ରଙ୍ଗୀଲା ଗାର୍ଲଙ୍କୁ କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 31, 2021

ରଙ୍ଗୀଲା ଗାର୍ଲଙ୍କୁ କରୋନା

ମୁମ୍ବାଇ: କରୋନାରେ ସଂକ୍ରମିତ ହେଲେ ବଲିଉଡର ରଙ୍ଗୀଲା ଗାର୍ଲ। ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକରଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପଜିଟି ଆସିଛି। ଏନେଇ ସେ ନିଜେ ଆଜି ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେ ନିଜକୁ ଘରେ କ୍ୱାରେଣ୍ଟାଇନ୍‌ କରିଛନ୍ତି। ଏଥିସହ ଦୀପାବଳି ଅବସରରେ ସମସ୍ତଙ୍କୁ ନିଜର ଯତ୍ନ ନେବାକୁ ମଧ୍ୟ ନିବେଦନ କରିଛନ୍ତି ଉର୍ମିଲା।

ଉର୍ମିଲା ମାତୋଣ୍ଡକର ଟ୍ୱିଟ୍ କରି କହିଛନ୍ତି, ‘ମୁଁ କରୋନା ଭାଇରସ୍ ପଜିଟିଭ୍ ହୋଇସାରିଛି। ମୁଁ ଭଲ ଅଛି ଏବଂ ହୋମ୍‌ କ୍ୱାରେଣ୍ଟିନରେ ନିଜକୁ ଆଇସୋଲେଟ୍‌ କରି ରଖିଛି। ମୁଁ ନିଜର ଯତ୍ନ ନେଉଛି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଉଛି। ମୋ ସହିତ ଯୋଗାଯୋଗ କରିଥିବା ସମସ୍ତେ ତୁରନ୍ତ ନିଜ ନିଜର କରୋନା ଟେଷ୍ଟ କରାଇବାକୁ ସେ ଅନୁରୋଧ କରିଛନ୍ତି।’

ସୂଚନା ମୁତାବକ ଗତବର୍ଷ ଉର୍ମିଲା କଂଗ୍ରେସ ଛାଡି ଶିବ ସେନାରେ ଯୋଗ ଦେଇଥିଲେ। ତେବେ କରୋନାରେ ଆକ୍ରାନ୍ତ ହୋଇଥିବା ସେ ପ୍ରଥମ ସେଲେବ୍ରିଟି ନୁହନ୍ତି। ତାଙ୍କ ପୂର୍ବରୁ ଅମିତାଭ ବଚ୍ଚନ, ବରୁଣ ଧୱନ, ସୋନୁ ସୁଦ, ଆଲିଆ ଭଟ୍ଟ, ରଣବୀର କପୁର, ବିକି କୌଶଲ, କ୍ୟାଟ୍ରିନା କୈଫ ସମେତ ଅନେକି ବି-ଟାଉନ ଅଭନେତା ଓ ଅଭିନେତ୍ରୀ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇସାରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଶନିବାର ଦିନ ମୁମ୍ବାଇରେ ୩୦୧ଟି ନୂଆ ମାମଲା ସାମ୍ନାକୁ ଆସିଥିଲା। ଏହାକୁ ମିଶାଇ ମାୟାନଗରୀ ମୁମ୍ବାଇରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୭,୫୫,୬୩୨ରେ ପହଞ୍ଚି ସାରିଲାଣି। ଏଥିରୁ ୧୬,୨୪୪ ଜଣ ମୋଟ କରୋନାରେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ୩,୯୬୬ଟି ଆକ୍ଟିଭ କେସ୍‌ ରହିଛି।

The post ରଙ୍ଗୀଲା ଗାର୍ଲଙ୍କୁ କରୋନା appeared first on Odisha Reporter.



from Odisha Reporter https://ift.tt/3pRxXq4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages