କୋରାପୁଟ (ଓଡ଼ିଶା ରିପୋର୍ଟ): ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ଆଜି କୋରାପୁଟ ଗସ୍ତରେ ଆସିଥିବା ବେଳେ ୨ ଜଣ ମହିଳା ନକ୍ସଲ ତାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଏସିଏମ୍ କ୍ୟାଡ୍ରର ଥିଲେ। ସେହିଭଳି ଅନ୍ୟ ଜଣଙ୍କ ମିଲିଟାରୀ ଗ୍ରୁପ୍ରେ କାର୍ଯ୍ୟ କରୁଥିଲେ। ସେମାନେ ହେଉଛନ୍ତି ଯଥାକ୍ରମେ ଦେବା ପଡ଼ିଆମୀ ଓରଫ ଗାଙ୍ଗି ଓ ଗୀତା ପଡ଼ିଆମୀ ଓରଫ ରଜିତା।
ଗାଙ୍ଗି ୨୦୦୫ରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ସେ କାଲିମେଳା ଦଳମରେ ଯୋଗ ଦେଇଥିଲେ। ସେ ପ୍ରମୁଖ ୭ଟି ହିଂସାକାଣ୍ଡରେ ସମ୍ପୃକ୍ତି ରହିଥିବା ପୁଲିସ କହିଛି। ୨୦୦୭ ରେ ବନ୍ଧୁକ ଚାଳନା ତାଲିମ ନେବା ପରେ ୨୦୦୮ ରୁ ମାଛକୁଣ୍ଡ ଓ ଗୁମା ଏରିଆ କମିଟିରେ କାମ କରିଥିଲେ। ୨୦୨୦ରେ ଏସିଏମ୍କୁ ପଦୋନ୍ନତି ପାଇଥିଲେ।
ସେହିଭଳି ଛତିଶଗଡ଼ର ରଜିତା ୨୦୧୮ରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ ମିଲିଟାରୀ କମିଟିର ନାଟ୍ୟମଣ୍ଡଳୀ ସଦସ୍ୟ ଭାବେ ସେ ଯୋଗ ଦେଇଥିଲେ। ସେ ବୈପାରିଗୁଡା, ମାଛକୁଣ୍ଡ, ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ଓ ଆନ୍ଧ୍ର ପ୍ରଦେଶର ପେଦାବାଇଲୁ ଏରିଆ କମିଟିରେ କାମ କରୁଥିଲେ। ସେ ୪ଟି ହିଂସାକାଣ୍ଡରେ ଜଡ଼ିତ ଥିଲେ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।
ନକ୍ସଲଙ୍କ ଖରାପ ଚିନ୍ତାଧାରା ସହ ସରକାରଙ୍କ ବିକାଶ ପ୍ରକିୟାକୁ ଦେଖି ଆତ୍ମସମର୍ପଣ କରିଥିବା କହିଛନ୍ତି ଗାଙ୍ଗି ଓ ରଜିତା।
The post ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କଲେ ଗାଙ୍ଗି ଓ ରଜିତା appeared first on Odisha Reporter.
from Odisha Reporter https://ift.tt/3orGMpM
No comments:
Post a Comment