ଆର୍ଯ୍ୟନ୍‌ କହିଲେ-ଏନ୍‌ସିବି ମୋତେ ଫସାଇବାକୁ ଚେଷ୍ଟା କରୁଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 23, 2021

ଆର୍ଯ୍ୟନ୍‌ କହିଲେ-ଏନ୍‌ସିବି ମୋତେ ଫସାଇବାକୁ ଚେଷ୍ଟା କରୁଛି

ମୁମ୍ବାଇ: ଦିନକୁ ଦିନ ବଢ଼ି ଚାଲିଛି ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ଅଡୁଆ। ମୁମ୍ବାଇ କ୍ରୁଜ ପାର୍ଟି ମାମଲାରେ ଧରାପଡିବା ପରେ ସେ ଏବେ ଜେଲ୍‌ରେ ଦିନ କାଟୁଛନ୍ତି। ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ତେବେ ଏହି ଜାମିନ ଆବେଦନ ବେଳେ ଆର୍ଯ୍ୟନ୍‌ ନିଜ ସଫେଇ ଦେଇଛନ୍ତି।

ଏନ୍‌ସିବି ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛି। ହ୍ୱାଟସଆପ୍‌ ଚାଟ୍‌ର ଅପବ୍ୟବହାର କରୁଛି ବୋଲି ଆର୍ଯ୍ୟନ୍‌ କହିଛନ୍ତି। ଆର୍ଯ୍ୟନ୍ ଖାନ୍ କହିଛନ୍ତି ଯେ, ତାଙ୍କ ମୋବାଇଲ୍ ଫୋନରୁ ନିଆଯାଇଥିବା ହ୍ୱାଟସଆପ୍ ଚାଟ୍ ଗୁଡିକ ଭୁଲ ଭାବରେ ଉପସ୍ଥାପିତ ହେଉଛି।

ଜାହାଜରେ ଏନସିବି ଚଢ଼ାଉ ପରେ ତାଙ୍କ ନିକଟରୁ କୌଣସି ଡ୍ରଗ୍ସ ଜବତ କରାଯାଇ ନାହିଁ ଏବଂ ସେ ଅରବାଜ୍ ମର୍ଚାଣ୍ଟ ଏବଂ ଅଚିତ କୁମାରଙ୍କ ବ୍ୟତୀତ ଅନ୍ୟ କୌଣସି ଅଭିଯୁକ୍ତଙ୍କୁ ଜାଣି ନାହାଁନ୍ତି ବୋଲି ଆର୍ଯ୍ୟନ୍‌ ଦାବି କରିଛନ୍ତି।

ସୂଚନା ମୁତାବକ, ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ  ଏ ପର୍ଯ୍ୟନ୍ତ ଏନସିବି ପ୍ରାୟ ୨୦ ଜଣଙ୍କୁ ଗିରଫ କରିଛି। ଆର୍ଯ୍ୟନ୍‌ଙ୍କ ସମେତ ଅନ୍ୟ ପୁଅ ଅଭିଯୁକ୍ତଙ୍କୁ ଆର୍ଥର ରୋଡ ଜେଲରେ ରଖାଯାଇଛି। ସେପଟେ ମୁନ୍‌ମୁନ୍‌ ଧମେଚାଙ୍କ ସମେତ ଅନ୍ୟ ମହିଳା ଅଭିଯୁକ୍ତଙ୍କୁ ବାଇକୁଲା ଜେଲ୍‌ରେ ରଖାଯାଇଛି। ଏକ ସ୍ୱତନ୍ତ୍ର ଅଦାଲତ ଆର୍ଯ୍ୟନ୍‌ଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ଏହାପରେ ସେ ବୁଧବାର ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆସନ୍ତା ୨୬ ତାରିଖରେ କୋର୍ଟ ତାଙ୍କ ଜାମିନ ଆବେଦନର ଶୁଣାଣି କରିବେ।

The post ଆର୍ଯ୍ୟନ୍‌ କହିଲେ-ଏନ୍‌ସିବି ମୋତେ ଫସାଇବାକୁ ଚେଷ୍ଟା କରୁଛି appeared first on Odisha Reporter.



from Odisha Reporter https://ift.tt/3Gceard

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages