ନିଆଳି (ବିନୟ ମିଶ୍ର): ନିଜ ଗ୍ୟାରେଜରୁ ମିଳିଲା ଯୁବକଙ୍କ ମୃତଦେହ। ଗତ ରାତିରେ ଗ୍ୟାରେଜରେ ବାଇକ୍ ଇଞ୍ଜିନ୍ କାମ କରୁଥିବା ବାପାଙ୍କୁ କହିଥିବା ଯୁବକଙ୍କର ଆଜି ସକାଳୁ ମିଳିଛି ଝୁଲନ୍ତା ମୃତଦେହ। ଏଭଳି ଘଟଣା କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ନିଆଳି ବଗିଚା ସାହି ବସ୍ତିରେ ଘଟିଛି।
ମୃତକ ହେଲେ ବାପି ପଟ୍ଟନାୟକ। ତାଙ୍କୁ ୨୭ ବର୍ଷ ହୋଇଥିଲା। ମୃତକଙ୍କର ମା’ କୁତମ୍ ଚଣ୍ଡୀ ନାମରେ ଏକ ବାଇକ ଗ୍ୟାରେଜରେ ରହିଛି । ପାରିପାର୍ଶ୍ୱିକ ସ୍ଥିତିରୁ ବାପିଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ତାଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏକ ଦଶାହ କାମରୁ ଫେରିଥିବା ବାପି ନିଜ ଗ୍ୟାରେଜରେ ରହିଯାଇଥିଲା। ତାଙ୍କ ବାପା ଫୋନ୍ କରିବାକୁ ଗ୍ୟାରେଜରେ ଏକ ବାଇକ୍ ସଜାଡ଼ୁଥିବା କହିଥିଲେ। ମାତ୍ର ଏହାପରେ ରାତିରେ ସେ ଘରକୁ ଫେରି ନ ଥିଲେ। ଆଜି ସକାଳେ ତାଙ୍କ ବାପା ଗ୍ୟାରେଜରେ ଏକ ରଶିରେ ପୁଅର ମୃତଦେହ ଝୁଲୁଥିବା ଦେଖିଥିଲେ।
ଖବର ପାଇ ନିଆଳି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣାର ସତ୍ୟାସତ ଜଣାପଡ଼ିବ ବୋଲି ପୁଲିସ କହିଛି। ପୁଲିସ ଘଟଣାର ତଦନ୍ତ କରୁଛି।
The post ରାତିରେ ଗ୍ୟାରେଜରେ ରହି ଯାଇଥିଲେ ଯୁବକ, ସକାଳୁ ମିଳିଲା ମୃତଦେହ appeared first on Odisha Reporter.
from Odisha Reporter https://ift.tt/2X4LI91
No comments:
Post a Comment