜ ଥିବା ଏହି ଛାତ୍ରଙ୍କ ନାଁ ବିକାଶ ସିଂହ। ସେ ରାଉରକେଲାରେ ଏକ ଇଂରାଜୀ ମିଡିୟମ ସ୍କୁଲର ଛାତ୍ର।
ବିକାଶ ତାଙ୍କ ସାଙ୍ଗମାନଙ୍କ ସହିତ ଆଜି କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଗାଧୋଇବା ବେଳେ ସେ ଭାସି ଯାଇଥିଲେ।
ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ପହଞ୍ଚି ଖୋଜାଖୋଜି କରୁଛି। କିନ୍ତୁ ଖବର ଲେଖାଯିବା ପର୍ଯ୍ୟନ୍ତ ବିକାଶଙ୍କର ପତ୍ତା ମିଳିନାହିଁ।
The post ଭାସିଗଲେ ଅଷ୍ଟମ ଶ୍ରେଣୀ ଛାତ୍ର appeared first on Odisha Reporter.
from Odisha Reporter https://ift.tt/3CvjoMw
No comments:
Post a Comment