କୋଲକାତା: ତୃଣମୂଳ କଂଗ୍ରେସକୁ ନକଲ କରୁଛି କଂଗ୍ରେସ। ଏହି ଅଭିଯୋଗ ଆଣିଛି ତୃଣମୂଳ କଂଗ୍ରେସ। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ୪୦ ପ୍ରତିଶତ ଟିକେଟ୍ ମହିଳାମାନଙ୍କୁ ଦେବ ବୋଲି ପ୍ରିୟଙ୍କା ଗାନ୍ଧି ଘୋଷଣା କରିବା ପରେ ତୃଣମୂଳ କଂଗ୍ରେସ ଏହି ଅଭିଯୋଗ କରିଛି।
ଦଳ ପକ୍ଷରୁ କୁହାଯାଇଛି, ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ ଦେଶରେ ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ମହିଳାଙ୍କ ଅଂଶଗ୍ରହଣକୁ ବାଟ ଦେଖାଇଛି। ଆମ ଦଳ ପ୍ରଥମ କରି ଲୋକସଭା ନିର୍ବାଚନରେ ମହିଳାମାନଙ୍କୁ ୪୦ ପ୍ରତିଶତ ସିଟ୍ରେ ପ୍ରାର୍ଥୀ କରିଥିଲା। ଏବେ କଂଗ୍ରେସ ଏହାକୁ ଅନୁକରଣ କରିଛି। ତେବେ ଦଳ ଯଦି ସତରେ ମହିଳାଙ୍କୁ ଏତେ ଗୁରୁତ୍ୱ ଦିଏ, ତା’ହେଲେ ଉତ୍ତର ପ୍ରଦେଶ ସହିତ ଅନ୍ୟ ସବୁ ରାଜ୍ୟରେ ମଧ୍ୟରେ ୪୦ ପ୍ରତିଶତ ଆସନରେ ସେମାନଙ୍କୁ ପ୍ରାର୍ଥୀ କରାଉ।
କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧି ମଙ୍ଗଳବାର ଘୋଷଣା କରିଥିଲେ ଯେ ୨୦୨୨ରେ ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳ ତା’ର ୪୦ ପ୍ରତିଶତ ଟିକେଟ୍ ମହିଳାମାନଙ୍କୁ ଦେବ। ଦଳ ଏହି ନିଷ୍ପତ୍ତି ନେଇଥିବା ସେ ଘୋଷଣା କରିଥିଲେ। ତେବେ ଉତ୍ତର ପ୍ରଦେଶ ଦାୟିତ୍ୱରେ ଥିବା ପ୍ରିୟଙ୍କା ନିଜେ ବିଧାନସଭା ନିର୍ବାଚନ ଲଢ଼ିବେ ନା ନାହିଁ, ସେ ନେଇ କିଛି ସ୍ପଷ୍ଟ କରି ନାହାନ୍ତି।
The post କଂଗ୍ରେସ ଆମକୁ କପି କରୁଛି: ତୃଣମୂଳ କଂଗ୍ରେସ appeared first on Odisha Reporter.
from Odisha Reporter https://ift.tt/3BU8UG2
No comments:
Post a Comment