ଆର୍ଯ୍ୟନଙ୍କୁ ରୁଚୁନି ଜେଲ୍ ଖାଦ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 23, 2021

ଆର୍ଯ୍ୟନଙ୍କୁ ରୁଚୁନି ଜେଲ୍ ଖାଦ୍ୟ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଫସି ମୁମ୍ବାଇର ଆର୍ଥର ରୋଡ୍ ଜେଲ୍‌ରେ ଅଛନ୍ତି ବଲିଉଡ୍‌ର ସୁପରଷ୍ଟାର ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନ। ତେବେ ଜେଲ୍‌ ଖାଦ୍ୟ ତାଙ୍କୁ ରୁଚୁନି। ଗତ ଗୁରୁବାର ଶାହରୁଖ ଖାଁ ତାଙ୍କୁ ଭେଟିବାକୁ ଯାଇଥିବା ବେଳେ ସେ ଏହି କଥା କହିଥିବା ଜଣାପଡ଼ିଛି।

ଶାହରୁଖ ଜେଲ୍‌ରେ ପୁଅକୁ ଭେଟିବା ପରେ ଅନେକ କଥା ସାମ୍ନାକୁ ଆସିଥିବା ବେଳେ ସେଥିରୁ ଗୋଟିଏ ହେଉଛି ଏହି ଖାଦ୍ୟ ପ୍ରସଙ୍ଗ। ଆଉ ଏ ସବୁ କଥା ଜେଲ୍ କର୍ମଚାରୀଙ୍କ ଜରିଆରେ ଲିକ୍ ହୋଇଥିବା କୁହାଯାଉଛି।

ସେହି ସୂଚନା ପ୍ରକାରେ ସାକ୍ଷାତକାର ବେଳେ କୁଆଡ଼େ ଉଭୟ ଆର୍ଯ୍ୟନ ଓ ଶାହରୁଖ କାନ୍ଦି ପକାଇଥିଲେ। କଥାବାର୍ତ୍ତା ବେଳେ ପୁଅକୁ ଠିକ୍ ଭାବେ ଖାଉଛ ନା ନାହିଁ ବୋଲି ଶାହରୁଖ ପଚାରିଥିଲେ। ଏହାର ଜବାବରେ ଆର୍ଯ୍ୟନ କହିଥିଲେ ଜେଲ୍‌ରେ ଦିଆଯାଉଥିବା ଖାଦ୍ୟ ତାଙ୍କୁ ଭଲ ଲାଗୁ ନାହିଁ।

ଏହା ପରେ ସେଠାରେ ଉପସ୍ଥିତ ଜେଲ୍ କର୍ମଚାରୀଙ୍କୁ ଶାହରୁଖ ପଚାରିଥିଲେ ଯେ ସେ ପୁଅ ପାଇଁ ଘରୁ ଖାଦ୍ୟ ପଠାଇ ପାରିବେ ନା ନାହିଁ। ଜେଲ୍ କର୍ମଚାରୀ କହିଥିଲେ ଯେ ଏଥିପାଇଁ ତାଙ୍କୁ କୋର୍ଟଙ୍କ ଠାରୁ ସ୍ୱତନ୍ତ୍ର ଭାବେ ଅନୁମତି ଆଣିବାକୁ ପଡ଼ିବ।

ଜେଲ୍‌ର ସାକ୍ଷାତକାର ପ୍ରକୋଷ୍ଠରେ ଶାହରୁଖ ପ୍ରାୟ ୧୫ ମିନିଟ୍ ଧରି ସେଦିନ ପୁଅ ଆର୍ଯ୍ୟନ ସହିତ କଥାବାର୍ତ୍ତା ହୋଇଥିଲେ। ସେମାନଙ୍କ ମଧ୍ୟରେ ଲୁହା ଗ୍ରୀଲ ଓ କାଚର ପାଚେରୀ ଥିଲା। ସେମାନେ ପରସ୍ପରକୁ ଦେଖି ପାରୁଥିଲେ, କିନ୍ତୁ କଥାବାର୍ତ୍ତା ହେବା ପାଇଁ ଇଣ୍ଟରକମ୍‌ର ସାହାଯ୍ୟ ନେଇଥିଲେ।

ଅକ୍ଟୋବର ୩ ତାରିଖରୁ ଆର୍ଯ୍ୟନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗିରଫ କରିଥିବା ବେଳେ ଏଯାଏଁ ତାଙ୍କୁ ଜାମିନ ମିଳି ନାହିଁ। ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ଦୁଇ ଥର ତାଙ୍କ ଜାମିନ ଆବେଦନ ଖାରଜ ହୋଇସାରିଛି। ତାଙ୍କ ଓକିଲ ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି, ଯାହାର ଶୁଣାଣି ଆସନ୍ତା ମଙ୍ଗଳବାର ହେବ।

ଅନ୍ୟପକ୍ଷରେ ଆର୍ଯ୍ୟନଙ୍କ ମାମଲାରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ମଧ୍ୟ ଜେରା କରୁଛି ଏନ୍‌ସିବି। ଦୁହିଁଙ୍କ ହ୍ୱାଟ୍‌ସଆପ୍ ଚାଟ୍ ମେସେଜ୍‌ ଆଧାରରେ ଏନ୍‌ସିବି ଅନନ୍ୟାଙ୍କୁ ଦୁଇ ଦିନ ପଚରାଉଚରା କରି ସାରିଲାଣି। ପୁଣି ସୋମବାର ଜେରା କରିବାକୁ ଡାକିଛି। ଆର୍ଯ୍ୟନଙ୍କ ପାଇଁ ଗଞ୍ଜେଇ ଯୋଗାଡ଼ କରି ଦେବାକୁ ଅନନ୍ୟା କହିଥିବା ଉକ୍ତ ମେସେଜ୍ ଗୁଡ଼ିକରୁ ଏନ୍‌ସିବି ଜାଣିବାକୁ ପାଇଛି। ତେବେ ଏଯାଏଁ ଏନ୍‌ସିବି ଅନନ୍ୟାଙ୍କ ବିରୋଧରେ ସେମିତି କିଛି ଠୋସ୍ ପ୍ରମାଣ ପାଇନାହିଁ।

The post ଆର୍ଯ୍ୟନଙ୍କୁ ରୁଚୁନି ଜେଲ୍ ଖାଦ୍ୟ appeared first on Odisha Reporter.



from Odisha Reporter https://ift.tt/3E9vMSM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages